Posted inଫୁରସତ

ଏହି କଂଗ୍ରେସ ନେତାଙ୍କ ବିବାହ: ଦାମୀ କାର୍‌ ଚଲାଇ ଶାଶୁଘର ଗଲେ କନ୍ୟା, ଭିଡିଓ ଦେଖିଲେ…

ସାଧାରଣତଃ ବିବାହ ପରେ ବାପଘରୁ ଶାଶୁଘରକୁ କନ୍ୟା କାନ୍ଦି କାନ୍ଦି ବିଦାୟ ନେଇ ଯାଇଥାନ୍ତି। ମାତ୍ର ଆଜି ଏମିତି ଜଣେ କନ୍ୟାଙ୍କ ବିଷୟରେ କହିବୁ ଯିଏକି ବିଦାବେଳେ ଟିକେ ବି କାନ୍ଦି ନ ଥିଲେ କି ମନରେ ଦୁଃଖ ନ ଥିଲା। ନିଜେ ମହିନ୍ଦ୍ରାର ଏକ ଦାମୀ କାର୍‌ ‘ଥର’ ଚଲାଇ ଶାଶୁଘର ଯାଇଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏମିତି ବିବାହ ଦୁଇଦିନ ତଳେ ଉତ୍ତର କଶ୍ମୀରର ବାରମୂଳା ଜିଲାରେ ହୋଇଥିଲା। ନବଦମ୍ପତି କଶ୍ମୀରର ଅଟନ୍ତି। କନ୍ୟାଙ୍କ ଭାଇ ଜମ୍ମୁ-କଶ୍ମୀର ପୋଲିସରେ କାର୍ଯ୍ୟରତ। ବର ହେଉଛନ୍ତି ଜଣେ କଂଗ୍ରେସ ନେତା। ଏହି କଂଗ୍ରେସ ନେତାଙ୍କ ବିବାହ କଶ୍ମୀରରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଇଦିନ ତଳେ ବିବାହ କରିଥିଲେ। ବିଦାୟ ସମୟରେ କନ୍ୟା ଭିନ୍ନ ଏକ ଉପାୟ ଆପଣାଇଥିଲେ। ଲେହେଙ୍ଗା ପିନ୍ଧି ମହିନ୍ଦ୍ରାର ‘ଥର’ ଗାଡ଼ି ଡ୍ରାଇଭିଂ କରୁଥିବା ବେଳେ ପାଖରେ ବର ବସିଥିବା ନଜର ଆସିଛନ୍ତି। ମଣ୍ଡପ ନିକଟରୁ ଗାଡ଼ି ଚଲାଇ କନ୍ୟା ଶାଶୁଘରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଲୋକେ ତାଙ୍କୁ ଜୋରଦାର ସ୍ବାଗତ ଜଣାଇଛନ୍ତି।

ଏହି କନ୍ୟାଙ୍କ ନାମ ସନା ବାଣୀ ଏବଂ ବରଙ୍କ ନାମ ଶେଖ୍‌ ଅମୀର। ଭିଡିଓ ଭାଇରାଲ ହେବା ପରେ ଅମୀର କହିଛନ୍ତି, ସନା ଗାଡ଼ି ଚଲାଇବା ପାଇଁ ମୋତେ ପଚାରିଥିଲେ ମୁଁ ତୁରନ୍ତ ତାଙ୍କୁ ଗାଡ଼ି ଚଲାଇବାକୁ କହିଥିଲି। ମୁଁ ଜାଣି ନ ଥିଲି ଏହି ଭିଡିଓ ଏତେ ମାତ୍ରାରେ ଭାଇରାଲ ହେବ।

ସନା କହିଛନ୍ତି, ମୋ’ ପିତା ମୋତେ ଗାଡ଼ି ଚଳାଇବା ଶିଖାଇଥିଲେ। କିନ୍ତୁ ଭାବି ନ ଥିଲି ମୋ’ ବିବାହ ଦିନ ଗାଡ଼ି ଚଲାଇବି ବୋଲି। ତାହା ପୁଣି ଶାଢ଼ି ପିନ୍ଧି। କିଛି ଲୋକ ଏନେଇ ସମାଲୋଚନା କରୁଛନ୍ତି। କିନ୍ତୁ ମୋତେ କୌଣସି ଫରକ ପଡୁନି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପୂର୍ବରୁ ଥିଲେ ୨୦୦ ଲୋକ, ଏବେ ରହୁଛନ୍ତି ଜଣେ: ଚକିତ କରିପାରେ କାରଣ..

ପ୍ରତ୍ୟେକ ଦେଶରେ ସହର ଏବଂ ଗାଁ ଦେଖିବାକୁ ମିଳିଥାଏ। ସହରୀ ଜୀବନ ଧାଁ ଧଉଡ଼ରେ କଟୁଥିବାବେଳେ ଗାଁରେ ରହିଥାଏ ନୈସର୍ଗିକ ସୁଖ। କିନ୍ତୁ ରୋଜଗାର ଆଶାରେ...

ପେନ୍‌ରେ ଜୀବନ୍ତ ପରଜୀବୀ କୃମି

ପେନ୍‌ ବା କଲମ ବିଭିନ୍ନ ପ୍ରକାରର ଦେଖିଥିବେ। ଅନେକଙ୍କର ବିଭିନ୍ନ ପ୍ରକାର ପେନ୍‌ ରଖିବାର ସଉକ ବି ଥାଏ। ଜାପାନରେ ଏଭଳି ଏକ ପେନ୍‌ ତିଆରି...

ଗ୍ରାମଦେବତା ଭାବେ ପୂଜାପାଏ ବାଦୁଡ଼ି

ପାଟଣା, ୨୭ା୩- ପ୍ରାୟତଃ ଲୋକମାନେ ବାଦୁଡ଼ିକୁ ନିଶାଚର ସହ ତୁଳନା କରିବା ସହିତ ଏହାକୁ ଅଶୁଭ ବୋଲି ମାନିଥାନ୍ତି। କେରଳରେ କିଛି ବର୍ଷ ପୂର୍ବେ ବାଦୁଡ଼ିରୁ...

ଆଖି ସଫା କରୁଛି ମାଙ୍କଡ଼: ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମିସ୍‌ ୟୁନିଭର୍ସ ଆର୍‌’ ବୋନି ଗାବ୍ରିଏଲ

ଓ୍ବାଶିଂଟନ୍‌: ୨୦୨୨ ମିସ୍‌ ୟୁନିଭର୍ସ ଟାଇଟଲ ହାତେଇଛନ୍ତି ଆମେରିକାର ଆର୍‌’ ବୋନି ଗାବ୍ରିଏଲ। ୟୁଏସ୍‌ ନ୍ୟୁଓର୍ଲିନ୍ସରେ ଜାନୁୟାରୀ ୧୫ରେ ଆୟୋଜିତ ମିସ୍‌ ୟୁନିଭର୍ସ ଫାଇନାଲ କାର୍ଯ୍ୟକ୍ରମରେ...

ଡ୍ରାଗନ୍‌ ଲ୍ୟାମ୍ପ

ଗେମ୍‌ ଅଫ୍‌ ଥ୍ରୋନ୍‌ସ ଏକ କାଳ୍ପନିକ ଟେଲିଭିଜନ୍‌ ସିରିଜ୍‌। ଏହାର ଲୋକପ୍ରିୟତା ଏତେ ଯେ, ଏବେ ଏହି ସିରିଜ୍‌ରେ ଥିବା ଡ୍ରାଗନ୍‌କୁ ନେଇ ତିଆରି ହୋଇଛି...

ବାପୁଙ୍କ ପ୍ରିୟ ଖାଦ୍ୟ

ଜାତିର ପିତା ମହାତ୍ମା ଗାନ୍ଧୀ ‘ସିମ୍ପୁଲ ଲିଭିଂ ହାଇ ଥିଙ୍କିଙ୍ଗ’ ଉପରେ ବିଶ୍ୱାସ ରଖୁଥିଲେ। ତା’ସହ ସେ ଏହା ବି କହୁଥିଲେ ଯେ, ‘ବି ଦ...

ପବଜୀର ହେଲା ଅନ୍ତିମ ଯାତ୍ରା: କାନ୍ଦିଲେ, ଏମିତି କହିଲେ ଖେଳାଳି…

ଭାରତ ସରକାର ପବ୍‌ଜୀ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପବଜୀ ନିଷେଧ ହେବା ପରଠାରୁ ଭାରତୀୟ ପ୍ରଶଂସକମାନେ ଦୁଃଖୀ ହୋଇପଡିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ...

Advertisement
Archives

Model This Week