କଟକ,୧୦ା୮ (କାର୍ତ୍ତିକ ସାହୁ)ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପଦବୀର ଚୟନ ପ୍ରକ୍ରିୟା ଆଗାମୀ ୬ ସପ୍ତାହ ମଧ୍ୟରେ ଶେଷ କରିବାକୁ ଜଣକିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଉପରେ ରୋକ ଲାଗିଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)କୁ ପୂର୍ବ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପୁନର୍ବିଚାର ନିମନ୍ତେ କେତେଜଣ ପରୀକ୍ଷାର୍ଥୀ ଡିଭିଜନ ବେଞ୍ଚରେ ଆବେଦନ କରିଛନ୍ତି। ଡିଭିଜନ ବେଞ୍ଚ ଏହାକୁ ଗ୍ରହଣ କରି ପ୍ରାଥମିକ ପର୍ଯ୍ୟାୟରେ ସ୍ଥଗିତାଦେଶ ଜାରି କରିଛନ୍ତି।
ସୂଚନା ଅନୁସାରେ, ୨୦୨୨ ଅଗଷ୍ଟ ୨୭ରେ ୭୯୬ଟି ଏଏସ୍ଓ ପଦବୀ ଲାଗି ଓପିଏସ୍ସି ପକ୍ଷରୁ ଲିଖିତ ପରୀକ୍ଷା କରାଯାଇଥିଲା। ମୋଟ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନକାରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୧୦୪ ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨ ନଭେମ୍ବର ୭ରେ ଓପିଏସ୍ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ଯାଞ୍ଚ ଓ କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ୍ ଟେଷ୍ଟ ପାଇଁ ଡକାଯାଇଥିଲା।
ଆରମ୍ଭରୁ ବିବାଦରେ ରହିଥିବା ଏଏସ୍ଓ ପରୀକ୍ଷାକୁ ନେଇ କେତେଜଣ ପ୍ରାର୍ଥୀ ଧାରଣା ଦେଇଥିଲେ। ଏନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ପୂର୍ବ ମେଧା ତାଲିକା ଖାରଜ କରି ନୂତନ ମେଧା ତାଲିକା ପ୍ରସ୍ତୁତ କରିବାକୁ ଓପିଏସ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଣି କେତେଜଣ ପରୀକ୍ଷାର୍ଥୀ ଏକ ରିଟ୍ ପିଟିଶନ୍ ଦାଖଲ କରି ଦର୍ଶାଇଥିଲେ, ଏଏସ୍ଓ ପରୀକ୍ଷା ଅନିୟମିତତା ଯୋଗୁ ଆମେ ପ୍ରଭାବିତ ହୋଇଛୁ। ହାଇକୋର୍ଟ ଉକ୍ତ ମାମଲାରେ ଆମ୍ଭମାନଙ୍କ ଆବେଦନର ଶୁଣାଣି ନ କରି ରାୟ ପ୍ରକାଶ କରିଥିବାରୁ ଆମକୁ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରିଥିଲେ। ଦୁଇଟିଯାକ ମାମଲାକୁ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୩୧ ତାରିଖରେ ହାଇକୋର୍ଟରେ ଉଭୟ ରିଟ୍ ପିଟିଶନ୍ ଓ ରିଭ୍ୟୁ ପିଟିଶନ୍ର ଏକତ୍ର ଶୁଣାଣି କରାଯାଇଥିଲା। ହାଇକୋର୍ଟ ପୂର୍ବ ନିର୍ଦ୍ଦେଶକୁ କାଏମ ରଖିବା ସହ ଦୁଇଟିଯାକ ପିଟିଶନ୍କୁ ଖାରଜ କରିଦେଇଥିଲେ। ଏଏସ୍ଓ ନିଯୁକ୍ତି ନିମନ୍ତେ ଅନୁଷ୍ଠିତ ପରୀକ୍ଷାଫଳ ପ୍ରକାଶରେ ଅନିୟମିତତା ହୋଇଥିବା ମାମଲାର ଶୁଣାଣି ଗତ ମେ’ ୧୯ ତାରିଖରେ ହୋଇଥିଲା। ସେହି ଶୁଣାଣିରେ ହାଇକୋର୍ଟ ଏଏସ୍ଓ ନିଯୁକ୍ତି ନେଇ ଓପିଏସ୍ସି ଦ୍ୱାରା ପ୍ରକାଶିତ ମେଧା ତାଲିକାକୁ ଖାରଜ କରିଥିଲେ। ଏଥିସହ ଆଗାମୀ ୨ ମାସ ମଧ୍ୟରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଓପିଏସ୍ସି ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବାରୁ କେତେଜଣ ପରୀକ୍ଷାର୍ଥୀ ଓପିଏସ୍ସି ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।
ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ
ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!
ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…
ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…
ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା
ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…
ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…
ଲାଉସାନେ, ୬ା୧୦: ଅଲିମ୍ପିକ୍ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…
ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!
ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…
ହାଲ୍ରେ ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର…
କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…
ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

