ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ ଗଠିତ ଏକ ସଭ୍ୟତା ଥିଲା। ପ୍ରତ୍ୟେକ ଜାତିର ନିଜସ୍ବ ଦେବଦେବୀ, ରୀତିନୀତି, ଖାଦ୍ୟ ନିୟମ, ବାରଣ ଏବଂ ପବିତ୍ରତାର ଚିନ୍ତାଧାରା ଥିଲା। ଏହି ବିବିଧତା ସମାଜର ମୂଳ ବ୍ୟବସ୍ଥାର ଅଂଶ ଥିଲା। ତେଣୁ ଜାତି ବ୍ୟବସ୍ଥାବିହୀନ ହିନ୍ଦୁଧର୍ମକୁ କଳ୍ପନା କରିବାର ଅର୍ଥ ହେଉଛି ଏକରୂପତାକୁ କଳ୍ପନା କରିବା। କିନ୍ତୁ ସେହି ଏକରୂପତାର ସଂଜ୍ଞା କିଏ ନିର୍ଦ୍ଧାରଣ କରିବ? ଶୁଦ୍ଧ ଶାକାହାରୀ ବ୍ରାହ୍ମଣ? ନା କୌଣସି କ୍ରୋଧିତ ଦଳିତ ନେତା? ନା ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଉଥିବା ଧନୀ ବୈଶ୍ୟ? ନା ଏମିତି କୌଣସି ଗୁରୁ, ଯିଏ ସମାଜର ବାସ୍ତବତାକ୍‌ୁ ଅଣଦେଖା କରି ବିଦେଶୀଙ୍କୁ ହିନ୍ଦୁ ବୋଲି ଘୋଷଣା କରନ୍ତି?
ଧର୍ମନିରପେକ୍ଷତାର ଆଧୁନିକ ଧାରଣା ୟୁରୋପରୁ ଉତ୍ପନ୍ନ ହୋଇଥିଲା। ଫରାସୀ ବିପ୍ଳବ ପରେ ଏହା ସାମ୍ନାକୁ ଆସିଥିଲା, ଯେତେବେଳେ ଇହୁଦୀମାନଙ୍କୁ ଏକ ଧର୍ମୀୟ ସମ୍ପ୍ରଦାୟର ସଦସ୍ୟ ଭାବରେ ନୁହେଁ, ବରଂ ନୂତନ ଫରାସୀ ଗଣତନ୍ତ୍ରର ନାଗରିକ ଭାବେ ସ୍ବୀକୃତି ମିଳିଥିଲା। ପ୍ରାୟ ସେହି ସମୟରେ ଆମେରିକା ଗଣତନ୍ତ୍ର ଚର୍ଚ୍ଚ ଏବଂ ରାଷ୍ଟ୍ରକୁ ପୃଥକ୍‌ କରିଥିଲା। ଏହା ଗୋଟିଏ ରାଜନୈତିକ ବ୍ୟବସ୍ଥା ମଧ୍ୟରେ ଅନେକ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟକୁ ସହାବସ୍ଥାନର ସୁଯୋଗ ଦେଇଥିଲା। ଏହି ସମୟରେ ରାଷ୍ଟ୍ରର ଚିନ୍ତାଧାରାକୁ ନେଇ ଆଧୁନିକ ଧର୍ମୀୟ ଧାରଣା ବିକଶିତ ହୋଇଥିଲା। ରାଜାମାନେ ବିଭିନ୍ନ ଅଞ୍ଚଳରେ ଶାସନ କରୁଥିଲେ, ରାଷ୍ଟ୍ରଗୁଡ଼ିକ ଏକତା ଚାହଁୁୁଥିଲେ ଏବଂ ପରିଚୟର ଏକ ମାଧ୍ୟମ ପାଲଟିଥିଲା ଧର୍ମ। ବାସ୍ତବରେ ଏହାର ଅର୍ଥ ଥିଲା ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ଶାନ୍ତି ବଜାୟ ରଖିବା, ଯେଉଁଥିରେ ଇହୁଦୀ ପୁଞ୍ଜି ନିବେଶକାରୀଙ୍କୁ ସହ୍ୟ କରିବା। ପ୍ରଥମେ ଯେତେବେଳେ ଧର୍ମନିରପେକ୍ଷତା କଳ୍ପନା କରାଯାଇଥିଲା, ସେତେବେଳେ ଇସ୍‌ଲାମ କିମ୍ବା ହିନ୍ଦୁଧର୍ମର ଏହା ସହିତ କୌଣସି ସମ୍ପର୍କ ନ ଥିଲା।
