Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜିର ସ୍ବଗୃହୀ ଚତୁର୍ଥ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ବକ୍ରୀଶୁକ୍ରଙ୍କ ଯୋଗୁ ପରିବହନ, ବ୍ୟବସାୟ,ବାଣିଜ୍ୟରେ କିଛି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। ଅନ୍ୟମାନଙ୍କ କଥା ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। କିନ୍ତୁ ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ସ୍ବଗୃହୀ ମଙ୍ଗଳଜନିତ ଆପଣ ଜମିଜମା ବିଷୟରେ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବେ। ଅବଶ୍ୟ ଆପଣଙ୍କର ପିଲାମାନେ ଆପଣଙ୍କୁ ଏ ଦିଗରେ ସାହାଯ୍ୟ କରିପାରନ୍ତି। ଆନୁଷ୍ଠାନିକ କାମରେ କେତେକ ସମସ୍ୟା ସୃଷ୍ଟି ହୋଇପାରେ। ରାଜନୀତିର ଦୃଢ଼ ପୃଷ୍ଠପୋଷକତା ଯୋଗୁ ବିଶେଷ କିଛି ଅସୁବିଧା ହେବନି।
ମିଥୁନ
ମିଥୁନ
ରାଶିକୁ ରବି ଓ ବୁଧଙ୍କ ଦୃଷ୍ଟି ଯୋଗୁ ଆପଣ ବନ୍ଧୁଗହଣରେ କଡ଼ା ଭାଷା ପ୍ରୟୋଗ କରି ଶତ୍ରୁତା ଅର୍ଜନ କରିବେ। ଯେଉଁ ନିଷ୍ପତ୍ତି ନେବେ, ତାହା ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ମାଲି ମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଭାବେ ଫଳ ପାଇପାରନ୍ତି।
କର୍କଟ
କର୍କଟ
ବନ୍ଧୁମାନେ କାମ ହାସଲ ପାଇଁ ସମସ୍ୟା ଉପୁଯାଇ ପାରନ୍ତି। ଶାରୀରିକ କ୍ଷେତ୍ରରେ ଅଜୀର୍ଣ୍ଣ, ଉଚ୍ଚ ରକ୍ତଚାପ କିମ୍ବା ଡାଇବେଟିସ୍‌ ବଢ଼ି ଯାଇପାରେ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅବଶ୍ୟ ସବୁ କଥାରେ ନରମି ରହି ପାରିଲେ ହିଁ ସୁଫଳ ପାଇବେ। ପ୍ରଶାସନିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ସି˚ହ
ସି˚ହ
କର୍ମସ୍ଥ ରାହୁ ରାଶ୍ୟାଧିପ ନକ୍ଷତ୍ରସ୍ଥ ଯୋଗୁ ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବ। ଆଜି ଗୁଡ଼ାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି, କିନ୍ତୁ କିଛି କରିବାର ଉପାୟ ପାଇବେ ନାହିଁ।
କନ୍ୟା
ଗୁରୁଦୃଷ୍ଟ ପାପଯୁକ୍ତ ମଙ୍ଗଳ ହେତୁ ସମ୍ପର୍କୀୟମାନେ ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ଆପଣଙ୍କ ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରିପାରନ୍ତି। ଯାନ ବାହନରେ ସତର୍କ ରୁହନ୍ତୁ। କେତେଦିନ ହେଲା ସହକର୍ମୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ।
ତୁଳା
ତୁଳା
ଶନି କ୍ଷେତ୍ରସ୍ଥ ଶୁକ୍ର ହେତୁ କାହା ମିଠା କଥାରେ ଭାସିଗଲେ ସମସ୍ୟାରେ ପଡ଼ିବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି ସାଙ୍ଗକୁ ଉଚ୍ଚ ଅଧିକାରୀଙ୍କ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବିଛା
ବିଛା
ସାଧାରଣ ବ୍ୟତିକ୍ରମ ମଧ୍ୟରେ ସ୍ବାସ୍ଥ୍ୟ ନିୟନ୍ତ୍ରିତ ଅବସ୍ଥାରେ ରହିବ। ପରିସ୍ଥିତି ଭିନ୍ନ ମୋଡ଼ ନେବା କାରଣରୁ ପ୍ରତ୍ୟେକ ପରିସ୍ଥିତି ସୁଧୁରି ଯାଇପାରେ। ଗତକାଲିଠାରୁ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ। ଲେଖାପଢ଼ା, କଳା, ସାହିତ୍ୟ, ସାମ୍ବାଦିକତାରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ।
ଧନୁ
ଧନୁ
ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ହେତୁ ଆପଣଙ୍କ ଜନହିତକର କାମ ଲୋକପ୍ରିୟତାକୁ ବୃଦ୍ଧି କରିବ। କେତେକ ନୂତନ କାମର ପରିକଳ୍ପନା କରିବେ, କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ବହୁତ ଶ୍ରମ ଓ ହଇରାଣ ମଧ୍ୟରେ ଆନୁଷ୍ଠାନିକ କାମକୁ ବାସ୍ତବରୂପ ଦେଇପାରନ୍ତି। ପାରିବାରିକ ସ୍ଥିତିରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
ମକର
ମକର
ମୁଖଭାବସ୍ଥ ବୃହସ୍ପତିଙ୍କ ଯୋଗୁ ଆପଣ ଯୁକ୍ତିଯୁକ୍ତ କଥା କହି ଅର୍ଥ ଓ ସମ୍ମାନ ଲାଭ କରିବାରେ ସଫଳ ହେବେ। ଅଫିସ୍‌ରେ ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହୋଇପାରେ। ପରିବାର ଏବଂ କର୍ମକ୍ଷେତ୍ରରେ ଟେନ୍‌ସନ୍‌ କିଛି ମାତ୍ରାରେ କମିଯିବ। କିନ୍ତୁ ସାମୟିକ ଭାବରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ଦ୍ୱିତୀୟଭାବ ଶନି ଦୃଷ୍ଟ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିବା ଭଲ ହେବ। ପରିବାରରେ ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିପାରେ। ବନ୍ଧୁଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ। ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ଜମିଜମା ସମସ୍ୟା, ବ୍ୟବସାୟ କିମ୍ବା ପରିବହନରେ ଝଗଡ଼ା ଜଟିଳ ହେବ।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କହି ବିବାଦୀୟ ହୋଇପାରନ୍ତି। ଷଷ୍ଠାଧିପତି ଯୁକ୍ତ ବୁଧଙ୍କ ଯୋଗୁ ଋଣ ପରିଶୋଧ ସକାଶେ ଅର୍ଥବ୍ୟବସ୍ଥା କରିବାକୁ ବାଧ୍ୟ ହେବେ। ଛୋଟ କଥାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ସହ କଳହ ଆଶଙ୍କା ରହିଛି। ପୂର୍ବଭାଦ୍ରବ ନକ୍ଷତ୍ର ଗୃହ କାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇ ପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁଲାଇ ୧୯ ତାରିଖ – Daily Horoscope

