ଘର୍‌ ଘର୍‌ ତ୍ରିରଙ୍ଗା

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛ। ଏହି କ୍ରମରେ ବରଗଡ଼ ଜିଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଗାନ୍ଧୀଛକରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ଶୋଭାଯାତ୍ରାରେ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଜିଲାପାଳ ଆଦିତ୍ୟ ଗୋୟଲ, ଏସ୍‌ପି ପି.ଏସ୍‌ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପାଇକମାଲ (ବଡ ଶତପଥି):
ବରଗଡ଼ ଜିଲା ପାଇକମାଳରେ ବ୍ଲକ ସ୍ତରୀୟ ତ୍ରିରଙ୍ଗା ଯାତ୍ରାର ମହା ସମାବେଶ ଆୟୋଜିତ ହୋଇଯାଇଛି। ପାଇକମାଳ ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ସ୍କୁଲ ଓ ବିଭିନ୍ନ ଅନୁଷ୍ଠାନ ଗୁଡିକ ଯୋଗ ଦେଇଥିଲେ। ପାଇକମାଳ ଏମଇ ସ୍କୁଲ ପଡିଆରୁ ସମସ୍ତ ଛାତ୍ରୀଛାତ୍ର ତଥା ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିରାଟ ତ୍ରିରଙ୍ଗା ଯାତ୍ରା ରାଲିରେ ବାହାରି ପାଇକମାଳ ମୁଖ୍ୟ ଛକରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ସଚେତନ ନାଗରିକ, ବୁଦ୍ଧିଜିବୀ ଛାତ୍ରୀଛାତ୍ର ସାମିଲ ହୋଇଥିଲେ।
ଗାଇସିଲେଟ (ଦୁର୍ଗା ପ୍ରସାଦ ତ୍ରିବେଦୀ):
ଗାଇସିଲେଟରେ ହର୍‌ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଙ୍ଗଳାବର ଅନୁଷ୍ଠିତ ହୋଇଯାଇଛି। ଗାଇସିଲେଟ ବିଡିଓ ଲକ୍ଷ୍ମଣ ବାଗିଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଦସ୍ତଖତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଯୋଗଦେଇ ଥିଲେ। ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଶିଶୁମନ୍ଦିର, ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଅନେକ ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ରାଲିରେ ଯୋଗଦେଇଥିଲେ। ପ୍ରଥମେ ସମ୍ବିଧାନ ରଚୟିତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଡାକ୍ତରଖାନା ଛକ,ବସଷ୍ଟାଣ୍ଡ ଦେଇ ସହିଦ ଛକକୁଯାଇ ବିଧାୟକ ସନତ କୁମାର ଗଡତିଆ, ସରପଞ୍ଚ ସମିତି ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ସରପଞ୍ଚ ଶରତ କାଲୋ, ୟୁଥ କ୍ଲବ ସଭାପତି ରଞ୍ଜନ କୁମାର ପଣ୍ଡା, ପାଣ୍ଡବ ପନ୍ଦ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସରଣ୍ଡା (ଯୁଧିଷ୍ଠିର ମହାପାତ୍ର):
ଅତାବିରା ବ୍ଲକ ଏନଏସି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୂର୍ଯ୍ୟ କୁମାର ନାଏକ,ଏବିଡିଓ ଗିରିନ୍ଦ୍ର ସାହୁ,ଜିଡିପିଓ ମହମ୍ମଦ ଆକବର, ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ରବି ନାରାୟଣ ମିଶ୍ର, ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ଏଏସଆଇ ତ୍ରୈଲେନ୍ଦ୍ର ସେନାପତି, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ତ୍ରିରଙ୍ଗା ଯାତ୍ରା ସିନେମା ହଲରୁ ବାହାରି ତହସିଲ ଛକ ପର୍ଯ୍ୟନ୍ତ ଯାଇଥିଲା।
ସେହିପରି ଲରମ୍ଭା ମହାବିଦ୍ୟାଳୟରେ ହର୍‌ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଲେଜ ପ୍ରାଧ୍ୟାପକ ଡ. ଦିଗମ୍ବର ଚାନ୍ଦ ଏହାର ଶୁଭାରମ୍ଭ କରିଥିଲେ। ସରପଞ୍ଚ ସାବିତ୍ରୀ ପଣ୍ଡା, ତାଙ୍କ ପ୍ରତିନିଧି ବିଜୟ କୁମାର ପଣ୍ଡା, ସମିତି ସଭ୍ୟା ସୁମିତ୍ରା ରଣା ପ୍ରମୁଖ ଏଥିରେ ଯୋଗଦେଇ ଥିଲେ। ଶୋଭାଯାତ୍ରା କଲେଜ ପରିସରରୁ ବାହାରି ଲରମ୍ଭା ଗ୍ରାମ ପରିକ୍ରମା କରିଥିଲା। ଏନସିସି ଅଧିକାରୀ ପାଟମଞ୍ଜରୀ ସାହୁ (ଆର୍ମି ) ଓ ସରୋଜ କୁମାର ନାୟକ (ନାଭାଲ)ଙ୍କ ତତ୍ତ୍ବାବଧାନରେ ଶୋଭାଯାତ୍ରା ହୋଇଥିବା ବେଳେ ଏନଏସଏସ ଅଧିକାରୀ ଡ. ଅଜିତ କୁମାର ନାଥ, ଶିକ୍ଷକ ବିନୟ କୁମାର ନାୟକ, ଯୁବ ରେଡକ୍ରସ ଅଧିକାରୀ ସୁନୀଲ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଛାତ୍ରୀଛାତ୍ର ସ୍ବାଧୀନତା ସଂଗ୍ରାମୀଙ୍କ ଅଭିନୟ କରି ସ୍ଲୋଗାନ ସହ ଯାତ୍ରା ପରିକ୍ରମା କରିଥିଲେ।
ସୋହେଲା (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୋହେଲା ତହସିଲଦାର ଶୁଭଙ୍କର ନାୟକ, ବିଡିଓ ସୁରେନ୍ଦ୍ର ମେହେର ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଦୁର୍ଗାମନ୍ଦିରରୁ ବାହାରି ପଦ୍ମପୁର ରୋଡ, ମସଜିଦ ଛକ, ଥାନା ଛକ, ଗାନ୍ଧୀ ଛକ ଦେଇ ପୁଣି ଦୁର୍ଗାମନ୍ଦିର ପରିସରକୁ ଫେରିଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ବ୍ଲକ ଅଧ୍ୟକ୍ଷା ବବି ପଧାନ, ଅନୀଲ ପଧାନ, ଏବିଡିଓ ଭିଜିଲ ଲାକ୍ରା, ଅତିରିକ୍ତ ଯନ୍ତ୍ରୀ ଦୀପ୍ତି ମେମ, ଆଇଆଇସି ପ୍ରଣୟ ମୁର୍ମୁ , ଏବିଇଓ ମନୋହର ଉଟି, ଅଧ୍ୟାପକ ପ୍ରେମଚାନ୍ଦ ଦୁଆନ ପ୍ରମୁଖ ଯୋଗ ଦେଇଥିଲେ।
ଝାରବନ୍ଧ (ଦେବେନ୍ଦ୍ର ସାହୁ): ବରଗଡ ଜିଲା ଝାରବନ୍ଧ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସ୍କୁଲ, କଲେଜ ଛାତ୍ରୀଛାତ୍ର ୬ ସହ ମିଟରର ତ୍ରିରଙ୍ଗା ପତାକା ଧରି ଝାରବନ୍ଧ କଲେଜ ଛକରୁ ସ୍ଥାନୀୟ ବସ୍ତି ପରିକ୍ରମା କରିଥିଲେ। ବିଡିଓ ପୁରୁଷୋତ୍ତମ ମିର୍ଦ୍ଧା ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ଏବିଡିଓ ଭୀଷ୍ମଦେବ ମାଝୀ, ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?