ହିଂସା ନୁହେଁ, ନାରୀଙ୍କୁ ମିଳୁ ସମ୍ମାନ: ମହିଳା ହିଂସା ବିଲୋପ …

ଦିଗପହଣ୍ଡି, ୨୭।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍‌) ପକ୍ଷରୁ ମିଶନ ଶକ୍ତି ଭବନ ପରିସରରେ ବ୍ଲକସ୍ତରୀୟ ମହିଳା ହିଂସା ବିଲୋପ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଆନ୍ତର୍ଜାତୀୟ ମହିଳା ହିଂସା ବିଲୋପ ଦିବସଠାରୁ ଆରମ୍ଭ କରି ଡିସେମ୍ବର ୧୦ ତାରିଖ ମାନବାଧିକାର ଦିବସ ପର୍ଯ୍ୟନ୍ତ ଚାଲିଥିବା ସକ୍ରିୟତା ଅଭିଯାନ ପରିପ୍ରେକ୍ଷୀରେ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ ଓ ଅଧିକାର ବିଷୟରେ ସଚେତନ କରାଯାଇଥିଲା।

ସିଡିପିଓ ଗୀତାଞ୍ଜଳି ବେହେରାଙ୍କ ଅଧ୍ୟକ୍ଷତା ଏବଂ ଅଙ୍ଗନୱାଡ଼ି ସୁପରଭାଇଜର ଉମାରାଣୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଆଇନଜୀବୀ ହରପ୍ରସାଦ ରଥ, ଗଞ୍ଜାମ ଜିଲା ମହିଳା ସଶକ୍ତିକରଣ ବିଭାଗର ସଂଯୋଜିକା ମନୋରମା ନାଇକ, ବବିତା ମହାରଣା, ଜୀବିକା ମିଶନର ବ୍ଲକ ସଂଯୋଜିକା ସଙ୍ଗୀତା ପଣ୍ଡା, ମିଶନ ଶକ୍ତିର ବ୍ଲକ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ, ଅଙ୍ଗନୱାଡ଼ି ସୁପରଭାଇଜର ଗୀତାଞ୍ଜଳି ଗୌଡ଼, ରଞ୍ଜନା ମିଶ୍ର, ସତ୍ୟଭାମା ପାଢ଼ୀ, ଲକ୍ଷ୍ମୀ ଶବର, ରଶ୍ମିତା ଜାନି ଏବଂ ସୁଭଦ୍ରା ସାଥୀ ଚନ୍ଦନ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

କର୍ମଶାଳାରେ ଦିଗପହଣ୍ଡି ସେକ୍ଟର ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସିଆରପି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ଦରମା ସହ ଅବସର-ମୃତ୍ୟୁକାଳୀନ ସହାୟତା ରାଶି ବଢ଼ାଇଲେ ସରକାର; ଜାଣନ୍ତୁ ଏବେ…

ଭୁବନେଶ୍ୱର,୨୭।୧୧: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ସହିତ ଅବସରକାଳୀନ…

ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ

ପଟ୍ଟାଙ୍ଗି, ୨୭।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ସରପଞ୍ଚ…

ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜନଜାତି ବହୁଳ ଶବରପଡ଼ାଠାରେ ପେତି ଭକ୍ତା (୮୨)ଙ୍କୁ ସ୍ବାମୀ ମରିବାର ୩୦ ବର୍ଷ ପରେ ବିଧବା କି…

ରାଜ୍ୟସ୍ତରରେ ପୁରସ୍କୃତ ହେଲା ଭଞ୍ଜନଗର ଏସ୍‌ଏନ୍‌ସିୟୁ

ଭଞ୍ଜନଗର, ୨୭/୧୧ (ବାବୁଲା ପ୍ରଧାନ): ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬ ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସ୍‌ଏନ୍‌ସିୟୁ)କୁ ରାଜ୍ୟସ୍ତରୀୟ ପୁରସ୍କାର…

ବାଲ୍ୟ ବିବାହ ରୋକିବାକୁ ପ୍ରଶାସନର ତତ୍ପରତା, ଜନଜାତିଙ୍କୁ କଲା ସଚେତନ

ମହାକାଳପଡ଼ା, ୨୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ, ବିଶେଷକରି ଜନଜାତି ଓ ବଙ୍ଗୀୟ ବସତି ଅଞ୍ଚଳରେ ବାଲ୍ୟ ବିବାହ ବୃଦ୍ଧି…

ଯୁବକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

ଛତ୍ରପୁର.୨୭ା୧୧(ଦିଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବିଲରେ ପକାଇବା, ଲୁଟ ଓ ହତ୍ୟା ଧମକ ଅଭିଯୋଗରେ…

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଏଥର ଗୋଲାପ ଚନ୍ଦ୍ର ଦାଶ କଂସ ମହାରାଜ

ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧…

MI ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କ ପ୍ରଥମ ବୟାନ, ମୋ ପାଇଁ ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ,୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦୨୭ ସଂସ୍କରଣ ପୂର୍ୱରୁ, ଅଭିଜ୍ଞ ବ୍ୟାଟର୍‌ ରୋହିତ ଶର୍ମାଙ୍କୁ ତିନି ବର୍ଷର ବ୍ୟବଧାନ ପରେ ଶୁକ୍ରବାର ପୁଣି ଥରେ ମୁମ୍ୱାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?