
ଭୁବନେଶ୍ଶ୍ୱର,୧୭।୨: ତାତି ଆକଳନ କରି ଆଗୁଆ ସତର୍କ କରାଇଲା ଉଚ୍ଚ ଶିକ୍ଷା ବିଭାଗ । ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କୁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। କିପରି ହିଟୱେଭକୁ ସାମ୍ନା କରିବେ ସେନେଇ ସୂଚନା ଜାରି ହୋଇଛି। ପାଠପଢ଼ା ଓ ପରୀକ୍ଷା ଆଦିକୁ ସକାଳୁଆ କରିବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ନରେ ଆଉଟଡୋର କାର୍ଯ୍ୟକଳାପ ପାଇଁ ବାରଣ କରାଯାଇଛି। ପିଇବା ପାଣି, ଓଆରଏସ ଆଦି ମହଜୁଦ ରଖିବାକୁ ଚିଠିଲେ ଉଲ୍ଲେଖ ଲେଖାଯାଇଛି।