Posted inଜାତୀୟ

ମୋଦି ଅଭିଭାଷଣଦେବାବେଳେ ରାଗିଗଲେ ବାଚସ୍ପତି, କହିଲେ…

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ମୋଦି ଭାଷଣ ଦେବାବେଳେ ବହୁ ବିରୋଧୀ ଏମପି ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେଇଛନ୍ତି।

ମୋଦି ତାଙ୍କ ଅଭିଭାଷଣରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ କିଛି ଲୋକଙ୍କ ଯନ୍ତ୍ରଣା ବୁଝୁ ପାରୁଛୁ। ଏହି ସମୟରେ ଗୃହରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାପରେ ପରିସ୍ଥିତି ଏପରି ହୋଇଥିଲା ଯେ, ମୋଦି ତାଙ୍କ ଆସନରେ ବସି ପଡିଥିଲେ। ଲୋକ ସଭା ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ରାଗିଯାଇ ବିରୋଧୀ ନେତାଙ୍କୁ ଗୃହରେ ଶାନ୍ତି ରଖିବାକୁ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆସନରେ ବସି ପଡିବାରୁ ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ତାଗିଦ କରିଥିଲେ। ସେ କହିଛନ୍ତି, ଭୁଲ ଉପାୟରେ ଆପଣ ପ୍ରତିବାଦ କରୁଛନ୍ତି। ଆପଣଙ୍କ ନେତାଙ୍କୁ ବସିବାକୁ କୁହନ୍ତୁ। ଆପଣ କେଉଁ ପ୍ରକାରର ବିରୋଧୀ ନେତା? ଏହା ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ। ଏହା ପରେ ବାଚସ୍ପତି ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ନେପାଳ ପ୍ରଧାନମନ୍ତ୍ରୀ: ଚାଇନାକୁ ଲାଗିପାରେ ଝଟ୍‌କା

କାଠମାଣ୍ଡୁ/ନୂଆଦିଲ୍ଲୀ,୧୬।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ...

ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତାଙ୍କୁ ନିର୍ମମ ହତ୍ୟା

ପାଟନା,୧୬।୭: ବିହାରର ପୂର୍ବତନ ସରକାରୀ ମନ୍ତ୍ରୀ ତଥା ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତା ଜିତନ ସାହାଣିଙ୍କୁ ଦରଭଙ୍ଗାଠାରେ ହତ୍ୟା କରାଯାଇଛି। ମଙ୍ଗଳବାର ସକାଳେ ଘରେ...

ଆଇଏଏସ୍‌ ପୂଜା ଖେଡ୍‌କରଙ୍କ କୌଣସି ଅକ୍ଷମତା ନାହିଁ

ପୁଣେ, ୧୬।୭:କ୍ଷମତାର ଅପବ୍ୟବହାର ସହ ୟୁପିଏସ୍‌ସି ନିଯୁକ୍ତି ନିୟମର ଉଲ୍ଲଂଘନ ମାମଲାକୁ ନେଇ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡ୍‌କରଙ୍କ...

ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଶହୀଦ

ଶ୍ରୀନଗର,୧୬।୭: ଆତଙ୍କବାଦୀମାନେ ଲଗାତାର ଜମ୍ମୁ କଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ସୋମବାର ଡୋଡା ଜିଲାର ଡୋସା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା...

ରାଜ୍ୟ ସଭାରେ ଭାଜପା ସଦସ୍ୟ ସଂଖ୍ୟା ୮୬

ନୂଆଦିଲ୍ଲୀ,୧୬ା୭(ପି.ଟି.): ରାଜ୍ୟ ସଭାକୁ ମନୋନୀତ ୪ ସଦସ୍ୟ ରାକେଶ ସିହ୍ନା, ରାମ ଶକଲ, ସୋନାଲ ମାନସିଂ ଏବଂ ମହେଶ ଜେଠ୍‌ମାଲାନିଙ୍କ କାର୍ଯ୍ୟକାଳ ଶେଷ ହେବା ଫଳରେ ଉଚ୍ଚ...

୩୨ ସପ୍ତାହର ଗର୍ଭ ନଷ୍ଟ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୧୬।୭: ୩୨ ସପ୍ତାହର ଗର୍ଭ ନଷ୍ଟ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଜଣେ ୩୧ ବର୍ଷୀୟା ମହିଳାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଅସ୍ବାଭାବିକ ଭ୍ରୂଣ...

ଏନ୍‌ଇଇଟି-ୟୁଜି: ଏନ୍‌ଟିଏ ଆବେଦନର ଶୁଣାଣି ୧୮ରେ

ନୂଆଦିଲ୍ଲୀ,୧୬ା୭(ପି.ଟି.): ଶୁଣାଣିରେ ସୁବିଧା ପାଇଁ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଥିବା ଏନ୍‌ଇଇଟି-ୟୁଜି ବିବାଦ ମାମଲାଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆବେଦନ...

୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା

ନୂଆଦିଲ୍ଲୀ,୧୬ା୭: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri