Posted inRasifala

ରାଶିଫଳ: ରବିବାର, ଜୁନ୍ ୫ ତାରିଖ – Daily Horoscope

ମେଷ
ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ। ଗତକାଲିଠାରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ। କିନ୍ତୁ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ।
ବୃଷ
ବୃଷ
ପାରିବାରିକ ସମସ୍ୟା ବାରମ୍ବାର ମନରେ ଚିନ୍ତା କରି ମନଟା ଭଲ ରହିବ ନାହିଁ। ଏଣେ କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ଘଟଣାବଳୀ ମନକୁ ବାରମ୍ବାର ଆଲୋଡ଼ିତ କରିବ। ପୁଣି କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ। ବାଣିଜ୍ୟ, ବ୍ୟବସାୟ, ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି।
ମିଥୁନ
ମିଥୁନ
ହାତକୁ ନେଇଥିବା କାମଗୁଡ଼ିକ ସହଜ ଓ ସୁବିଧାରେ ହୋଇଯିବ। ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ଓ କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ। ପଡ଼ୋଶୀମାନଙ୍କୁ କାମରେ ଲଗାଇ କୌଶଳରେ କାର୍ଯ୍ୟ ହାସଲ କରିନେବେ।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଆଡ୍‌ଜଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବ ନାହିଁ। ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି, ସେମିତି କିଛି ହେବନାହିଁ। ପ୍ରତିଦ୍ୱନ୍ଦ୍ୱିତା ବଢ଼ି ଚାଲିବା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପରିସ୍ଥିତିରେ ପଡ଼ି କେତେକ କାମ କରିବାକୁ ବାଧ୍ୟ ହେବେ।
ସି˚ହ
ସି˚ହ
ଏକ ଭିନ୍ନ ପରିସ୍ଥିତିରେ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ଅଟକି ରହିଥିବା କାମଟି ହୋଇଯିବ। ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ ଓ କାମ ଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବ। ଅର୍ଥ ଲାଭ ସାଙ୍ଗକୁ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶୂଳ ହେବେ।
କନ୍ୟା
କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ ଓ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ପରକଥାରେ ଭୁଲ ମାର୍ଗ ଅନୁସରଣ କରି ହଇରାଣ ହୋଇପାରନ୍ତି। ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଅପୂରଣୀୟ ଆଶା ମନକୁ ଆଲୋଡ଼ନ କରିବା କାରଣରୁ ସାମୟିକ ଅଶାନ୍ତ ରହିବେ।
ତୁଳା
ତୁଳା
ପୂର୍ବ ଶତ୍ରୁତାକୁ ନେଇ ବନ୍ଧୁଙ୍କ ସଦ୍ଭାବ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ପଦସ୍ଥ ବ୍ୟକ୍ତି ବିଶେଷ ମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସକାଳ ସମୟଟି ବହୁତ ଭଲ, ଅର୍ଥଲାଭ ଓ ବନ୍ଧୁମିଳନ ଅବଶ୍ୟ ଘଟିବ।
ବିଛା
ବିଛା
ସ୍ବାସ୍ଥ୍ୟରେ ଉନ୍ନତି, କାରବାରରେ ଅଗ୍ରଗତି, ବିବାଦୀୟ ଘଟଣାରେ ବିଜୟ ସୂଚନା ରହିଛି। ଚେଷ୍ଟା କରୁଥିବା କାମଟି ନ ହେବାରୁ ମନ ଉଦାସ ରହିପାରେ। ଆର୍ଥିକ ସ୍ଥିତିରେ ଅଭାବ ବୋଧଜନିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। କ୍ରୀଡ଼ା, କଳା ସହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ।
ଧନୁ
ଧନୁ
ଆଜି ସକାଳୁ ସକାଳୁ ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିପାରେ। ବ୍ୟବସାୟ, ପରିବହନ, ବ୍ୟବସାୟ ଓ ବାଣିଜ୍ୟ ମାନ୍ଦା ହେବ ନାହିଁ। ପାରିବାରିକ ସମସ୍ୟା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ଓ ବିଚଳିତ ହୋଇପାରନ୍ତି।
ମକର
ମକର
ଆଜି ଯେଉଁ କାମରେ ବାହାରିଛନ୍ତି, ସେଥିରେ କୃତକାର୍ଯ୍ୟ ହେବେ। ମାଲିମକଦ୍ଦମା, ବ୍ୟବସାୟ, ପରିବହନ ପାଇଁ ଅସୁବିଧା ହେବ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟାଲୋଚନା ପରିପ୍ରେକ୍ଷୀରେ ସମ୍ପର୍କୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ରପତ୍ାନି କାରବାର, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ସକାଳୁ ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିବେ। ଗୃହସୀମାଜନିତ ବିବାଦ, କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ସୌଭାଗ୍ୟକ୍ରମେ ଆର୍ଥିକ ଉନ୍ନତି ଘଟିବ। କିଛି ବ୍ୟାଙ୍କ ଜମା ମଧ୍ୟ କରିପାରିବେ। ବାଣିଜ୍ୟ ଓ ପରିବହନରୁ ଲାଭ ପାଇବେ। ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ମୀନମୀନ
ଆଜି ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ଅବଶ୍ୟ ସଫଳତା ପାଇବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ। ଖାଦ୍ୟପେୟର ବିଷମତା ହେତୁ ହଠାତ୍‌ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?