Posted inଜାତୀୟ

ଛାଡ଼ି ଯାଅ ନାହିଁ ଜମ୍ମୁ-କଶ୍ମୀର, ଆମେ ସବୁ ଅଛୁ ସାଥିରେ, କଶ୍ମୀର ପଣ୍ଡିତଙ୍କୁ ମୁସଲମାନଙ୍କ ଅନୁରୋଧ…

ଶ୍ରୀନଗର, ୪।୬ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତଙ୍କ ସମେତ ଅଣ-ମୁସଲମାନ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଉପତ୍ୟକାରେ ହିଂସା ବୃଦ୍ଧି ପାଉଥିବାରୁ ଲୋକଙ୍କ ତଥା ସରକାରଙ୍କ ଚିନ୍ତା ବ ଢ଼ିଚାଲିଛି। ଜମ୍ମୁ-କଶ୍ମୀରରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀଙ୍କ ନିଷ୍ଠୁର କାର୍ଯ୍ୟକୁ ସମସ୍ତେ ଦୃଢ଼ ନିନ୍ଦା କରୁଛନ୍ତି। ଜମ୍ମୁ-କଶ୍ମୀର ରହୁଥିବା ମୁସଲମାନମାନେ କଶ୍ମୀରୀ ପଣ୍ଡିତଙ୍କ ସମର୍ଥନରେ ଠିଆ ହୋଇଛନ୍ତି। ଫଳରେ ଏଠାରେ ଭାଇଚାରା ବଢ଼ିବାରେ ଲାଗିଛି।

୩୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶୁକ୍ରବାର ଜମ୍ମୁ-କଶ୍ମୀର ପ୍ରାୟ ସମସ୍ତ ପ୍ରମୁଖ ମସଜିଦରୁ ଜୁମା ନମଜା ପାଠ ପରେ ଆତଙ୍କବାଦୀଙ୍କ ନିକଟକୁ ଏକ ବାର୍ତ୍ତା ପଠାଯାଇଛି। ନିରୀହ ଲୋକଙ୍କୁ ହତ୍ୟା କରିବା ଇସଲାମରେ ଅପରାଧ ଅଟେ। ଏହି ବାର୍ତ୍ତା ମାଧ୍ୟମରେ କଶ୍ମୀରୀ ପଣ୍ଡିତ ଏବଂ ସାଧାରଣ ଲୋକଙ୍କ ହତ୍ୟାକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ନବଭାରତ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ପ୍ରାର୍ଥନା ପରେ ମୌଲାନା ଏବଂ ମୁଫତିମାନେ କାଶ୍ମୀରୀ ପଣ୍ଡିତ ତଥା ଅନ୍ୟ ହିନ୍ଦୁ ସଂଖ୍ୟାଲଘୁମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ କଶ୍ମୀର ଛାଡିବା ଉଚିତ ନୁହେଁ। ନିରୀହ ଲୋକଙ୍କ ହତ୍ୟାରେ ସେମାନେ ଗଭୀର ଦୁଃଖିତ ଏବଂ ହିଂସାକୁ ଦୃଢ଼ ନିନ୍ଦା କରୁଛନ୍ତି। ମୁସଲମାନମାନେ କଶ୍ମୀର ପଣ୍ଡିତଙ୍କ ସାଥିରେ ଅଛନ୍ତି ବୋଲି ମୌଲାନାମାନେ କହିଛନ୍ତି।

ଏଥି ସହିତ, ଶୁକ୍ରବାର ପ୍ରାର୍ଥନା ପରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବାରମୁଳାରେ ଶାନ୍ତି ପଦଯାତ୍ରା କରିଥିଲେ। ବାରମୁଳା ବ୍ୟତୀତ କୁଲଗାମ, ଶୋପିଆନ, ଶ୍ରୀନଗର, ବନ୍ଦିପୋରା ଏବଂ କୁପୱାରାଠାରେ ଅବସ୍ଥିତ ମସଜିଦରୁ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ହିଂସାକୁ ନିନ୍ଦା କରାଯାଇଥିଲା।

ମସଜିଦ ପକ୍ଷରୁ ଦିଆଯାଇଥିବା ବାର୍ତ୍ତାରେ ଏହା ମଧ୍ୟ କୁହାଯାଇଛି ଯେ ଆମ ସମସ୍ତେ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୋଧରେ ଏବଂ କଶ୍ମୀରୀ ପଣ୍ଡିତଙ୍କ ସହ ଛିଡା ହୋଇଛୁ। ନାଗରିକ ସମାଜର ଲୋକମାନେ ଶ୍ରୀନଗରର ଲାଲ ଚୌକରେ ଜମାନ ପାଠ କରିବା ପରେ ଆତଙ୍କବାଦୀଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ଦିଲ୍ଲୀରେ କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟରେ ହତ୍ୟା କରିବା ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ କଶ୍ମୀରୀ ପଣ୍ଡିତମାନେ ଉପତ୍ୟକାରୁ ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ ହେବେ ନାହିଁ, କିନ୍ତୁ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପଠାଯିବ। ଶୁକ୍ରବାର ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଛନ୍ତି ଯେ କଶ୍ମୀର ଉପତ୍ୟକାରେ ବଢୁୁଥିବା ହିଂସା ପାଇଁ ପାକିସ୍ତାନ ଦାୟୀ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ବୈଠକରେ ସର୍ବସମ୍ମତି କ୍ରମେ କଶ୍ମୀର ପଣ୍ଡିତମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାକୁ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri