Posted inଜାତୀୟ

ଥାନାରେ ହାଇଭୋଲଟେଜ୍‌ ଡ୍ରାମା: ଯୁବତୀ କହିଲେ, ମୁଁ କନଷ୍ଟେବଳଙ୍କୁ ବାହା ହେବି

ପାଟଣା,୧୦।୩: ବିହାରର ହାଜିପୁର ଥାନାରେ ଆଜି ଦିନତମାମ ଏକ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। ଯୁବତୀ ଫେସବୁକ୍‌ରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ବିବାହ କରିବାକୁ ଯୁବକ ଜଣକ ମନା କରିବାରୁ ଯୁବତୀ ଥାନାରେ ପହଞ୍ଚିଥିଲେ। ଏହା ଦେଖିବା ପାଇଁ ଥାନା ବାହାରେ ପ୍ରବଳ ଜନଗହଳି ହୋଇଥିଲା।

ବୁଧବାର ସକାଳେ ଯୁବତୀ ଜଣକ ହାଜିପୁର ମହିଳା ଥାନାରେ ପହଞ୍ଚିଥିଲେ। ସେ ଜଣେ କନଷ୍ଟେବଳଙ୍କୁ ପ୍ରେମ କରୁଥିବା ଏବଂ ବିବାହ ପାଇଁ ସେ ମନା କରୁଥିବା ଅଭିଯୋଗ କରିଥିଲେ। ଥାନାର ଏସ୍‌ଏଚ୍‌ଓ ତୁରନ୍ତ ଅଭିଯୁକ୍ତ କନଷ୍ଟେବଳଙ୍କୁ ଥାନାକୁ ଡାକିଥିଲେ।

ପାଟଣାରେ ରହୁଥିବା ଏହି ଯୁବତୀ ଜଣକ ଅଭିଯୋଗ କରିଥିଲେ ଯେ, ହାଜିପୁର ପୋଲିସ ଲାଇନ୍‌ରେ ରହୁଥିବା କନଷ୍ଟେବଳଙ୍କ ସହ ତାଙ୍କର ଫେସ୍‌ବୁକ୍‌ରେ ପରିଚୟ ହୋଇଥିଲା। ପରେ ଏହି ସମ୍ପର୍କ ପ୍ରେମରେ ରୂପାନ୍ତରିତ ହୋଇଥିଲା। ଏପରିକି ଦୁଇଜଣ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ମଧ୍ୟ ରହୁଥିଲେ। ଯୁବତୀ ଜଣକ କନଷ୍ଟେବଳଙ୍କୁ ବିବାହ କରିବାକୁ କହିବାରୁ ଏଥିରେ ରାଜି ହୋଇ ନ ଥିଲେ କନଷ୍ଟେବଳ। ପରେ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତ ନାମରେ ମାମଲା ରୁଜୁ କରିବାକୁ କହିବାରୁ ଯୁବତୀ କହିଥିଲେ ବଳାତ୍କାର ହୋଇନାହିଁ। ମାତ୍ର ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଛି। ଏହା ପରେ ପୋଲିସ ଉଭୟ ପରିବାର ଲୋକଙ୍କୁ ଡାକି ସର୍ତ୍ତନାମା ଅନୁଯାୟୀ ବୁଝାଶୁଝା କରି ଘରକୁ ପଠାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?