ମେଷ ଅର୍ଥ ସମ୍ପର୍କକୁ କେନ୍ଦ୍ର୍ରକରି ବନ୍ଧୁ ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟରେ କେତେକ ସମସ୍ୟା ହଠାତ୍‌ ଦେଖାଯିବା କାରଣରୁ ସ୍ଥଗିତ ରହିପାରେ। ଅଶ୍ୱିନୀ...

ରାଶିଫଳ: ଗୁରୁବାର, ଜୁଲାଇ ୧୮ ତାରିଖ – Daily Horoscope

ମେଷ ଆଜି ଯାହାକୁ ଯାହା କହିବେ କେହି ଅସ୍ବୀକାର କରିବେନି। ପ୍ରତ୍ୟୁଷ ଯାତ୍ରା ସମୟରେ ଜଣେ ବନ୍ଧୁଙ୍କୁ ଭେଟିବେ, ଯାହାଙ୍କ ଦ୍ୱାରା ଆପଣଙ୍କ ଅଟକିଥିବା କାର୍ଯ୍ୟ...

ରାଶିଫଳ: ବୁଧବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ରଜନିତ ମାନସିକ ଅସ୍ଥିରତା ମଧ୍ୟରେ କାମ କରିବାକୁ ପଡ଼ିପାରେ। ଚତୁର୍ଥସ୍ଥ ଶୁକ୍ରଙ୍କ ପ୍ରଭାବରେ ଭୋଗବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇବେ।...

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଓ ଶୁକ୍ରଙ୍କ କ୍ଷେତ୍ର ବିନିମୟ ଯୋଗରୁ ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ପ୍ରଶସ୍ତ ରହିବ। ଯେଉଁ ବନ୍ଧୁମାନେ ପାଖ ମାଡୁ ନ...

ରାଶିଫଳ: ସୋମବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜି ଧନଲାଭ ସଙ୍ଗକୁ ନିକଟ ସମ୍ପର୍କୀୟମାନଙ୍କ ଆଦର ଓ ସୌଜନ୍ୟତାରୁ ଖୁସୀ ରହିବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ...

ରାଶିଫଳ: ରବିବାର, ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ଅର୍ଥନୈତିକ ଅଭିବୃଦ୍ଧି ମନକୁ ଖୁସି ରଖିବ। ଯାତ୍ରା ପ୍ରୀତିପ୍ରଦ ରହିବା ସହ ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ କ୍ଷେତ୍ର୍ରରେ ମଧ୍ୟ ସୁନାମ ଅର୍ଜନ...

ରାଶିଫଳ: ଶନିବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ ଷଷ୍ଠସ୍ଥ ହେତୁ ଦୂରଯାତ୍ରାରେ ଅପବ୍ୟୟଜନିତ ମନସ୍ତାପ କରିପାରନ୍ତି। ବାଣିଜ୍ୟ, ପରିବହନ, ମନୋରଞ୍ଜନ, ସାହିତ୍ୟ, ସଙ୍ଗୀତ ପ୍ରଭୃତିରେ ବାଧା ରହିବ ନାହିଁ।...

ରାଶିଫଳ: ଶୁକ୍ରବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଗୁରୁଙ୍କ କୃପାରୁ କିଛିଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri