କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ

ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି ଘଟଣା ଉପରେ ଲଗାତର ନଜର ରଖାଯାଇଛି ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଏହି ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟ କହିଛନ୍ତି, ଯଦି ଏହି ଘଟଣାରେ କୋର୍ଟ ହସ୍ତକ୍ଷେପ କରି ନ ଥାନ୍ତେ ତେବେ ରାଜ୍ୟର ସରକାରୀ ତାଲିକାରେ କରୋନାଜନିତ ହୋଇଥିବା ଏହି ମୃତ୍ୟୁ ବ୍ୟକ୍ତିଙ୍କର ନାମ ବି ରହି ନ ଥାନ୍ତା। ବୋଧହୁଏ ସରକାର ଏନେଇ କୌଣସି ଟେର ମଧ୍ୟ ପାଇ ନ ଥାନ୍ତେ। ବର୍ତ୍ତମାନ ସରକାର ଦେଇଥିବା ତଥ୍ୟ ମଧ୍ୟ ସଠିକ୍‌ ନୁହେଁ। ଅନ୍ୟପଟେ ସରକାରୀ ଓକିଲ ଏହି ଘଟଣାକୁ ସ୍ବୀକାର କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଯଦି କୋର୍ଟଙ୍କ କୌଣସି ନିର୍ଦ୍ଦେଶ ନ ଥାନ୍ତା ତେବେ ଏହି ଘଟଣା କେବେ ଲୋକଲୋଚନକୁ ଆସିପାରିନଥାନ୍ତା ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ଏହି ମାମଲାର ଶୁଣାଣି ଶନିବାର ମଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଅପିଲ କଲେ ମମତା: ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନ ଲଢିବାକୁ ଦିଆଯାଉ ଅନୁମତି

କୋଲକତା,୧୭।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏକ ବିଶେଷ ନିବେଦନ କରିଛନ୍ତି। ମମତା ବାନାର୍ଜୀ...

ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବାକୁ ଉତ୍ତର ପ୍ରଦେଶରୁ ଆସିପାରନ୍ତି ଜହ୍ଲାଦ

ନୂଆଦିଲ୍ଲୀ,୧୨।୧୨: ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। କାରଣ ଖୁବ୍‌ଶୀଘ୍ର ଏମାନଙ୍କୁ ଫାଶୀ...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଲକ୍ଷ୍ନୌ/ପଣଜୀ/ଡେରାଡୁନ୍‌,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ...

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ...

ପଟିଆଲାରୁ ନିର୍ବାଚନ ଲଢିବେ କ୍ୟାପଟେନ

ଚଣ୍ଡିଗଡ଼,୨୧ ।୧୧: ପଞ୍ଜାବରେ ଲାଗି ରହିଥିବା ରାଜନୈତିକ ଟଣାଭିଡା ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲାରୁ ୨୦୨୨ ବିଧାନସଭା ନିର୍ବାଚନ ଲଢିବେ ବୋଲି...

ସେପ୍ଟେମ୍ବରରେ ଏକାଠି ବୈଠକ କରିବେ ଆର୍‌ଏସ୍‌ଏସ୍‌-ଭାଜପା

ନୂଆଦିଲ୍ଲୀ,୨।୮: ରାଜସ୍ଥାନର ପୁଷ୍କରରେ ଆସନ୍ତା ସେପ୍ଟେମ୍ବର ୭-୯ ମଧ୍ୟରେ ଆର୍‌ଏସ୍‌ଏସ୍‌ ଓ ଭାଜପା ମଧ୍ୟରେ ଏକ ୩ ଦିନିଆ ବୈଠକ ଆୟୋଜନ କରାଯିବ ବୋଲି ସୂଚନା...

ମଣିପୁର ଭାଇରାଲ ଭିଡିଓ ମାମଲାରେ ଯାଞ୍ଚ କରିବ ସିବିଆଇ

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସା ମଧ୍ୟରେ ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଏ ମାମଲା ସାମ୍ନାକୁ...

୪୭ ଦେଶକୁ ବ୍ୟାପିଲା ଓମିକ୍ରନ୍‌, ଦକ୍ଷିଣ ଆଫ୍ରିକାରେ ୭୦୦ ଗୁଣ ବଢିଲା ସଂକ୍ରମଣ

ଜୋହାନସବର୍ଗ,୭ ।୧୨: ନଭେମ୍ବର ଶେଷ ସପ୍ତାହରେ ଚିହ୍ନଟ ହାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱକୁ ଅନିଶ୍ଚିତା ଭିତରକୁ ଠେଲି ଦେଇଥିବା ବେଳେ...

Advertisement
Archives

Model This Week