Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୩ ତାରିଖ – Daily Horoscope

ମେଷ
ଆଜି ଆନୁଷ୍ଠାନିକ କାମରେ ଉତ୍ସୁକତା ବୃଦ୍ଧି ସାଙ୍ଗକୁ ବାଣିଜ୍ୟ, ବ୍ୟବସାୟ ପରିବହନରୁ ଲାଭବାନ ହେବେ। ଭୁଲ୍‌ ବୁଝାମଣାବଶତଃ ଅନ୍ୟଙ୍କୁ ସନ୍ଦେହ କରିବାରୁ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ କୈଫିୟତ୍‌ ଦେବାକୁ ପଡ଼ିବ। ଦ୍ୱିଜା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବଦର୍ଶନ ସହ ମନୋରଞ୍ଜନ ପାଇଁ ମନ ବଳାଇବେ।
ବୃଷ
ବୃଷ
ଦିନଟିରେ ନିରାମୟ ସ୍ବାସ୍ଥ୍ୟ, ମନୋରଞ୍ଜନ, ବନ୍ଧୁ ମିଳନ ସହ ଅର୍ଥ ଲାଭ କରାଇବେ। ଯାତ୍ରା ସମୟରେ କୃତ୍ତିକା ନକ୍ଷତ୍ର ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଯୋଗୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହେବ। ପରିବାରରେ ପରିସ୍ଥିତିକୁ ଯଥାସାଧ୍ୟ ନିୟନ୍ତ୍ରଣ ମଧ୍ୟରେ ରକ୍ଷା କରିବାରେ ସମର୍ଥ ହେବେ। ପୁନର୍ବସୁ ନକ୍ଷତ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁମିଳନ, ସାମାଜିକ ସ୍ତରରେ ସମ୍ମାନଲାଭ ଯୋଗ ରହିଛି। ଭ୍ରମଣ, ଯାତ୍ରା, ଭୋଗ ବିଳାସ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ପ୍ରତି ଆକର୍ଷିତ ହେବେ।
କର୍କଟ
କର୍କଟ
ନିଜ ଲୋକଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକୁ ସମ୍ପାଦନ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ର, ପ୍ରଶାସନ, ମନୋରଞ୍ଜନ, ସାହିତ୍ୟ ଚର୍ଚ୍ଚା, ସଭାସମିତି, ଆଲୋଚନା ଦିଗଟି ପ୍ରଶସ୍ତ ରହିବ। ଅଶ୍ଳେଷା ନକ୍ଷତ୍ର ମଧ୍ୟସ୍ଥତା ନ କରି ବିବାଦ ସ୍ଥାନରୁ ଦୂରେଇ ରହିବା ଭଲ ହେବ। ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣାଜନିତ ଶାନ୍ତିଲାଭ କରିବେ।
ସି˚ହ
ସି˚ହ
କର୍ମଭାବସ୍ଥ ଗୁରୁଚାନ୍ଦ୍ରୀ ଯୋଗ ଧାର୍ମିକ ଅନୁଷ୍ଠାନ, ବନ୍ଧୁଙ୍କ କାର୍ଯ୍ୟରେ ସହଯୋଗ, କାର୍ଯ୍ୟସିଦ୍ଧିର ପ୍ରତୀକ ହୋଇପାରେ। ଶୁକ୍ର କର୍ମକ୍ଷେତ୍ରକୁ ବାଧାବିଘ୍ନ, ସମସ୍ୟାରୁ ମୁକ୍ତ ରଖିପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ପାଇଁ ଦୂର ଯାତ୍ରା କରିବାକୁ ପଡ଼ିପାରେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ପରୋକ୍ଷ ଶତ୍ରୁତା କାରଣରୁ ନିଜର ପ୍ରାପ୍ୟ ହରାଇ ବ୍ୟଥିତ ହୋଇପାରନ୍ତି।
କନ୍ୟା
ଭାଗ୍ୟସ୍ଥ ଚନ୍ଦ୍ର ଓ ବୃହସ୍ପତି ଉନ୍ନତ ଚିନ୍ତା, ଶୁଦ୍ଧ ଭାବନା ଏବଂ ଧାର୍ମିକ କାର୍ଯ୍ୟ ସକାଶେ ଅନୁପ୍ରେରିତ କରିପାରନ୍ତି। ଚିତ୍ରା ନକ୍ଷତ୍ରର କଥା ଓ କାର୍ଯ୍ୟରେ ତାଳମେଳ ନ ରହିବା ହେତୁ ସମାଲୋଚନାର ଶରବ୍ୟ ହେବେ। ରବିଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଲକ୍ଷ୍ୟ ହାସଲ କରିବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ବାଣିଜ୍ୟ ସନ୍ତୋଷଜନକ ହେବ।