ଧର୍ମ ଶବ୍ଦର ଉତ୍ପତ୍ତି ପ୍ରାଚୀନ ରୋମ୍‌ରୁ ହୋଇଛି। ରିଲିଜିଓ କିମ୍ବା ରିଲିଗାରେ ଅର୍ଥ ଥିଲା ବଂଶ ଏବଂ ନାଗରିକ ରୀତିନୀତିର ସଯତ୍ନ ପାଳନ, ଯାହା ଦୈବୀକୃପା ପ୍ରାପ୍ତି ପାଇଁ କରାଯାଉଥିଲା। ଏହାର ଗ୍ରୀକ୍‌ ପ୍ରତିଶବ୍ଦ ‘ୟୁସେବେୟା’ର ଅର୍ଥ ମଧ୍ୟ ପ୍ରାୟ ସମାନ ଥିଲା। ଏହା ବିଶ୍ୱାସ ନୁହେଁ, ଆଚରଣ ଉପରେ ଆଧାରିତ ଥିଲା। ଏପରିକି ଅଶୋକ ମଧ୍ୟ କାନ୍ଦାହାରରେ ଥିବା ତାଙ୍କର ଗ୍ରୀକ୍‌ ଶିଳାଲେଖଗୁଡ଼ିକରେ ‘ଧର୍ମ’କୁ ବୁଝାଇବା ପାଇଁ ‘ୟୁସେବେୟା’ ଶବ୍ଦ ବ୍ୟବହାର କରିଥିଲେ। ସେ ବୌଦ୍ଧଧର୍ମକୁ ଏକ ବିଶ୍ୱାସର ଧାରା ଭାବରେ ବର୍ଣ୍ଣନା କରୁନଥିଲେ। ସେ ଘରୋଇ ଶୁଭ ରୀତିନୀତି ଏବଂ କୋଳାହଳପୂର୍ଣ୍ଣ, ଉତ୍ସାହଜନକ ଗୋଷ୍ଠୀ ସମାବେଶଠାରୁ ସାର୍ବଜନୀନ ନୈତିକ ଆଚରଣକୁ ପୃଥକ୍‌ କରୁଥିଲେ। ପ୍ରାରମ୍ଭିକ ‘ଧର୍ମ’ର ଅର୍ଥ ଥିଲା ଆଚରଣଭିତ୍ତିକ। ଜଣେ କ’ଣ ବିଶ୍ୱାସ କରୁଛି ତାହା ନୁହେଁ, କ’ଣ କରୁଛି ତାହା ଥିଲା ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ଧର୍ମ ହେଉଛି ଏକ ବ୍ୟବସ୍ଥା, ଯେଉଁଥିରେ ଜଣେ ଯୋଗ ଦେଇପାରେ କିମ୍ବା ତ୍ୟାଗ କରିପାରେ। ଉପନିବେଶୀୟ ଶାସନରେ ଭାରତୀୟଙ୍କୁ ପ୍ରଥମ ଥର ପାଇଁ ଏମିତି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଲା, ଯାହା ପୂର୍ବରୁ କେବେ ପଚରାଯାଇନଥିଲା- ହିନ୍ଦୁଧର୍ମ କ’ଣ? ଏହାର ପ୍ରତିଷ୍ଠାତା କିଏ? ଜଣେ କିପରି ଏଥିରେ ଦୀକ୍ଷିତ ବା ରୂପାନ୍ତରିତ ହୁଏ?
ଜଣେ ହିନ୍ଦୁଧର୍ମକୁ ରୂପାନ୍ତରିତ ହୁଏ ନାହିଁ। ଜଣେ ଏକ ଜାତିରେ ଜନ୍ମ ନିଏ। ଜାତି ହିଁ ତାଙ୍କର ଜୀବିକା, ବିବାହ, ଖାଦ୍ୟ, ରୀତିନୀତି ଏବଂ ସାମାଜିକ ସମ୍ପୃକ୍ତି ନିର୍ଦ୍ଧାରଣ କରିଥାଏ। ଆଜି ନୂତନ ହିନ୍ଦୁ ଗୁରୁମାନେ ହିନ୍ଦୁଧର୍ମର ଏଭଳି ନୂତନ ରୂପ ସୃଷ୍ଟି କରୁଛନ୍ତି, ଯାହା ଯେକୌଣସି ବ୍ୟକ୍ତିଙ୍କୁ ହିନ୍ଦୁ ହେବାକୁ ଅନୁମତି ଦେଉଛି। କିନ୍ତୁ ଏହି ହିନ୍ଦୁମାନଙ୍କର କୌଣସି ଜାତି ନାହିଁ। ସେମାନେ ଭାରତୀୟ ସମାଜକୁ ଗଠନ କରୁଥିବା ବ୍ୟବସ୍ଥାର ଅଂଶ ନୁହନ୍ତି। ସେମାନେ ପ୍ରକୃତରେ ହିନ୍ଦୁ ନା କେବଳ ଛଦ୍ମବେଶୀ ହିନ୍ଦୁ, ଯେଉଁମାନେ ମନ୍ଦିର ଏବଂ ଉତ୍ସବଗୁଡ଼ିକରେ କେବଳ ଅଭିନୟ କରୁଛନ୍ତି।
୧୯ଶ ଶତାବ୍ଦୀରେ ଜାପାନୀମାନେ ପ୍ରଥମେ ଧର୍ମ ଏବଂ ସାଂସ୍କୃତିକ-ଜାତିଗତ ପରିଚୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ ଯେ, ବୌଦ୍ଧ ଓ ଖ୍ରୀଷ୍ଟଧର୍ମ ହେଉଛି ଧର୍ମ। ଜଣେ ବୌଦ୍ଧ ଧର୍ମାବଲମ୍ବୀ ହୋଇପାରିବେ ଏବଂ ଖ୍ରୀଷ୍ଟଧର୍ମକୁ ବି ବାଛିପାରିବେ। କିନ୍ତୁ ଶିଣ୍ଟୋ (ଜାପାନର ପ୍ରାଚୀନ ଓ ମୂଳଧର୍ମ) ହିଁ ଜଣେ ବ୍ୟକ୍ତିଙ୍କୁ ଜାପାନୀ ବୋଲି ପରିଚୟଦିଏ। ହେଲେ ଜଣେ ଶିଣ୍ଟୋକୁ ପରିବର୍ତ୍ତିତ ହୋଇପାରିବେ ନାହିଁ, ଯେପରି କେହି ନିଜ ଇଚ୍ଛାରେ ହାନ୍‌ ଚାଇନିଜ୍‌ ହୋଇପାରନ୍ତି ନାହିଁ। ଏଗୁଡ଼ିକ ସାଂସ୍କୃତିକ-ଜାତିଗତ ପରିଚୟ ହେଲେ ବି ଏକ ଶ୍ରେଣୀଗତ ବ୍ୟବସ୍ଥାର ଅଂଶ।
୧,୫୦୦ ବର୍ଷରୁ ଅଧିକ ସମୟ ଧରି ବ୍ରାହ୍ମଣମାନେ ରାଜକୀୟ ପୃଷ୍ଠପୋଷକତା ପାଇ ଜାତି ବ୍ୟବସ୍ଥାର ବର୍ଗୀକରଣ କରିଥିଲେ। ସେମାନେ ନିଜକୁ ସବୁଠାରୁ ପବିତ୍ର ଦର୍ଶାଇ ଶୀର୍ଷରେ ରଖିଥିଲେ ଏବଂ ପରେ କ୍ଷତ୍ରିୟ ଏବଂ ପ୍ରଭାବଶାଳୀ ଧନୀ ଗୋଷ୍ଠୀଙ୍କୁ ‘ଦ୍ୱିଜ’ ଶ୍ରେଣୀଭୁକ୍ତ କରିଥିଲେ। ଅନ୍ୟ ସମସ୍ତଙ୍କୁ ଏହାର ତଳେ ସ୍ଥାନ ଦିଆଯାଇଥିଲା, କେତେକଙ୍କୁ ଅପବିତ୍ର କହି ସବୁଠୁ ନିମ୍ନରେ ରଖାଯାଇଥିଲା। ଏହି ବର୍ଗୀକରଣ ଚିନ୍ତାଧାରା ସ୍ପଷ୍ଟତଃ ବ୍ରାହ୍ମଣବାଦୀ। ଯାଦବ ରାଜାମାନଙ୍କର ଜଣେ ଦରବାରୀ ହେମାଦ୍ରିଙ୍କ ଦ୍ୱାରା ୧୩ଶ ଶତାବ୍ଦୀରେ ରଚିତ ‘ଚତୁଃବର୍ଗ ଚିନ୍ତାମଣି’ ଗ୍ରନ୍ଥରେ ଏହା ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ଏଥିରେ ରୀତିନୀତି ଏବଂ ପୂଜାପଦ୍ଧତିକୁ ନିଶ୍ଚିତ କରାଯାଇ ବ୍ରାହ୍ମଣଙ୍କୁ ନେତା ଭାବେ ମାନ୍ୟତା ଦେଇ ଭାରତକୁ ଏକତ୍ରିତ କରିବାର ପ୍ରୟାସ କରାଯାଇଥିବା ଆମେ ଦେଖିବାକୁ ପାଉ। ଏକତା କୌଣସି ବୁଝାମଣା ଦ୍ୱାରା ନୁହେଁ, ବରଂ ବର୍ଗୀକରଣ ଏବଂ ପବିତ୍ରତା ମାଧ୍ୟମରେ ହାସଲ କରାଯାଇଛି।
କିନ୍ତୁ ଏହିପରି ଭାବରେ ଭାରତୀୟ ସମାଜ ସର୍ବଦା କାର୍ଯ୍ୟ କରୁ ନ ଥିଲା। ‘ଶୈବ ଯୁଗ’ ଅର୍ଥାତ୍‌ ପଞ୍ଚମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ସାମାଜିକ ଜୀବନ ଅତ୍ୟଧିକ ବିକେନ୍ଦ୍ରୀକୃତ ଥିଲା। ପ୍ରତ୍ୟେକ ଗୋଷ୍ଠୀ ନିଜ ନିଜର ନିୟମ ପାଳନ କରୁଥିଲେ। ଜାତି, ବୃତ୍ତିଗତ ସଂଘ, ଆଞ୍ଚଳିକ ଗୋଷ୍ଠୀ ଏବଂ ସମ୍ପ୍ରଦାୟଗୁଡ଼ିକ ନିଜ ନିଜର ପରମ୍ପରା ଅନୁଯାୟୀ ବଞ୍ଚୁୁଥିଲେ। ଏହି ସମୟରେ ରାଜାମାନେ ଶୈବ ପରମ୍ପରାର ସଂରକ୍ଷକ ଥିଲେ ଏବଂ ବୈଷ୍ଣବ ସମୁଦାୟ ବିକଶିତ ହେଉଥିଲା। ଯୋଗିନୀ ଉପାସନା ଓ ଦେବୀ ପୂଜା ବ୍ୟାପକ ଥିଲା ଏବଂ ବୌଦ୍ଧ ଓ ଜୈନ ସମୁଦାୟ ଶକ୍ତିଶାଳୀ ଥିଲେ। ସେତେବେଳେ କୌଣସି ଏକକ କର୍ତ୍ତୃପକ୍ଷ ନ ଥିଲେ କିମ୍ବା ପବିତ୍ରତା ସାର୍ବଜନୀନ ମାନଦଣ୍ଡ ନ ଥିଲା। ସମ୍ଭବତଃ ବହୁ ପରେ ଉତ୍ତର ଭାରତରେ ରାଜନୈତିକ ଅସ୍ଥିରତା ଏବଂ ଇସ୍‌ଲାମିକ ଶାସନର ପ୍ରତିକ୍ରିୟା ସ୍ବରୂପ ଏକକ ତଥା ଉଚ୍ଚ-ନୀଚ ଭେଦଭାବ ଥିବା ହିନ୍ଦୁ ବ୍ୟବସ୍ଥା ଗଢ଼ିବାର ପ୍ରୟାସ କରାଯାଇଥିଲା। କ୍ଷମତା ହରାଇବା ପରେ ବ୍ରାହ୍ମଣ ଗୋଷ୍ଠୀଗୁଡ଼ିକ ବଂଶ ପରମ୍ପରା, ଧର୍ମଗ୍ରନ୍ଥ ଏବଂ ରୀତିନୀତିର ପବିତ୍ରତା ଉପରେ ଗୁରୁତ୍ୱ ଦେଲେ। ମନ୍ଦିରଗୁଡ଼ିକ ସାମାଜିକ ସଙ୍ଗଠନ ଓ ଏକୀକରଣର ମାଧ୍ୟମ ପାଲଟିଗଲା।
ବାସ୍ତବରେ, ‘ହିନ୍ଦୁ ଧର୍ମ’ ସର୍ବଦା ଦୁଇଟି ରୂପରେ ରହିଆସିଛି। ଗୋଟିଏ ହେଉଛି ବିବିିଧତା ଆଧାରିତ, ସ୍ଥାନୀୟ ତଥା ବିକେନ୍ଦ୍ରୀକୃତ, ଯେଉଁଥିରେ ପ୍ରତ୍ୟେକ ସମ୍ପ୍ର୍ରଦାୟର ନିଜସ୍ବ ଦେବଦେବୀ, ରୀତିନୀତି ଏବଂ ବାସ୍ତବତା ରହିଛି। ସେଠାରେ ପବିତ୍ରତାର କୌଣସି ଏକ ମାନଦଣ୍ଡ ନାହିଁ କି କୌଣସି ପ୍ରଭାବଶାଳୀ କର୍ତ୍ତୃପକ୍ଷ ନାହାନ୍ତି। ଅନ୍ୟଟି ହେଉଛି ବ୍ରାହ୍ମଣବାଦୀ ହିନ୍ଦୁ ଧର୍ମ, ଯେଉଁଥିରେ ସମସ୍ତ ଜାତିକୁ ଏକ ଚତୁଃବର୍ଣ୍ଣ ବ୍ୟବସ୍ଥା ମଧ୍ୟକୁ ଜବରଦସ୍ତି ଅଣାଯାଇଛି। ପବିତ୍ରତା ଏହାର ଶକ୍ତି ପାଲଟିଛି ଏବଂ ସାମାଜିକ ବର୍ଗୀକରଣକୁ ବିଶ୍ୱ ବ୍ୟବସ୍ଥାର ସ୍ବାଭାବିକ ନିୟମ ଭାବେ ଉପସ୍ଥାପନ କରାଯାଇଛି। ଉଭୟ ସର୍ବଦା ଏକ ଅସହଜ ସ୍ଥିତିରେ ସମାଜରେ ରହିିଆସିଛନ୍ତି। କିନ୍ତୁ ଏବେ ଅନେକେ କେବଳ ଦ୍ୱିତୀୟଟିକୁ ହିଁ ଦେଖିପାରୁଛନ୍ତି। ପ୍ରଥମଟି ଅର୍ଥାତ୍‌ ବିବିଧତା ଏବଂ ବିକେନ୍ଦ୍ରୀକୃତ ହିନ୍ଦୁ ପରମ୍ପରା ଧୀରେ ଧୀରେ ସ୍ମୃତିରୁ ହଜିଯାଇଛି।
-devduttofficial@gmail.com

ଦେବଦତ୍ତ ପଟ୍ଟନାୟକ

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ: ଏସିଆନ୍ ଗେମ୍ସରେ ହିମାଚଳର ଝିଅ ସୀମା ରଚିଲେ ଇତିହାସ, ଭାରତ ପାଇଁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪…

ରାହୁଲଙ୍କୁ ଭାଜପାର କଡ଼ା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୯: ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବରେ ଭାଜପା ପ୍ରତିକ୍ରିୟା ରଖିଛି। ଭାଜପା ମୁଖପାତ୍ର ତଥା ରାଜ୍ୟ ସଭା ଏମପି ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ଏହି ଦାବି…

ନିର୍ବାଚନ ଆୟୋଗ (EC) ବିବାଦକୁ ନେଇ ବଢୁଛି ଜ୍ଞାନେଶ କୁମାରଙ୍କ ଅଡୁଆ, ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ବିରୋଧୀ

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗ ଏବଂ SIR (ସିଷ୍ଟମାଟିକ ଇନଫର୍ମେସନ ରିଟ୍ରାଇଭାଲ) ପ୍ରକ୍ରିୟା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବର୍ତ୍ତମାନ…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା

ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ…

ଇସ୍ତଫା ଦେବେ ଅଜିତ ଅଗରକର; ଏହି ତାରିଖରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାମ ଘୋଷଣା କରିବ BCCI

ନୂଆଦିଲ୍ଲୀ,୨୪।୯: ବର୍ତ୍ତମାନ ‘ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ’ (BCCI) ସମ୍ମୁଖରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ଜଣେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ…

‘ଜ୍ଞାନେଶ ତୁରନ୍ତ ଇସ୍ତଫା ଦିଅନ୍ତୁ, ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦ-ଶାହା’, ରାହୁଲଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗକୁ ନେଇ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?