ଉପଜିଲାପାଳଙ୍କୁ ବି ଛାଡ଼ିଲେନି, ଲୁଟ୍‌ ଉଦ୍ୟମ କରି ବନ୍ଧା ହେଲେ ୩

ବଡ଼ବିଲ,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଉପ-ଜିଲାପାଳଙ୍କ ଗାଡ଼ି ଅଟକାଇ ଲୁଟ୍‌ ଉଦ୍ୟମ ଅଭିଯୋଗରେ ପୋଲିସ ଶନିବାର ୩ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରାସାହି ଅଞ୍ଚଳର ପ୍ରସନ୍ନଜିତ ଓରାମ, ସୁମନ କୁମାର ପାତ୍ର ଏବଂ ଝାଡ଼ଗାଁ ଅଞ୍ଚଳର ଶିବମ ସାଣ୍ଡିଲ।

ବଡ଼ବିଲ ଥାନାରେ ଶନିବାର ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ ଦେଇଥିବା ଏତଲାକୁ ଭିତ୍ତିକରି ପୋଲିସ ବଡ଼ବିଲ ଥାନାରେ କେସ୍‌ ନଂ-୨୫୫/୨୧ରେ ମାମଲା ରୁଜୁ ସହ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏତଲା ଅନୁଯାୟୀ, ଶୁକ୍ରବାର ରାତିରେ ଚମ୍ପୁଆ ଉପ-ଜିଲାପାଳ ବଡ଼ବିଲ ପୌର କାର୍ଯ୍ୟାଳୟକୁ ଯାଉଥିବା ସମୟରେ ବଡ଼ବିଲ ତହସିଲ ଛକ ତଥା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ ଉଦ୍ୟମ କରି ଲୁଟ୍‌ ଉଦ୍ୟମ କରିଥିଲେ ଏବଂ କୌଣସି ମତେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ମୁକୁଳି ଯାଇଥିଲେ। ଏ ନେଇ ଶନିବାର ଉପଜିଲାପାଳ ପ୍ରୀତିମୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। ତେବେ ଶୁକ୍ରବାର ରାତିରେ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ଏଭଳି ଏକ ଗୁରୁତର ଘଟଣା ଘଟିଥିଲେ ହେଁ ତୁରନ୍ତ ପୋଲିସକୁ କୌଣସି ସୂଚନା ଦିଆଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ: ଅଭିଯୁକ୍ତ ଗିରଫ

ବଡବିଲ,୨୨।୫(ସ୍ବ.ପ୍ର.)-ସୋସିଆଲ ମିଡିଆରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ବଡବିଲ ଥାନା ପୋଲିସ ବାକଲ ହଟିଂ ଅଞ୍ଚଳର ଏମଡି ଅଖତାର ଖାନଙ୍କୁ...

ଗଞ୍ଜାମରୁ ପୁଣି ୩୨ ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨୫ରେ ପହଞ୍ଚିଲା

ଛତ୍ରପୁର, ୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ସୋମବାର ପୁଣି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ରହିଥିବା...

ବାଇଗଣ ଗଛରେ ଫଳୁଛି ଲଙ୍କା, ଟମାଟୋ

ନୟାଗଡ ଅଫିସ,୧୩।୨: ଗୋଟିଏ ଗଛରେ ଫୁଟୁଛି ୫ କିସମର ଫୁଲ । ବାଇଗଣ ଗଛରେ ଫଳୁଛି ଲଙ୍କା ଓ ଟମାଟୋ । ପୁଣି ବିନା ମାଟିରେ...

‘ଲକ୍ଷ୍ୟ’ ଦୌଡ଼ରେ ଜିଲା ମୁଖ୍ୟ ଚିକିତ୍ସାଳୟ

ଜଗତ୍‌ସିଂହପୁର ଅଫିସ,୨୬।୭: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଗୁଣାବତ୍ତା ଉନ୍ନତି କାର୍ଯ୍ୟକ୍ରମ ଚାଲିଛି। ଏନେଇ ନ୍ୟାସନାଲ କ୍ବାଲିଟି ଆସୁରାନ୍ସ...

ମଧ୍ୟାହ୍ନଭୋଜନରେ ପୋକ, ଚୁଟି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ। ଘରୋଇ ବିଦ୍ୟାଳୟ ପ୍ରତି ମୋହ ତୁଟାଇ କିପରି ସରକାରୀ ବିଦ୍ୟାଳୟରେ ପିଲାମାନେ ପାଠ...

୨.୬୧ ଲକ୍ଷ ପରିବାରକୁ ୭୫ ହଜାର ତ୍ରିରଙ୍ଗା

ଜଗତ୍‌ସିଂହପୁର ଅଫିସ୍‌, ୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ପରିବାର ସେମାନଙ୍କ ଘରେ ଜାତୀୟ ପତାକା ଉଡାଇବା ପାଇଁ କେନ୍ଦ୍ର ଓ ରାଜ୍ୟ...

୬ ଜଣ ଅସୁସ୍ଥଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇଲା ପ୍ରଶାସନ

ବୁଗୁଡା,୧୨।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅନ୍ତର୍ଗତ ୨ଟି କ୍ୱାରାଣ୍ଟାଇନ ସେଣ୍ଟରରୁ ସୋମବାର ରାତିରେ ୬ ଜଣ ଅସୁସ୍ଥଙ୍କୁ ସ୍ବାସ୍ଥ୍ୟପରୀକ୍ଷା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି।...

ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ: ୪ ଅଟକ

ଛତିଆ,୧୩।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆ ନିକଟ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା କାରଖାନା ଉପରେ ସୋମବାର ଚଢ଼ାଉ କରାଯାଇଛି। ଥାନା ଅଧିକାରୀଙ୍କ...

Advertisement
Archives

Model This Week