Posted inRasifala

ରାଶିଫଳ: ମଙ୍ଗଳବାର, ମେ ୨୪ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ସମସ୍ୟା ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକମାନେ ଦୂରେଇ ଯାଇପାରନ୍ତି। ଦ୍ୱିଜା ନକ୍ଷତ୍ର ଘରର ଅସଜଡ଼ା କାମକୁ ସଜାଡ଼ିନେବା ସକାଶେ ମନସ୍ଥ କରିବେ।
ବୃଷ
ବୃଷ
ଘରେ ଅସାବଧାନତାବଶତଃ କୌଣସି ମୂଲ୍ୟବାନ୍‌ ଦ୍ରବ୍ୟ ନଷ୍ଟ ହୋଇପାରେ। ଅଫିସ୍‌କୁ ହଠାତ୍‌ ଯିବା ସମୟକୁ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ରୋହିଣୀ ନକ୍ଷତ୍ର ଅସ୍ଥିରତା କାରଣରୁ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତାକୁ ଠିକ୍‌ ମାର୍ଗରେ ସମାଧାନ କରିବାରେ ସମର୍ଥ ହେବେ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟାକଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କେତେକ କାମ କରିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ଅର୍ଥଲାଭ ସାଙ୍ଗକୁ ସାମାଜିକ ସ୍ତରରେ ମଧ୍ୟ ସମ୍ମାନିତ ହୋଇପାରନ୍ତି। ଚେଷ୍ଟା ସଫଳ ହେବା ପାଇଁ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଖବର ପାଇ ଖୁସି ହେବେ। ଆପଣଙ୍କୁ ଏହା ସାହାଯ୍ୟ କରିବ।
ସି˚ହ
ସି˚ହ
ସକାଳୁ ଶୁଭ ଖବର ସାଙ୍ଗକୁ ଅର୍ଥଲାଭରୁ ମନଟା ଖୁସି ହୋଇଯାଇପାରେ। ନିକଟସ୍ଥ ଈର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ପ୍ରତ୍ୟୁଷରୁ ତରବରିଆ ଯାତ୍ରା କରିବା ପୂର୍ବରୁ ଜିନିଷପତ୍ରକୁ ଆଉ ଥରେ ଦେଖିନେବା ଭଲ ହେବ। ଧାର ସୂତ୍ରରେ ଅର୍ଥ ପାଇବେ ଓ ନୂତନ ଜିନିଷ ଲାଭକରି ଖୁସି ହେବେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି,ତାହା ନିଶ୍ଚୟ ପାଇବେ । ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ।
ତୁଳା
ତୁଳା
ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଅଫିସ ଭିତରେ ସହକର୍ମୀଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ପୂର୍ବ ବିବାଦରୁ କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି କାରଣରୁ ବିଚଳିତ ହେବେ।
ବିଛା
ବିଛା
ଆଜି କାମ ହାସଲ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ପଡ଼ୋଶୀଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିପାରନ୍ତି। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡ଼ିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ତଥାପି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ସମସ୍ୟାରେ ଜଡ଼ିତ ହୋଇଥିବାରୁ ମନ ବିଚଳିତ ରହିବ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ନିଜ ସହ ତୁଳନାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କୁଟୀରଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ଭଲ ରହିବ।
ମକର
ମକର
କର୍ମକ୍ଷେତ୍ରରେ ଅସଜଡ଼ା ପରିସ୍ଥିତିକୁ ସହକର୍ମୀଙ୍କ ଜରିଆରେ ସଜାଡ଼ି ନେବେ। ପ୍ରକଳ୍ପ କାର୍ଯ୍ୟ, ପରିବହନ, ଶିଳ୍ପ, ନିର୍ମାଣ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ଉଦ୍ରେକ ହୋଇପାରେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।
କୁମ୍ଭ
କୁମ୍ଭ
ଯେଉଁ କାମରେ ହାତ ଦେବା ପାଇଁ ଚିନ୍ତା କରୁଛନ୍ତି,ତାହା ଆପଣଙ୍କୁ ଦ୍ୱନ୍ଦ୍ୱାମତ୍କ ସ୍ଥିତିରେ ପକାଇ ଦେଇପାରେ। ଆଜିର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ। ଅର୍ଥନୈତିକ, ସାମାଜିକ, ପାରିବାରିକ, କଳାମତ୍କ ଦିଗ ସକାଶେ ଦିନଟି ବହୁତ ଭଲ।
ମୀନମୀନ
କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଲଦିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତି, କଳା, ସାହିତ୍ୟ, ସାମ୍ବାଦିକତା, ନୂତନ ବନ୍ଧୁ ସମ୍ପର୍କରେ ବିଶେଷ ଉନ୍ନତି କରିବେ। ପରିବାରର ଛୋଟ ଛୋଟ କଥାକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ପାରିବାରିକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଅନୁରୋଧବଶତଃ…

ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope daily-horoscope-August-2th-2026

ମେଷ ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ ଆଜି ରାଜନୀତି, ଆଇନ, ଅଦାଲତ ତଥା ସାଂଗଠନିକ କାର୍ଯ୍ୟ ଆଲୋଚନାରେ ସଫଳତା ପାଇବେ। କିନ୍ତୁ ଶିକ୍ଷା,ସନ୍ତାନ ଓ ସମ୍ପର୍କ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ। ବନ୍ଧୁ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ ଆଜି ବନ୍ଧୁବାନ୍ଧବ,ସହକର୍ମୀ,ଧାରକରଜ,ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହ ଆଶଙ୍କା। ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri