Posted inଫୁରସତ

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ ହୋଇଥିବାରୁ ଏହି ସବୁ ଭିଡିଓ ଅଳ୍ପ କିଛି ସମୟ ମଧ୍ୟରେ ଇଣ୍ଟରନେଟରେ ଭାଇରାଲ ହେବାକୁ ଲାଗିଥାଏ। ନିକଟରେ ବିମାନ ମଧ୍ୟରେ ଲଢ଼େଇର ପୁଣି ଏକ ମାମଲା ସାମ୍‌ନାକୁ ଆସିଛି। ଭିଡିଓଟି ‘ଇଭିଏ ଏୟାରୱେଜ୍‌’ର ଏକ ବିମାନର ହୋଇଥିବାବେଳେ ଏହା ତାଇୱାନର ତାଇପେଇଠାରୁ ଆମେରିକାର କାଲିଫର୍ନିଆ ପ୍ରଦେଶର ସାନ ଫ୍ରାନ୍ସିସ୍କୋକୁ ଯାଉଥିଲା। ବିମାନଟି ମଝି ଆକାଶରେ ଉଡୁଥିବାବେଳେ ୨ ଜଣ ଯାତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ଦେଖାଦେଇଥିଲା।
ଦୀର୍ଘ ସାଢ଼େ ୧୧ ଘଣ୍ଟାର ଯାତ୍ରା କରି ଇଭିଏ ଏୟାର ବିମାନ ‘ବିଆର୍‌ ୦୮’ ସାନ୍‌ ଫ୍ରାନ୍ସିସ୍କୋରେ ପହଞ୍ଚିଥିଲା। ତେବେ ତାଇପେଇ ଛାଡିବାର କିଛି ଘଣ୍ଟା ମଧ୍ୟରେ ଏହି ବିମାନରେ ୨ ଯାତ୍ରୀଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଓ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଚାହୁଁ ଚାହୁଁ ଉଭୟ ଯାତ୍ରୀ ଚଳନ୍ତା ବିମାନ ମଧ୍ୟରେ ମାରପିଟ ଓ ଠେଲାପେଲା ଆରମ୍ଭ କରିଦେଇଥିଲେ। ବିମାନରେ ଥିବା କ୍ରିଉ ସଦସ୍ୟ ଉଭୟଙ୍କୁ ଶାନ୍ତ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରି ବିଫଳ ହୋଇଥିଲେ। ଉକ୍ତ ବିମାନ ସାନ୍‌ ଫ୍ରାନ୍ସିସ୍କୋ ବିମାନବନ୍ଦରରେ ଅବତରଣ କରିବା ପରେ କ୍ରିଉ ସଦସ୍ୟଙ୍କ ଅଭିଯୋଗ ଆଧାରରେ ଚଳନ୍ତା ବିମାନରେ ମାରପିଟ ଲାଗିଥିବା ୨ ବ୍ୟକ୍ତିଙ୍କୁ ସାନ୍‌ ଫ୍ରାନ୍ସିସ୍କୋ ପୋଲିସ ଗିରଫ କରିଛି।
ଅନୁଯାୟୀ, ବିମାନ ମଧ୍ୟରେ ଏକ ଖାଲି ପଡ଼ିଥିବା ସିଟ୍‌ରେ ବସିବାକୁ ନେଇ ଏହି ମାରପିଟ ଆରମ୍ଭ ହୋଇଥିଲା। ଏହି ବିମାନରେ ଜଣେ ଯାତ୍ରୀ କାଶୁଥିବାରୁ ତାଙ୍କ ନିକଟରେ ବସିଥିବା ଯାତ୍ରୀ ଅସୁବିଧା ଭୋଗ କରି ସିଟ୍‌ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ସେ କିଛି ଦୂରରେ ଖାଲି ପଡ଼ିଥିବା ଅନ୍ୟ ଏକ ସିଟ୍‌ରେ ଯାଇ ବସିପଡ଼ିଥିଲେ। ତେବେ ସମ୍ପୃକ୍ତ ସିଟ୍‌ରେ ପୂର୍ବରୁ ବସିଥିବା ବ୍ୟକ୍ତି ଯେତେବେଳେ ଫେରିଲେ, ନିଜ ଆସନରେ ଅନ୍ୟ ଜଣଙ୍କୁ ବସିଥିବାର ଦେଖି ଉତ୍ତେଜିତ ହୋଇ ପଡ଼ିଲେ। ପରେ ଉଭୟ ଯାତ୍ରୀ ପରସ୍ପର ବିରୋଧରେ ଆକ୍ଷେପ କରି ଝଗଡ଼ା ଆରମ୍ଭ କରିଥିଲେ, ଯାହା ଉଗ୍ରରୂପ ଧାରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri