Posted inଫୁରସତ

ଏହି କଂଗ୍ରେସ ନେତାଙ୍କ ବିବାହ: ଦାମୀ କାର୍‌ ଚଲାଇ ଶାଶୁଘର ଗଲେ କନ୍ୟା, ଭିଡିଓ ଦେଖିଲେ…

ସାଧାରଣତଃ ବିବାହ ପରେ ବାପଘରୁ ଶାଶୁଘରକୁ କନ୍ୟା କାନ୍ଦି କାନ୍ଦି ବିଦାୟ ନେଇ ଯାଇଥାନ୍ତି। ମାତ୍ର ଆଜି ଏମିତି ଜଣେ କନ୍ୟାଙ୍କ ବିଷୟରେ କହିବୁ ଯିଏକି ବିଦାବେଳେ ଟିକେ ବି କାନ୍ଦି ନ ଥିଲେ କି ମନରେ ଦୁଃଖ ନ ଥିଲା। ନିଜେ ମହିନ୍ଦ୍ରାର ଏକ ଦାମୀ କାର୍‌ ‘ଥର’ ଚଲାଇ ଶାଶୁଘର ଯାଇଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏମିତି ବିବାହ ଦୁଇଦିନ ତଳେ ଉତ୍ତର କଶ୍ମୀରର ବାରମୂଳା ଜିଲାରେ ହୋଇଥିଲା। ନବଦମ୍ପତି କଶ୍ମୀରର ଅଟନ୍ତି। କନ୍ୟାଙ୍କ ଭାଇ ଜମ୍ମୁ-କଶ୍ମୀର ପୋଲିସରେ କାର୍ଯ୍ୟରତ। ବର ହେଉଛନ୍ତି ଜଣେ କଂଗ୍ରେସ ନେତା। ଏହି କଂଗ୍ରେସ ନେତାଙ୍କ ବିବାହ କଶ୍ମୀରରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଇଦିନ ତଳେ ବିବାହ କରିଥିଲେ। ବିଦାୟ ସମୟରେ କନ୍ୟା ଭିନ୍ନ ଏକ ଉପାୟ ଆପଣାଇଥିଲେ। ଲେହେଙ୍ଗା ପିନ୍ଧି ମହିନ୍ଦ୍ରାର ‘ଥର’ ଗାଡ଼ି ଡ୍ରାଇଭିଂ କରୁଥିବା ବେଳେ ପାଖରେ ବର ବସିଥିବା ନଜର ଆସିଛନ୍ତି। ମଣ୍ଡପ ନିକଟରୁ ଗାଡ଼ି ଚଲାଇ କନ୍ୟା ଶାଶୁଘରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଲୋକେ ତାଙ୍କୁ ଜୋରଦାର ସ୍ବାଗତ ଜଣାଇଛନ୍ତି।

ଏହି କନ୍ୟାଙ୍କ ନାମ ସନା ବାଣୀ ଏବଂ ବରଙ୍କ ନାମ ଶେଖ୍‌ ଅମୀର। ଭିଡିଓ ଭାଇରାଲ ହେବା ପରେ ଅମୀର କହିଛନ୍ତି, ସନା ଗାଡ଼ି ଚଲାଇବା ପାଇଁ ମୋତେ ପଚାରିଥିଲେ ମୁଁ ତୁରନ୍ତ ତାଙ୍କୁ ଗାଡ଼ି ଚଲାଇବାକୁ କହିଥିଲି। ମୁଁ ଜାଣି ନ ଥିଲି ଏହି ଭିଡିଓ ଏତେ ମାତ୍ରାରେ ଭାଇରାଲ ହେବ।

ସନା କହିଛନ୍ତି, ମୋ’ ପିତା ମୋତେ ଗାଡ଼ି ଚଳାଇବା ଶିଖାଇଥିଲେ। କିନ୍ତୁ ଭାବି ନ ଥିଲି ମୋ’ ବିବାହ ଦିନ ଗାଡ଼ି ଚଲାଇବି ବୋଲି। ତାହା ପୁଣି ଶାଢ଼ି ପିନ୍ଧି। କିଛି ଲୋକ ଏନେଇ ସମାଲୋଚନା କରୁଛନ୍ତି। କିନ୍ତୁ ମୋତେ କୌଣସି ଫରକ ପଡୁନି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri