ମନଇଚ୍ଛା ସମ୍ପତ୍ତି ବିକିପାରିବେ ନାହିଁ ସମବାୟ ସମିତି

ଭୁବନେଶ୍ୱର,୧୦ା୮(ଅନିଲ ଦାସ)ସମବାୟ ସମିତିଗୁଡ଼ିକ ପୂର୍ବଭଳି ମନଇଚ୍ଛା ନିଜର ସ୍ଥାବର ସମ୍ପତ୍ତିକୁ ବିକ୍ରି କରିପାରିବେ ନାହିଁ କିମ୍ବା କାହାରିକୁ ଦେଇପାରିବେ ନାହିଁ। ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇବା ସହିତ ସମବାୟ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।
ଆଇନ ୧୯୬୨ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ସମିତିଗୁଡ଼ିକ ସମ୍ପତ୍ତି ଅଧିଗ୍ରହଣ ଏବଂ ଏହାକୁ ବିକ୍ରି କରିବାର କ୍ଷମତା ରଖିଛନ୍ତି। ଓଡ଼ିଶା ସମବାୟ ସମିତି ଆଇନ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡ଼ିକୁ ବିକ୍ରି କରିବାର କ୍ଷମତା ପ୍ରଦାନ କରାଯାଇଥିଲା। ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ସମିତିର ସଦସ୍ୟ, ଜମାକାରୀ, ଋଣଗ୍ରହୀତା ଏବଂ ଏହାର କର୍ମଚାରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପରିଚାଳନା ପରିଷଦରେ ପାରିତ ସଙ୍କଳ୍ପ ଅନୁଯାୟୀ ସ୍ଥାବର ସମ୍ପତ୍ତିଗୁଡ଼ିକୁ ବିକ୍ରି କିମ୍ବା ଲିଜ୍‌ ଦିଆଯାଇପାରିବ। କିନ୍ତୁ କେତେକ ସମବାୟ ସମିତିର ପରିଚାଳନା ମଣ୍ଡଳୀ ସମିତି ସ୍ବାର୍ଥକୁ ଅଣଦେଖା କରି ବେଆଇନ ଭାବେ ସମିତିର ସମ୍ପତ୍ତିକୁ ମନଇଚ୍ଛା ବିକ୍ରି ଓ ଲିଜ୍‌ ଦେବାରେ ଲାଗିଛନ୍ତି। ଏଭଳି କାର୍ଯ୍ୟ ଉପରେ ସମବାୟ ବିଭାଗ ଏବେ ଅଙ୍କୁଶ ଲଗାଇଛି।
ମନଇଚ୍ଛା ସମ୍ପତ୍ତି ବିକିପାରିବେ…
ସମବାୟ ଆଇନର ଥିବା ଧାରା ୧୨୩-(କ )କୁ ପ୍ରୟୋଗ କରି ସମବାୟ ସମିତିଗୁଡ଼ିକ ଆଉ ପୂର୍ବଭଳି ମନଇଚ୍ଛା ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜ୍‌ରେ ଦେଇପାରିବେ ନାହିଁ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ କିମିଟିଠାରୁ ଅନୁମତି ନେବାକୁ ପଡ଼ିବ। କମିଟି ନିର୍ଦ୍ଦେଶନାମା ଜାରି କରିବା ପରେ ସମିତି ସମ୍ପୃକ୍ତ ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜ୍‌ରେ ଦେଇପାରିବେ।
ତେବେ ଯେଉଁ ସମବାୟ ସମିତିଗୁଡ଼ିକ ନିଜ ଅର୍ଥରେ ସର୍ବସାଧାରଣ ନିଲାମ ଜରିଆରେ ସମ୍ପତ୍ତି ଅଧିଗ୍ରହଣ କରିଥିବେ ଏବଂ ସେଥିରେ ସରକାରଙ୍କ କୌଣସି ଅଂଶଧନ ନ ଥିବ କିମ୍ବା ସେମାନେ ସରକାରଙ୍କଠାରୁ କୌଣସି ପ୍ରକାର ସହାୟତା ଗ୍ରହଣ କରୁ ନ ଥିବେ ସେହିସବୁ ସମିତି ପାଇଁ ଏହି ନୂଆ କଟକଣା ଲାଗୁ ହେବନାହିଁ। ସମବାୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନୂତନ ଆଇନଗତ କଟକଣା ଫଳରେ ଅନେକ ସମବାୟ ସମିତିର ସମ୍ପତ୍ତିବାଡ଼ି ବିକ୍ରିରୁୁ ରକ୍ଷା ପାଇଯିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri