Posted inଜାତୀୟ

ଜନ ପ୍ରତିନିଧିଙ୍କ ବିରୋଧରେ ମାମଲା ପ୍ରତ୍ୟାହୃତ ପାଇଁ ହାଇକୋର୍ଟଙ୍କ ମଞ୍ଜୁରୀ ଜରୁରୀ: ଏସ୍‌ସି…

ନୂଆଦିଲ୍ଲୀ,୨୫।୮: ଏମ୍‌ପି ଏବଂ ବିଧାୟକଙ୍କ ଭଳି ଜନ ପ୍ରତିନିଧିଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର ଉପରେ ସମ୍ପୂର୍ଣ୍ଣ କଟକଣା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି ଦୁର୍ଭାଗ୍ୟ ବଶତଃ କୌଣସି ମାମଲା ପଞ୍ଜିକୃତ ହୋଇଛି, ତେବେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିପାରିବେ। କିନ୍ତୁ ସେ ନିର୍ଦ୍ଦେଶ ଦେବାବେଳେ କାରଣ ଦର୍ଶାଇବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଏପରି ଆଦେଶକୁ ହାଇକୋର୍ଟରେ ନ୍ୟାୟିକ ଭାବେ ସମୀକ୍ଷା କରାଯିବା ଉଚିତ। ହାଇକୋର୍ଟଙ୍କ ମଞ୍ଜୁରୀ ପରେ ହିଁ ମାମଲା ପ୍ରତ୍ୟାହୃତ ହୋଇ ପାରିବ ବୋଲି ସୁପ୍ରିମ୍‌କୋର୍ଟ(ଏସ୍‌ସି) କହିଛନ୍ତି। ବର୍ତ୍ତମାନର ତଥା ପୂର୍ବତନ ଜନ ପ୍ରତିନିଧିଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୀଘ୍ର ସମାଧାନ ପାଇଁ ପ୍ରତ୍ୟେକ ରାଜ୍ୟରେ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଆମିକ୍ସ କ୍ୟୁରୀ ବରିଷ୍ଠ ଆଡଭୋକେଟ ବିଜୟ ହଂସାରିଆ, ସୂଚନା ଦେଇଛନ୍ତି ଯେ ଅନେକ ରାଜ୍ୟରେ ସରକାର କୌଣସି ଉପଯୁକ୍ତ କାରଣ ନ ଦର୍ଶାଇ ଜନ ପ୍ରତିନିଧିଙ୍କ ମାମଲା ପ୍ରତ୍ୟାହାର କରୁଛନ୍ତି। ମୁଜାଫରନଗର ଦଙ୍ଗାର ୭୭ ଟି ମାମଲା ପ୍ରତ୍ୟାହାର କରିବାକୁ ଉତ୍ତରପ୍ରଦେଶ ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ ଆମିକ୍ସ କ୍ୟୁରୀ କହିଛନ୍ତି ଯେ, ଅଭିଯୋଗର ସଂଖ୍ୟା ଏବଂ ଗମ୍ଭୀରତା ଅନୁଯାୟୀ ଜନ ପ୍ରତିନିଧିଙ୍କ ବିଚାରାଧୀନ ମାମଲା ଚିନ୍ତାଜନକ ହେବାରେ ଲାଗିଛି। କେଉଁ ଗତିର ତଦନ୍ତ କରାଯାଉଛି ଏବଂ ମାମଲାର ଶୁଣାଣି କରାଯାଉଛି ସେ ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିବା ଆବଶ୍ୟକ। ସିବିଆଇ, ଇଡି ଏବଂ ଏନ୍‌ଆଇଏ ଦ୍ୱାରା ଦାଖଲ ହୋଇଥିବା ପୃଥକ ରିପୋର୍ଟ ଆଧାରରେ ହଂସାରିଆ କହିଛନ୍ତି ୫୧ ଏମ୍‌ପି ଏବଂ ୭୧ ଜଣ ବିଧାୟକଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରହିଛି। ୧୫୧ ଟି ଗୁରୁତର ମାମଲାର ବିଚାର ସ୍ବତନ୍ତ୍ର ଅଦାଲତରେ ରହିଛି। ସେଥିମଧ୍ୟରୁ ୫୮ଟି ଆଜୀବନ କାରାଦଣ୍ଡ ମାମଲା ମଧ୍ୟ ରହିଛି। ଅଧିକାଂଶ ମାମଲା ବହୁ ବର୍ଷ ଧରି ବିଚାରାଧୀନ ଅଛି। ଏନେଇ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି, ଆମେ ବହୁତ କିଛି କହିପାରିବୁ, କିନ୍ତୁ ତାହା କରିବାକୁ ଚାହୁଁ ନାହୁଁ। କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଧାନ ବିଚାରପତି କହିଛନ୍ତି, ଆପଣଙ୍କର ରିପୋର୍ଟ ସନ୍ତୋଷଜନକ ନୁହେଁ। ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ନ କରିବାର କୌଣସି କାରଣ ଦିଆଯାଇ ନାହିଁ। କେତେକ କ୍ଷେତ୍ରରେ ବିବାଦୀୟ ସମ୍ପତ୍ତି ଜବତ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ନାହିଁ। ଏହାର ଜବାବ ଦେଇ ସୋଲିସିଟର ଜେନେରାଲ ସ୍ବୀକାର କରିଛନ୍ତି ଯେ ମାମଲାଗୁଡ଼ିକରେ ଅନେକ ତ୍ରୁଟି ରହିଛି। ଏ ବାବଦରେ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି। ମେହେଟ୍ଟା କହିଛନ୍ତି, କୋର୍ଟ ନିର୍ଦ୍ଦେଶ ଦେବା ଉଚିତ୍‌ ଯେ ଯେଉଁ ମାମଲାର ତଦନ୍ତ ବିଚାରାଧୀନ ଅଛି, ସେଗୁଡିକ ୬ ମାସ ମଧ୍ୟରେ ଶେଷ ହେବା ଜରୁରୀ। ଯେଉଁଠାରେ ମାମଲା ବିଚାରାଧୀନ ଅଛି, ତାହାର ସମାଧାନ ପାଇଁ ସମୟ ସୀମା ମଧ୍ୟ ସ୍ଥିର କରାଯିବାଅବାଶ୍ୟକ। ଯଦି ହାଇକୋର୍ଟ କୌଣସି ମାମଲାର ତଦନ୍ତ କିମ୍ବା ଶୁଣାଣି ବନ୍ଦ କରି ଦେଇଛନ୍ତି, ତେବେ ଏହି ପ୍ରତିବନ୍ଧକକୁ ହଟାଇବାକୁ ହାଇକୋର୍ଟଙ୍କୁ କୁହାଯିବା ଉଚିତ।
ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଡି.ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟ କାନ୍ତଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହାପୂର୍ବରୁ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ କେତେ ପାଣ୍ଠି ଜାରି ହୋଇଛିି। ଏହାର ଜବାବରେ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, କହିଛି ସ୍ବତନ୍ତ୍ର ଅଦାଲତରେ ଭିଡିଓ କନଫରେନ୍ସିଂ ଜରିଆରେ ଜନ ପ୍ରତିନିଧିଙ୍କ ମାମଲା ଶୀଘ୍ର ସମାଧାନ ପାଇଁ ୧୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଶୁଣାଣି ଶେଷରେ ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇଜନଜୀବୀ ବିକାଶ ସିଂ ଦାବି କରିଛନ୍ତି ଯେ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଜୀବନ ବାରଣ କରାଯାଉ। ସିଂ କହିଛନ୍ତି,ଦଣ୍ଡାଦେଶର ୬ ବର୍ଷ ପରେ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେବା ଭୁଲ। ଯଦି କୌଣସି ବ୍ୟକ୍ତି ସରକାରୀ ଚାକିରିରେ ୧୦ ଟଙ୍କା ଚୋରି କରନ୍ତି, ତେବେ ତାଙ୍କୁ ସବୁଦିନ ପାଇଁ ଚାକିରିରୁ ବାହାର କରି ଦିଆଯାଏ। ଏହା ଉପରେ କୋର୍ଟ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୋଷୀମାନଙ୍କ ଉପରେ ନିଷେଧାଦେଶ ଉପରେ ପାର୍ଲାମେଣ୍ଟ ଦୃଷ୍ଟି ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?