ତୁଳା
ତୁଳା
ବୃହସ୍ପତିଙ୍କ ଦ୍ୱାରା ସଂଘଠିତ ବିପରୀତ ରାଜଯୋଗ ଆରୋଗ୍ୟଲାଭ ସଙ୍ଗକୁ କର୍ମକ୍ଷେତ୍ରକୁ ସଜାଡ଼ିବାରେ ସାହାଯ୍ୟ କରିବ। କେତେକ କାମ ପ୍ରତିବନ୍ଧକ ହେତୁ ଅଧୁରା ରହିଯିବ। କୋଣଭାବରେ ଶନିଙ୍କ ହେତୁ ସନ୍ତାନହେତୁକ ଗୌରବ ଲଭିବେ। ଯାହା ଉପରେ ଭରଷା କରିବେ ସେହି ବ୍ୟକ୍ତି ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରନ୍ତି।
ବିଛା
ବିଛା
ଦୈହିକ ଶିଥିଳତା, ମାନସିକ ଉଦ୍‌ବେଗ, ବୃଥା ଚିନ୍ତା ଓ ଅହେତୁକ ଭାବନା ଦୂରେଇଯିବ। ଯେତେ ସାହାଯ୍ୟ, ସୌଜନ୍ୟତା ଦେଖାଇଲେ ମଧ୍ୟ ପ୍ରିୟ ବ୍ୟକ୍ତିଟି ତାହାର ମୂଲ୍ୟ ବୁଝି ନ ପାରେ। ଜ୍ୟେଷ୍ଠା ନକ୍ଷତ୍ରର ବହୁବିଧ ସମସ୍ୟାଜନିତ ଗଠନମୂଳକ କାର୍ଯ୍ୟ ମନ୍ଥର ହେବ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ପୂର୍ବ ସମସ୍ୟା ଦୂର ହୋଇଥିବାରୁ ମାନସିକ ଆଶ୍ୱସ୍ତି ଲାଭକରିବେ। କର୍ମସ୍ଥାନରେ କେତୁଙ୍କ କୁପ୍ରଭାବଜନିତ ନିଜଲୋକ ବିଶ୍ୱାସଘାତ କରିପାରନ୍ତି। ଜମିଜମା, ନୂତନ ପ୍ରକଳ୍ପ, ପ୍ରଶାସନିକ ଆଲୋଚନା ଏବଂ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ଗ୍ରହସ୍ଥିତିର ସାମ୍ୟତା ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ପ୍ରତି ସୁଫଳ ପ୍ରଦାନ କରିବ। ପ୍ରତିକୂଳ ପରିସ୍ଥିତିର ଚାପ କମି ଯିବ ଏବଂ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ପ୍ରଶଂସନୀୟ କାମ କରି ଜନ ସମାଜରେ ଆଦୃତି ଲାଭ କରିବେ। ବାଧ୍ୟବାଧକତାରେ ଇଚ୍ଛା ନ ଥାଇ ମଧ୍ୟ ଉପରିସ୍ଥଙ୍କ ଆଦେଶକୁ ମାନିନେବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ଆଜି କଲ୍ୟାଣଚନ୍ଦ୍ର ହେତୁ ବ୍ୟତିକ୍ରମ ମଧ୍ୟରେ ପାରିବାରିକ ଜୀବନ ଗତିଶୀଳ ହେବ। ପୂର୍ବଭାଦ୍ର ନକ୍ଷତ୍ର ସକାଶେ କାର୍ଯ୍ୟହାନିଜନିତ ଅସନ୍ତୋଷ କଷ୍ଟ ଦେବ। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍‌ ହେବନି। ନିଜର ଅସଫଳତାର କାରଣ ଖୋଜିବାକୁ ଯାଇ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମୀନମୀନ

ରାହୁ ଓ କେତୁ ମଧ୍ୟରେ ଅଧିକାଂଶ ଗ୍ରହ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ଅର୍ଥଲାଭ, ଆଦରଗୌରବ, ସୁମିଷ୍ଠ ଭୋଜନ ଓ ବନ୍ଧୁ ମିଳନଜନିତ ଆନନ୍ଦ ଲାଭ କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରୁ ସୁଫଳ ମିଳିବ। ସଭାସମିତି, ମାଲିମକଦ୍ଦମା, ବାଣିଜ୍ୟ, ବ୍ୟବସାୟ ମନ୍ଦ ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?