Posted inଜାତୀୟ

ଥାନାରେ ହାଇଭୋଲଟେଜ୍‌ ଡ୍ରାମା: ଯୁବତୀ କହିଲେ, ମୁଁ କନଷ୍ଟେବଳଙ୍କୁ ବାହା ହେବି

ପାଟଣା,୧୦।୩: ବିହାରର ହାଜିପୁର ଥାନାରେ ଆଜି ଦିନତମାମ ଏକ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। ଯୁବତୀ ଫେସବୁକ୍‌ରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ବିବାହ କରିବାକୁ ଯୁବକ ଜଣକ ମନା କରିବାରୁ ଯୁବତୀ ଥାନାରେ ପହଞ୍ଚିଥିଲେ। ଏହା ଦେଖିବା ପାଇଁ ଥାନା ବାହାରେ ପ୍ରବଳ ଜନଗହଳି ହୋଇଥିଲା।

ବୁଧବାର ସକାଳେ ଯୁବତୀ ଜଣକ ହାଜିପୁର ମହିଳା ଥାନାରେ ପହଞ୍ଚିଥିଲେ। ସେ ଜଣେ କନଷ୍ଟେବଳଙ୍କୁ ପ୍ରେମ କରୁଥିବା ଏବଂ ବିବାହ ପାଇଁ ସେ ମନା କରୁଥିବା ଅଭିଯୋଗ କରିଥିଲେ। ଥାନାର ଏସ୍‌ଏଚ୍‌ଓ ତୁରନ୍ତ ଅଭିଯୁକ୍ତ କନଷ୍ଟେବଳଙ୍କୁ ଥାନାକୁ ଡାକିଥିଲେ।

ପାଟଣାରେ ରହୁଥିବା ଏହି ଯୁବତୀ ଜଣକ ଅଭିଯୋଗ କରିଥିଲେ ଯେ, ହାଜିପୁର ପୋଲିସ ଲାଇନ୍‌ରେ ରହୁଥିବା କନଷ୍ଟେବଳଙ୍କ ସହ ତାଙ୍କର ଫେସ୍‌ବୁକ୍‌ରେ ପରିଚୟ ହୋଇଥିଲା। ପରେ ଏହି ସମ୍ପର୍କ ପ୍ରେମରେ ରୂପାନ୍ତରିତ ହୋଇଥିଲା। ଏପରିକି ଦୁଇଜଣ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ମଧ୍ୟ ରହୁଥିଲେ। ଯୁବତୀ ଜଣକ କନଷ୍ଟେବଳଙ୍କୁ ବିବାହ କରିବାକୁ କହିବାରୁ ଏଥିରେ ରାଜି ହୋଇ ନ ଥିଲେ କନଷ୍ଟେବଳ। ପରେ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତ ନାମରେ ମାମଲା ରୁଜୁ କରିବାକୁ କହିବାରୁ ଯୁବତୀ କହିଥିଲେ ବଳାତ୍କାର ହୋଇନାହିଁ। ମାତ୍ର ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଛି। ଏହା ପରେ ପୋଲିସ ଉଭୟ ପରିବାର ଲୋକଙ୍କୁ ଡାକି ସର୍ତ୍ତନାମା ଅନୁଯାୟୀ ବୁଝାଶୁଝା କରି ଘରକୁ ପଠାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀଙ୍କ ଶପଥ ଉତ୍ସବରେ ସୋନିଆ-ମୁଲାୟମଙ୍କୁ ନିମନ୍ତ୍ରଣ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବ। ଏହି ସମାରୋହ ପାଇଁ ବିରୋଧୀ ଦଳର...

ଦିଲ୍ଲୀରେ ଭୁଷୁଡ଼ିିଲା ନିର୍ମାଣଧିନ କୋଠା

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ କୋଠା ଭୁଷୁଡ଼ିପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ...

ଭାଜପାରେ କେହି ନାହାନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : କେଜରିଓ୍ବାଲ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍‌। ହେଲେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟରେ...

ଚରଣାମୃତ ଭଳି ମିଳୁଛି ଅକ୍ସିଜେନ

ନୂଆଦିଲ୍ଲୀ,୨୭ା୪: ନୋଭେଲ କରୋନା ଭାଇରସ୍‌ର ପ୍ରଚଣ୍ଡ ପ୍ରହାର ଓ ଏହାର ମୁକାବିଲାରେ ବିଫଳତା ଭାରତୀୟ ଅର୍ଥନୀତିକୁ ଉଜାଡ଼ିଦେଇଛି। ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖି ଛିଡ଼ା ନ...

ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ ଏନ୍‌ ଚନ୍ଦ୍ରଶେଖରନ୍‌

ନୂଆଦିଲ୍ଲୀ,୧୪।୩: ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା...

ଜେଏନ୍‌ୟୁରେ ନୂଆ ନିୟମ: ଧାରଣା ଦେଲେ ଗଣିବାକୁ ପଡ଼ିବ ୨୦ହଜାର ଜରିମାନା

ନୂଆଦିଲ୍ଲୀ,୨।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ରେ ଏକ ନୂତନ ନିୟମ ଲାଗୁ କରାଯାଇଛି। ଏହାପରେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।...

ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ କରି ଆତ୍ମହତ୍ୟା କରୁଥିଲେ ମହିଳା: ଆଉ ତା’ପରେ

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି। କିନ୍ତୁ ପୋଲିସ ତତ୍ପରତା ଦେଖାଇ ମାତ୍ର...

ଅନୁଶାସନହୀନତା ପାଇଁ ତାଗିଦ୍‌ ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୦: ଅନୁଶାସନହୀନତା ପାଇଁ କୌଣସି ଶିକ୍ଷାର୍ଥୀ ତାଗିଦ୍‌ କରିବା ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଛାତ୍ରୀ ଛାତ୍ରଙ୍କୁ...

Advertisement
Archives

Model This Week