Posted inଖେଳ

ଧଓ୍ବନ ନେତୃତ୍ୱାଧୀନ ଟିମ୍‌କୁ ନେଇ ବୋର୍ଡ ଉପରେ ବର୍ଷିଲେ ରାଣାତୁଙ୍ଗା: କହିଲେ ‘ଏହା ଶ୍ରୀଲଙ୍କା କ୍ରିକେଟର ଅପମାନ’

କଲମ୍ବୋ,୨।୭: ଚଳିତ ମାସ ଶେଷରେ ହେବାକୁ ଥିବା ସୀମିତ ଓଭର ସିରିଜ ପାଇଁ ଶ୍ରୀଲଙ୍କାର ବିଶ୍ୱକପ୍‌ ବିଜେତା ଅଧିନାୟକ ଅର୍ଜୁନ ରାଣାତୁଙ୍ଗା ତାଙ୍କ ଦେଶର କ୍ରିକେଟ ବୋର୍ଡର ସମାଲୋଚନା କରିଛନ୍ତି। ସେ ନିଜର ବାସଭବନରେ ଗଣମାଧ୍ୟମକୁ କହିଛନ୍ତି, ଏହା ଦ୍ୱିତୀୟ ଶ୍ରେଣୀର ଭାରତୀୟ ଟିମ୍‌। ସେମାନେ ଏଠାକୁ ଆସିବା ଆମ କ୍ରିକେଟର ଅପମାନ। ଟେଲିଭିଜନ ମାର୍କେଟିଂର ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କ ସହ ଖେଳିବାକୁ ରାଜି ହୋଇଥିବାରୁ ସେ ବର୍ତ୍ତମାନର ପ୍ରଶାସନକୁ ଦାୟୀ କରିଛନ୍ତି। ଭାରତ ନିଜର ଶ୍ରେଷ୍ଠ ଦଳ ଇଂଲଣ୍ଡକୁ ପଠାଇଛି। ଦୁର୍ବଳ ଦଳକୁ ଏଠାକୁ ପଠାଇଛି। ଏଥିପାଇଁ ସେ ବୋର୍ଡକୁ ଦାୟୀ କରୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ପ୍ରକାଶ ଯେ, ଜୁଲାଇ ୧୩ରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ଖେଳାଯିବ। ଆଗାମୀ ଟେଷ୍ଟ ସିରିଜ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏଣୁ ଶିଖର ଧଓ୍ବନଙ୍କ ନେତୃତ୍ୱରେ ଏକ କମ୍‌ ଅଭିଜ୍ଞ ଦଳ ଶ୍ରୀଲଙ୍କା ପଠାଯାଇଛି। ଏହି ଟିମ୍‌ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିବା ୬ ଖେଳାଳି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌: ଧାଓ୍ବନଙ୍କ ସ୍ଥାନ ନେଲେ ମୟଙ୍କ

ନୂଆଦିଲ୍ଲୀ,୧୧।୧୨(ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଶିଖର ଧାଓ୍ବନଙ୍କ...

ସୁଇଜରଲାଣ୍ଡର ବିଜୟୀରେ ଖୁସି ମନାଇପାରି ନ ଥିଲେ ଇମ୍ବୋଲା

କାତାର, ୨୪।୧୧: ବ୍ରିଲ ଇମ୍ବୋଲାଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ଚଳିତ ଫିଫା ବିଶ୍ୱକପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌ ‘ଜି’...

ବୁଧବାର ଶେଷ ଏକ ଦିବସୀୟ: ସିରିଜ ଜିତିବା ଟିମ୍‌ ଇଣ୍ଡିଆର ଲକ୍ଷ୍ୟ…

ଚେନ୍ନାଇ,୨୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି...

ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଧୋନୀ

ନୂଆଦିଲ୍ଲୀ,୩୦।୮: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(ମାହି)ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ।...

ବିସ୍ଫୋରକ ଓପନିଂ ପାର୍ଟନରଶିପ୍‌ ସତ୍ତ୍ୱେ ଭଲ ସ୍କୋର ଛିଡ଼ା କରିପାରିଲାନି ମୁମ୍ବାଇ

ଆବୁଧାବି,୨୩।୯: ଏଠାରେ ଗୁରୁବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଗରେ...

ବାରବାଟୀରେ ‘ଷ୍ଟାର ସ୍ପୋର୍ଟସ’ ଟିମ୍‌

କଟକ ଅଫିସ,୧୮ା୧୧- ‘ଷ୍ଟାର୍‌ ସ୍ପୋର୍ଟସ’ର ଏକ ଟିମ୍‌ ରବିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନରେ ଆସିଥିଲା। ଆସନ୍ତା ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରସାରଣ ଦାୟିତ୍ୱ ଷ୍ଟାର ସ୍ପୋର୍ଟସ...

ବିଶ୍ୱକପ୍‌ ଆୟୋଜକଙ୍କୁ ଗାଭାସ୍କରଙ୍କ ସମାଲୋଚନା

ମାଞ୍ଚେଷ୍ଟର,୧୬ା୬: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ବିଶ୍ୱକପ୍‌ ଆୟୋଜକ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ସମାଲୋଚନା କରିଛନ୍ତି। ବର୍ଷା ପ୍ରଭାବିତ ଗ୍ରାଉଣ୍ଡକୁ...

କେସିଏ ପ୍ରେସିଡେଣ୍ଟ୍ସ କପ୍‌ ଖେଳିବେ ଶ୍ରୀସନ୍ଥ୍‌

କୋଚି : ଭାରତର ପୂର୍ବତନ ପେସ୍‌ ବୋଲର ଏସ୍‌. ଶ୍ରୀସନ୍ଥ୍‌ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ। କେରଳ କ୍ରିକେଟ ଆସୋସିଏଶନ (କେସିଏ) ଦ୍ୱାରା ଆୟୋଜିତ ସ୍ଥାନୀୟ ଏକ...

Advertisement
Archives

Model This Week