Posted inଜାତୀୟ

‘ଓକିଲଙ୍କୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ଯୋଗାଉ କେନ୍ଦ୍ର’

ନୂଆଦିଲ୍ଲୀ, ୨୭ା୬: ଗ୍ରାମାଞ୍ଚଳ, ଆଦିବାସୀ, ଦୁର୍ଗମ ଅଞ୍ଚଳରେ ଯୋଗାଯୋଗର ଦୁର୍ବଳ ମାଧ୍ୟମ ନ୍ୟାୟ ପ୍ରଦାନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନା। ସାରା ଦେଶରେ ହଜାର ହଜାର ଯୁବ ଓକିଲଙ୍କ ଜୀବିକା ମଧ୍ୟ ଏଥିଯୋଗୁ ପ୍ରଭାବିତ ହେଉଛି। ତେଣୁ ଦୁର୍ଗମ ଅଞ୍ଚଳର ଓକିଲମାନଙ୍କ ପାଇଁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ଯୋଗାଇଦେବାକୁ ସିଜେଆଇ ରମନା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଆଇନ ବୃତ୍ତିଧାରୀଙ୍କୁ ସରକାର ଆଗଧାଡ଼ିର ଯୋଦ୍ଧା ଘୋଷଣା କରି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର୍‌. ଭି, ରବୀନ୍ଦ୍ରନଙ୍କ ‘ଆନୋମାଲିସ୍‌ ଇନ୍‌ ଲ ଆଣ୍ଡ ଜଷ୍ଟିସ୍‌’ ପୁସ୍ତକ ଉନ୍ମୋଚନ ଅବସରରେ ସିଜେଆଇ କହିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ନେଇ ନିକଟରେ ଅନୁଷ୍ଠିତ ଦୁଇ ଦିନିଆ ସମ୍ମିଳନୀରେ ଉନ୍ନତ ଡିଜିଟାଲ ସଂଯୋଗୀକରଣ ମୁଖ୍ୟ ପ୍ରସଙ୍ଗ ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଇନ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀଙ୍କ ନିକଟକୁ ସିଜେଆଇ ଚିଠି ଲେଖିଛନ୍ତି। ଡିଜିଟାଲ ଅସୁବିଧା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଏବଂ ମହାମାରୀରେ ଜୀବିକା ହରାଇଥିବା ଓକିଲମାନଙ୍କୁ ସାହାଯ୍ୟ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨୯।୩: ଏନ୍‌ସିପି ଅଧ୍ୟକ୍ଷ ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ ନିଆଯାଇଛି।...

ଭାଜପା-ଜେଡିୟୁ ମଧ୍ୟରେ ଫାଟ: ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି

ପାଟନା, ୨।୬:କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।...

ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଲେ ମାୟାବତୀ

ଲକ୍ଷ୍ନୌ,୨୮।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ମଙ୍ଗଳବାର ପାକିସ୍ତାନର ମୂଳ ବାସିନ୍ଦା ଗାୟକ ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ କହିଛନ୍ତି...

ବ୍ରିଜ୍‌ଭୂଷଣଙ୍କୁ ଆଶ୍ୱସ୍ତି: ମିଳିଲା ଜାମିନ

ନୂଆଦିଲ୍ଲୀ,୨୦।୭: ମହିଳା କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ମାମଲାରେ ଭାଜପା ଏମ୍‌ପି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି।...

ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ…

ଶ୍ରୀନଗର,୨୬।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ। ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ସୂଚନା...

ତୃଣମୂଳସ୍ତରରେ ନ୍ୟାୟିକ ସୁବିଧା ଉପଲବ୍ଧ କରାଇବା ଅପରିହାର୍ଯ୍ୟ…

ଚେନ୍ନାଇ,୧୪ା୨: ସମାଜର ତୃଣମୂଳସ୍ତରରେ ନ୍ୟାୟିକ ବ୍ୟବସ୍ଥା ଉପଲବ୍ଧ କରାଇବା ଅପରିହାର୍ଯ୍ୟ। ଏହା ଦ୍ୱାରା ସାଧାରଣ ବ୍ୟକ୍ତି ଉପକୃତ ହେବା ସହିତ ନ୍ୟାୟପାଳିକାର ଲକ୍ଷ୍ୟ ପୂରଣ ହୋଇପାରିଥାଏ।...

ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ବିନୟଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଖାରଜ କରି ଦେଇଛନ୍ତି। ଏବେ ଏହି...

ଅସୁସ୍ଥ ମୁଲାୟମଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ, ୧୦।୬:ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି...

Advertisement
Archives

Model This Week