Posted inRasifala

ରାଶିଫଳ: ଶନିବାର, ଜୁଲାଇ ୦୩ ତାରିଖ – Daily Horoscope

ମେଷ
ଅର୍ଥସଙ୍କଟ ଲାଗିରହୁଥିବାରୁ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ପରିବାରରେ ବନ୍ଧୁମିଳନ ସଙ୍ଗକୁ ମାଙ୍ଗଳିକ କାମରେ ତତ୍ପରତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରଶାସନିକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି ହୋଇପାରେ। ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସହଜରେ ପାଇଯିବେ।
ବୃଷ
ବୃଷ
କର୍ମ ସ୍ଥାନରେ ବକ୍ରୀ ବୃହସ୍ପତି ରହିଥିବାରୁ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ପିଲାମାନଙ୍କ ସମସ୍ୟା ବିଷୟକୁ ନେଇ ମନରେ ସରସତା ରହିବ ନାହିଁ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଆକସ୍ମିକଭାବରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି।
ମିଥୁନ
ମିଥୁନ
ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ତୃତୀୟାଧିପ ରାଶିରେ ଥିବାରୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି। ଭୁଲ୍‌ ବୁଝାମଣା କିମ୍ବା ସନ୍ଦେହଜନିତ ପାରିବାରିକ ଦିଗଟି ବିଶେଷ ଭଲ ରହିବ ନାହିଁ।
କର୍କଟ
କର୍କଟ
ଆଜି ପରିବାରର କୌଣସି ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି ସ୍ବାର୍ଥ ହାସଲ ଲାଗି ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ। ସ୍ତ୍ରୀଙ୍କ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରି ପାରନ୍ତି। କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ସି˚ହ
ସି˚ହ
କେତୁଙ୍କ କୁପ୍ରଭାବରୁ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭାଇ, ଭଉଣୀ କିମ୍ବା ପଡ଼ୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। କାର୍ଯ୍ୟ ବ୍ୟସ୍ତତା ହେତୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। କାରବାର, ପରିବହନ, ଷ୍ଟେସନେରି ଦୋକାନୀ ବିଶେଷ ଭାବେ ଲାଭବାନ ହେବେ।
କନ୍ୟା
କର୍ମଭାବ ଶୁଭଦୃଷ୍ଟି ହେତୁ କାମଗୁଡିକ ଶୃଙ୍ଖଳିତ ରହିବ ଏବଂ ଅନୁକୂଳ ପରିବେଶ ସୃଷ୍ଟି ହେବ। ସାଙ୍ଗସାଥୀ ମାନଙ୍କର ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ତଥାପି କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ଉତ୍ତରାଫାଲଗୁନୀ ଅବେହଳା ଓ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି।
ତୁଳା
ତୁଳା
ଯାହା ଦୀର୍ଘଦିନରୁ ପାଉ ନ ଥିଲେ ଆଜି ତାହା ପାଇ ମନ ଖୁସି ହୋଇଯିବ। ମନ ବୁଝିଲା ଭଳି କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମତମନ୍ତବ୍ୟ ଦେବା ଭଲ। ଚନ୍ଦ୍ରଙ୍କ ସ୍ଥିତିରୁ ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା
ବିଛା
ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବ ନାହିଁ। ଶୁକ୍ର ଭାଗ୍ୟସ୍ଥାନରେ ରହିଥିବାରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଜଣାବ୍ୟକ୍ତିଙ୍କ ତରଫରୁ ସମସ୍ୟା ଆସିପାରେ। ପରିବହନ କ୍ଷେତ୍ରରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ।
ଧନୁ
ଧନୁ
ବୁଧଙ୍କ ରାଶିରେ ରବି ଥିବାରୁ ବନ୍ଧୁଙ୍କ ସହ ଭ୍ରମଣ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ମଜି ରହିବେ। ପରୀକ୍ଷାରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି। ଆଜିର ପ୍ରତ୍ୟୁଷଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିବ। ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଭଲ।
ମକର
ମକର
ନୀଚସ୍ଥ ମଙ୍ଗଳ ହେତୁକ ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସବୁ କଥାରେ ଟିକିଏ ପଛକୁ ରହି କାମ ନ କଲେ କଳହର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଆନ୍ତରିକତା ଅନୁଭବ କରି ଦୁଃଖ ପ୍ରକାଶ କରି ପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ଚନ୍ଦ୍ର ଅଷ୍ଟମାଧିପଙ୍କ ନକ୍ଷତ୍ରସ୍ଥ ହେତୁ ବାକ୍‌ ଅସଂଯମତାରୁ ସୁସମ୍ପର୍କ ବ୍ୟାହାତ ହେବ। ଦୀର୍ଘଦିନରୁ ଲାଗିରହିଥିବା ସଙ୍ଗୀତ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରୁ ଅଭିଯୋଗ ଆସିପାରେ, ଡରିବାର କିଛି କାରଣ ନାହିଁ କହିଲେ ଚଳେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ।
ମୀନମୀନ
ସ୍ବଗୃହାଭିମୁଖୀ ଗୁରୁ ହେତୁ ବିଭିନ୍ନ ଯୋଜନା କରି ପରିସ୍ଥିତିକୁ ସୁଧାରିବାର ପ୍ରଯନତ୍ କରି ପାରନ୍ତି। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମଣୁଛନ୍ତି ବାସ୍ତବରେ ସେପରି ହେବନି। ରେବତୀ ନକ୍ଷତ୍ର ଦେଖିଚାହିଁ ପଦକ୍ଷେପ ନ ନେଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାଖପଡ଼ୋଶୀ କେହି ପ୍ରତିବାଦର...

ରାଶିଫଳ: ରବିବାର, ନଭେମ୍ବର ୬ ତାରିଖ – Daily Horoscope

ମେଷ ସପ୍ତମ କେନ୍ଦ୍ରସ୍ଥ ଗ୍ରହ ପ୍ରଭାବରୁ ଆକସ୍ମିକ ଭାବରେ ଯାତ୍ରା କରିବାକୁ ବାଧ୍ୟ ହେବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ସହକର୍ମୀଙ୍କ ସହିତ...

ରାଶିଫଳ: ଗୁରୁବାର , ଫେବ୍ରୁଆରି ୦୬ ତାରିଖ – Daily Horoscope

ମେଷ ଆଜି ରାହୁ ଓ ଚନ୍ଦ୍ର ତୃତୀୟସ୍ଥ ହେତୁ କାର୍ଯ୍ୟହାନିରୁ ମନ ଭଲ ରହି ନ ପାରେ । କୌଣସି ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତା କିମ୍ବା...

ରାଶିଫଳ: ରବିବାର, ଫେବୃୟାରୀ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବାର ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ସକାଶେ ତ୍ତ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଶାନ୍ତି ନଷ୍ଟ...

ରାଶିଫଳ: ବୁଧବାର, ଜୁନ୍‌ ୨୩ ତାରିଖ – Daily Horoscope

ମେଷ ଆଜି ବୈଷୟିକ ସୁଖ,ସମୃଦ୍ଧି ସମ୍ବନ୍ଧୀୟ କାର୍ଯ୍ୟ ପ୍ରତି ଅନୁରକ୍ତି କରାଇବ। ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ସବୁକଥାକୁ ଭଲରୂପେ...

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ରବି ଓ ବୁଧ ହେତୁ ସାମାଜିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ।...

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସହକର୍ମୀଙ୍କ ବିରୁଦ୍ଧାଚରଣ ହେତୁ କର୍ମକ୍ଷେତ୍ରରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ। ବନ୍ଧୁ ସାହାଯ୍ୟ...

ରାଶିଫଳ: ରବିବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ଚନ୍ଦ୍ର ଏକାଧାରରେ କର୍ମକ୍ଷେତ୍ର, ଓ ସଭାସମିତିରେ ସମ୍ମାନିତ କରାଇବ। ପାରିବାରିକ ପରିସ୍ଥିତି ନିଶ୍ଚିତ ଭଲ ରହିବ ତଥାପି ପରୋକ୍ଷ ଶତ୍ରୁତା ସାମୟିକ...

Advertisement
Archives

Model This Week