ମେଷ

ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ ମନଦୁଃଖ ହେବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ବ୍ୟବସାୟ, ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ।
ବୃଷ

ସ୍ବାସ୍ଥ୍ୟ ସମସ୍ୟା ବହୁଳାଂଶରେ ନିୟନ୍ତ୍ରଣାଧୀନ ରହିବାରୁ ମାନସିକ ଆଶ୍ୱସ୍ତି ଅନୁଭବ କରିବେ। ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ ହେବେ। ଅବଶ୍ୟ ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଆଜିର ଯାତ୍ରା ସଫଳ ହେବ।
ମିଥୁନ

ଯାହା ଚାହୁଁଛନ୍ତି ତାହା ପାଇବେ ଏବଂ ପ୍ରତ୍ୟେକ କର୍ମ ଶୁଭପ୍ରଦ ହେବ। ଆବଶ୍ୟକ ସ୍ଥଳେ ବନ୍ଧୁଙ୍କ ସାହାଯ୍ୟ ଲୋଡିପାରନ୍ତି। କିନ୍ତୁ ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିବେ। କ୍ରୀଡା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବାର ଯୋଗ ରହିଛି।
କର୍କଟ

କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହସ ଜୁଟିଯିବ। କେତେକ ଭୁଲ୍ କରି ସମାଲୋଚିତ ହୋଇପାରନ୍ତି। କର୍ମଜଞ୍ଜାଳର ବ୍ୟସ୍ତତା ମଧ୍ୟରେ ବିତର୍କଜନିତ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବଢ଼ିଯିବ।
ସି˚ହ

ଶାରୀରିକ ଅସୁସ୍ଥତା ଲାଗି ରହୁଥିବାରୁ ପୂର୍ବ ଶତ୍ରୁତାର କୁଫଳ ସଦୃଶ ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ। ପାରିବାରିକ କ୍ଷେତ୍ରରେ ନୀରବ ରହିପାରିଲେ ଭଲ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ମାତ୍ର କାମର ଚାପ ବଢିଯିବ। ଶିଳ୍ପ, ବାଣିଜ୍ୟ, ପ୍ରଶାସନିକ ଆଲୋଚନା ଏବଂ ରାଜନୈତିକ ବିଚାରବିମର୍ଶ ଭଲ ରହିବ।
କନ୍ୟା

ବନ୍ଧୁଙ୍କ ଜରିଆରେ ସମସ୍ୟା ସମାଧାନ ପାଇଁ ଯେତେ ଚେଷ୍ଟା କଲେ ପାରିବେ ନାହିଁ। ପରିବାରରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ନିଜ ପରିସର ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ। ପରିଜନଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ତୁଳା

ଦୀର୍ଘଦିନର ପରିକଳ୍ପନାରେ ନୂଆ ନୂଆ ଯୋଜନାର ନକ୍ସା ପ୍ରସ୍ତୁତ କରିବେ। ଖର୍ଚ୍ଚ ବୃଦ୍ଧିଜନିତ ଦୈନନ୍ଦିନ ଜୀବନରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ପାଇବାକୁ ଥିବା ଅର୍ଥ କିମ୍ବା ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହେବେ। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ରହିଥିବା କାରଣରୁ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି।
ବିଛା

ଯେକୌଣସି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ପାଇବେ। ତଥାପି ଯେତିକିଟା ସାହାଯ୍ୟ, ସହଯୋଗ ଆଶା ରଖିଛନ୍ତି ସେତିକି ମିଳି ନ ପାରେ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ଏଜେନ୍ସିପ୍, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ନୂତନ କର୍ମାରମ୍ଭ, କଳା ଓ ଏଜେନ୍ସିପ୍ ପ୍ରଭୃତିରୁ ସୁଫଳ ପାଇବେ।
ଧନୁ

ଅଧିକାଂଶ ସମୟ ବିସ୍ମରଣଜନିତ ସମସ୍ୟାର ସମ୍ମୁଖୀନ ହେବେ। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନଙ୍କ ଦ୍ୱାରା କାର୍ଯ୍ୟ ହାସଲ ଆଶାରେ ପୂର୍ଣ୍ଣଚ୍ଛେଦ ପଡିପାରେ। ସମୟାନ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର ମନ୍ଦ ହେବନାହିଁ।
ମକର

କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ସହଯୋଗମୂଳକ କାମରେ ସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡା ଲାଗିପାରେ। ସାମାଜିକ ସ୍ତରର ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ।
କୁମ୍ଭ

ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ। ଅଧିକାଂଶ ସମୟ ଅନ୍ୟମନସ୍କ ହେତୁ ପ୍ରତ୍ୟେକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସକାଳୁ ସକାଳୁ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବାର ସୂଚନା ରହିଛି। ନିକଟ ସମ୍ପର୍କୀୟଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ମନ ବିଚଳିତ ରହିବ ା
ମୀନ
ଦୀର୍ଘଦିନ ହେଲା ଯାହା ଆଶା କରୁଥିଲେ ତାହା ବିଳମ୍ବରେ ମିଳିବ। ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂରେଇ ଯିବ ା ପୂର୍ବଭାଦ୍ରପଦ ନକ୍ଷତ୍ର ଅସୁସ୍ଥତା କାରଣରୁ କାମରେ ଅବହେଳା କରିପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ଆଦୃତ ହେବେ ା ବାଣିଜ୍ୟ ଓ ପରିବହନରୁ ଲାଭ ହେବ ା
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.