Odisha Elections 2024
Posted inଜାତୀୟ

ୟୁପିରେ ମାତ୍ରାଧିକ ଦେଶଦ୍ରୋହ ମାମଲା

ଲକ୍ଷ୍ନୌ,୧୨ା୬(ଆଇଏଏନ୍‌ଏସ୍‌): ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଉତ୍ତର ପ୍ରଦେଶରେ ଦେଶଦ୍ରୋହ ମାମଲା ଅତ୍ୟଧିକ ମାତ୍ରାରେ ରୁଜୁ ହେଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୧୨୪ଏ ଅନୁସାରେ ଶବ୍ଦ, ସଙ୍କେତ କିମ୍ବା ଦୃଶ୍ୟମାନ ଉପସ୍ଥାପନ ସରକାରଙ୍କ ବିରୋଧରେ ଘୃଣା ବିସ୍ତାର କଲେ କିମ୍ବା ଅସନ୍ତୋଷକୁ ଉସୁକାଇଲେ ଅଭିଯୁକ୍ତଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା ହୋଇପାରେ।
ସିଏଏ ବିକ୍ଷୋଭ ଏବଂ ୨୦୨୦ରେ ହାଥରସ୍‌ରେ ଜଣେ ଦଳିତ ଯୁବତୀଙ୍କୁ ବଳାତ୍କାର ଘଟଣା ପରେ ଦେଶଦ୍ରୋହ ମାମଲା ସଂଖ୍ୟା ବଢ଼ିଥିଲା। ୨୦୨୦ ସେପ୍ଟେମ୍ବରରେ ଦଳିତ ପୀଡ଼ିତାଙ୍କ ମୃତ୍ୟୁ ପରେ ୟୁପି ସରକାର ୧୮ ଅଜ୍ଞାତ ବ୍ୟକ୍ତି ଓ ଅନ୍ୟ ୫ ଜଣଙ୍କ ବିରୋଧରେ ୨୨ ମାମଲା ରୁଜୁ କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ଲେଖାଏ ଖବରଦାତା ଓ ରାଜନେତା ଥିଲେ। ପୀଡ଼ିତାଙ୍କ ପରିବାରର ବିନା ଅନୁମତିରେ ତାଙ୍କ ମୃତଦେହ ସଂସ୍କାର କରାଯିବା ପରେ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ବିରୋଧରେ ବିକ୍ଷୋଭ ବଢ଼ିଥିଲା। ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସିଏଏ ବିରୋଧୀ ଅଭିଯାନରେ ସାମିଲ ହେବା ପରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସେହି ପୂର୍ବତନ ଅଫିସର କହିଛନ୍ତି, ଅନେକ ବ୍ୟକ୍ତି ଓ ସଙ୍ଗଠନ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା, ଏହାର ଆଇନଗତ ଦିଗକୁ ନ ବୁଝି। ଅଧିକାରୀମାନେ ନିଜ ରାଜନୈତିକ ବସ୍‌ଙ୍କୁ ଖୁସି କରିବା ପାଇଁ ଏହାକୁ ଦଣ୍ଡବିଧାନର ଚୂଡ଼ାନ୍ତ ମାଧ୍ୟମ ବୋଲି ଧରିନେଇଥିଲେ। କୋର୍ଟରେ ସେଗୁଡ଼ିକ ବିଚାରଯୋଗ୍ୟ ହୋଇ ନ ଥିଲା।
୨୦୧୦ ପରଠୁ ୧୧୫ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୭୭% କେବଳ ଗତ ୩ ବର୍ଷରେ ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅର୍ଦ୍ଧାଧିକ ଜାତୀୟତାବାଦ ପ୍ରସଙ୍ଗରେ ରୁଜୁ ହୋଇଥିଲା। ଭାରତ ବିରୋଧୀ ମନ୍ତବ୍ୟ, ଆଲେଖ୍ୟ ଏବଂ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଉଥିବା ଅଭିଯୋଗ ଆଣି ଲୋକଙ୍କ ବିରୋଧରେ ଏପରି ମାମଲା ରୁଜୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିବା ୧୪୯ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ୧୪୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୪ ତୁଳନାରେ ୨୦୨୦ରେ ୨୮% ଅଧିକ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା।
ମନ୍ତବ୍ୟ କିମ୍ବା ଆଲେଖ୍ୟ ହିଂସାମତ୍କ ଉପାୟରେ ସାଧାରଣରେ ଶୃଙ୍ଖଳା ଭଙ୍ଗ କରୁ ନ ଥିଲେ ଦେଶଦ୍ରୋହ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କିନ୍ତୁ ୟୁପି ସରକାର ୨୮ ଜଣ ସିଏଏ ତଥା ହାଥରସ୍‌ ଗଣବଳାତ୍କାର ବିରୋଧୀ ବିକ୍ଷୋଭକାରୀ ଓ ସମାଲୋଚକଙ୍କୁ ଦଣ୍ଡିତ କରିବା ପାଇଁ ଦେଶଦ୍ରୋହ ଆଇନର ଦୁରୁପଯୋଗ କରିଛନ୍ତି। ମୋଦି ଓ ଯୋଗୀଙ୍କ ୧୪୯ ସମାଲୋଚକଙ୍କ ବିରୋଧରେ ଅନୂ୍ୟନ ୧୮ ମାମଲା ରୁଜୁ କରାଯାଇଛି। ସେହି ଅଭିଯୁକ୍ତମାନଙ୍କ ମଧ୍ୟରେ କଂଗ୍ରେସର ଡିଜିଟାଲ ଟିମ୍‌ ମୁଖ୍ୟ ଦିବ୍ୟା ସ୍ପନ୍ଦନା ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ରହିଛନ୍ତି। ମେମେ, ଟୁଇଟ୍‌, କାର୍ଟୁନ ଓ ଫଟୋ ଶେୟାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେଶଦ୍ରୋହ ଆଇନ ପରିସରକୁ ଅଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri