ଏକରୁ ବି ଅଧିକ କରିହେବ ବିବାହ, ହିନ୍ଦୁଙ୍କ ପାଇଁ ରହିଛି ଏହି ନିୟମ

ନୂଆଦିଲ୍ଲୀ,୧୪।୧: ଦେଶରେ ହିନ୍ଦୁମାନେ କେବଳ ଥରେ ବିବାହ କରିପାରିବେ ବୋଲି ପ୍ରାବଧାନ ରହିଛି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ତାହା ଅପରାଧ ବୋଲି ଧରାଯାଏ। ତଥାପି, ଭାରତରେ ହିନ୍ଦୁଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି ଦିଆଯାଇଛି।

ଗୋଆରେ ହିନ୍ଦୁଙ୍କୁ ଏକାଧିକ ବିବାହ ପାଇଁ ଅନୁମତି ରହିଛି। ଯେତେବେଳେ ଗୋଆ ପର୍ତ୍ତୁଗୀଜ ଅଧୀନରେ ଥିଲା, ସେଠାରେ ପର୍ତ୍ତୁଗୀଜ ସିଭିଲ କୋଡ କାର୍ଯ୍ୟକାରୀ କରାଯାଇଥିଲ। ଭାରତରେ ବ୍ରିଟିଶ ଶାସନ ସମୟରେ କୌଣସି ସିଭିଲ କୋଡ ତିଆରି କରାଯାଇ ନ ଥିଲା। କିନ୍ତୁ ପର୍ତ୍ତୁଗାଲ ସରକାର ଏହାକୁ କାର୍ଯ୍ୟକାରୀ କରିଥିଲେ। ଯେତେବେଳେ ପର୍ତ୍ତୁଗୀଜ ସରକାର ଗୋଆ ପାଇଁ ଏହି ଆଇନ ପ୍ରସ୍ତୁତ କରିଥିଲେ, ଗୋଆରେ କେବଳ ଦୁଇଟି ଧର୍ମର ଲୋକଙ୍କ ସଂଖ୍ୟାଗରିଷ୍ଠ ଥିଲା। ସେମାନେ ହେଲେ ଖ୍ରୀଷ୍ଟିଆନ ଓ ହିନ୍ଦୁ।

ତେବେ ସେହି ସମୟରେ ସେଠାରେ ହିନ୍ଦୁମାନଙ୍କ ମଧ୍ୟରେ ଏକାଧିକ ବିବାହର ପ୍ରଥା ଥିଲା। ଯେତେବେଳେ ଗୋଆରେ ୟୁନିଫର୍ମ ସିଭିଲ କୋଡ ଆଇନ ହେଲା, ଏହା ସମସ୍ତଙ୍କ ପାଇଁ ଲାଗୁ ହୋଇଥିଲା। ନିୟମ ଅନୁଯାୟୀ, ସେଠାରେ ଜନ୍ମ ହୋଇଥିବା ହିନ୍ଦୁମାନଙ୍କୁ କେବଳ ଦ୍ୱିତୀୟ ଥର ବିବାହ କରିବାକୁ ଅନୁମତି ଦିଆଯାଇଥିଲା।

ଗୋଆ ସ୍ବାଧୀନ ହେବା ପରେ ସମାନ ସିଭିଲ କୋଡ ନୂଆ ରାଜ୍ୟରେ ମଧ୍ୟ ଗ୍ରହଣ କରାଯାଇଥିଲା ଯାହା ପର୍ତ୍ତୁଗୀଜ ଅଧୀନରେ ୯୩ ବର୍ଷ ଧରି ଚାଲିଥିଲା। କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ହିନ୍ଦୁମାନଙ୍କୁ ସେଠାରେ ଏକରୁ ଅଧିକ ବିବାହ କରିବାକୁ ଅନୁମତି ଦିଆଯାଇଛି। ଯଦି ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସ୍ତ୍ରୀଙ୍କର କୌଣସି ସନ୍ତାନ ନ ହୁଏ, ତେବେ ସ୍ବାମୀ ପୁନର୍ବାର ବିବାହ କରିପାରିବେ। ସେହିପରି ଯଦି ୩୦ ବର୍ଷ ବୟସ ପର୍ଯ୍ୟନ୍ତ ସ୍ତ୍ରୀ ପୁଅ ଜନ୍ମ କରିବାରେ ଅସମର୍ଥ, ତେବେ ସ୍ବାମୀ ପୁନର୍ବାର ବିବାହ କରିପାରିବେ।

କେବଳ ଗୋଆ ନୁହେଁ ମିଜୋରାମରେ ଏକ ଜନଜାତି ଅଛି, ଯାହାକୁ ଲମ୍ପା କୋହରାନ ତର କିମ୍ବା ଚାନା କୁହାଯାଏ। ଯେଉଁଥିରେ ଜଣେ ପୁରୁଷ ଏକାଧିକ ସ୍ତ୍ରୀଙ୍କୁ ବିବାହ କରି ପାରିବେ। ଏହି ଜନଜାତି ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରନ୍ତ। ମିଜୋରାମରେ, ଚାନା ଜନଜାତିର ପୁରୁଷଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି ଦିଆଯାଇଛି। ଏହି ଜନଜାତିର ଜିଓନା ଚାନା, ଯିଏ ଗତ ବର୍ଷ ମୃତ୍ୟୁ ବରଣ କରିଥିଲେ। ସରକାରୀ ତଥ୍ୟ ଭାବେ ତାଙ୍କର ୩୮ ଜଣ ସ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri