ଭାଇଙ୍କ ଆଗରେ ଗଲା ଭଉଣୀଙ୍କ ଜୀବନ

ଚିକିଟି,୨୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ମୁଖ୍ୟ ବଜାର ନିକଟରେ ଶନିବାର ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକିଟି ବ୍ଲକ ଲାଲମେଣ୍ଟା ପଞ୍ଚାୟତ ବଡ଼କେଳାଝୁରି ଗ୍ରାମର ମମତା ପ୍ରଧାନ (୩୫)।

ମମତା ଏକ ସପ୍ତାହ ହେଲା ଦିଗପହଣ୍ଡି ବ୍ଲକ ଅଧୀନ ବୋମକେଇ ଗ୍ରାମ ବାପ ଘରକୁ ଆସିଥିଲେ। ହେଲେ ଶନିବାର ମଧ୍ୟାହ୍ନରେ କୌଣସି କାମରେ ଭାଇ ଦେବେନ୍ଦ୍ରଙ୍କ ସହିତ ବାଇକ୍‌ରେ ଚିକିଟି ଯାଉଥିଲେ। ସେତିକିବେଳେ ଏକ ଟ୍ରକ୍‌ (ନଂ.ଏପି ୨୭ ଯୁବି ୬୯୫୯) ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଭାଇ ଦେବେନ୍ଦ୍ର ରାସ୍ତାକଡ଼ରେ ଛିଟିକି ପଡିଥିବା ବେଳେ ଭଉଣୀ ମମତା ପଛ ଚକା ତଳେ ପଡିଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଚିକିଟି ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ମାମଲା(ନଂ. ୨୬୮/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ରୁ ଟଙ୍କା ଗାଏବ ମାମଲା : ଜଳେଶ୍ୱରରୁ ଅଭିଯୁକ୍ତଙ୍କୁ ଗିରଫ କଲା ଛତିଶଗଡ଼ ପୋଲିସ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ଏଟିଏମ୍‌ରୁ ଚଞ୍ଚକତା କରି ଟଙ୍କା ଗାଏବ ଘଟଣାରେ ଛତିଶଗଡ଼ ରାଜ୍ୟ ରାଜନନ୍ଦଗାଁଓ ଜିଲା ଲାଲବାଗ ଥାନାର ଏକ ପୋଲିସ ଟିମ୍‌ ଜଳେଶ୍ୱର ବ୍ଲକ ରାଇବଣିଆ...

ବିଜେଡିରେ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୭ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ନେଇ ଦଳରେ ଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଗୋଳିିଆ ପାଣିରୁ ବିରୋଧୀ ଭାଜପା ଏବଂ...

ପୋଖରୀରେ ବୁଡ଼ି ନାବାଳିକା ମୃତ

ମହାକାଳପଡ଼ା,୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନୀତି ପଞ୍ଚାୟତର ସ୍ଥାନୀୟ ବେଣାକନ୍ଧା ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ...

ନୂଆ ବାଇକ୍‌ କିଣିବାକୁ ଯାଇଥିଲେ ଅଜା ନାତି , ଶୋ’ରୁମ୍‌ ଆଗରୁ ଦେଢ଼ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର,୩୦।୧୨(ଡି.ଏନ୍‌.ଏ.): ଅଜା ନାତି ନୂଆ ବାଇକ କିଣିବାକୁ ଶୋ’ରୁମକୁ ଯାଇଥିଲେ। ବାଇକ ଦେଖୁଥିବା ବେଳେ ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।...

ଗଞ୍ଜେଇ ଚାଲାଣ ବେଳେ ଗୋଲୁର ସରପଞ୍ଚ ଗିରଫ

କୋରାପୁଟ,୪ା୪(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ଥାନା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶ ଦେଇ ଝାଡଖଣ୍ଡ ଗଞ୍ଜେଇ ଚାଲାଣ ବେଳେ ସୋମବାର ଆନ୍ଧ୍ରର ଆରକୁ...

ସମ୍ପତ୍ତି ବାଜ୍ୟାପ୍ତି ଲଟ୍‌କା ଲଗାଇଲା ପୋଲିସ

ଛେଣ୍ଡିପଦା,୭ ।୧ (ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଗଞ୍ଜେଇ ମାଫିଆ ଚିତ୍ତରଞ୍ଜନ ସାହୁ ଓରଫ ପିଣ୍ଟୁ ଏବଂ ତାଙ୍କ...

ଲକ୍‌ଡାଉନ୍‌ ପରେ ହଷ୍ଟେଲ୍‌ ଛାଡୁଛନ୍ତି ଛାତ୍ରୀଛାତ୍ର, ଗାଡ଼ିମୋଟର ନ ଥିବାରୁ ସମସ୍ୟା ଭୋଗୁଛନ୍ତି ଅଭିଭାବକ

ରାଇକିଆ,୨୫।୩(ଡି.ଏନ୍‌.ଏ.): ସାରା ଦେଶରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ। ଦୋକାନ ବଜାର ବନ୍ଦ ରହିବା...

ବୁଲୁଥିବା ଲୋକଙ୍କୁ ଇ-ଚାଲାଣ, ପୋଲିସର ମୃଦୁ ଲାଠି ଚାଳନା

ବ୍ରହ୍ମପୁର ଅଫିସ,୨୬ା୩-କରୋନାର ମୁକାବିଲା ତଥା ସଂକ୍ରମଣକୁ ରୋକିବା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ର ପଞ୍ଚମ ଦିନରେ ବ୍ରହ୍ମପୁରରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା।...

Advertisement
Archives

Model This Week