ଲୁଚିଛି ନା ଦିଶୁଛି

ଘାସିରାମ ପଣ୍ଡା

କକଟରେ ରାଜ୍ୟ ସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କୋଭିଡ୍‌ଜନିତ ଲକ୍‌ଡାଉନରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଚାଲାଣ ଭଳି କୌଣସି ଅପରାଧ ପଞ୍ଜୀକୃତ ହୋଇ ନ ଥିବା ଦର୍ଶାଇଛନ୍ତି। ଲକ୍‌ଡାଉନ ବେଳେ ନିଜ ଆଖପାଖରେ ପିଲାଙ୍କ ଦୟନୀୟ ସ୍ଥିତିକୁ ଦେଖିଥିବା ପ୍ରତ୍ୟେକ ମନ୍ତ୍ରୀଙ୍କ ଏହି ଉତ୍ତରକୁ ଦେଖିଲା ପରେ ‘ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି’ ବୋଲି ଭାବୁଛନ୍ତି। ପ୍ରବାସୀଙ୍କ ସହ ସେମାନଙ୍କର କୁନି ପିଲାମାନେ ଅନେକ କିଲୋମିଟର ପଥ ଅତିକ୍ରମ କରିବା, ଅନ୍‌ଲାଇନ ପାଠ ପାଇଁ ପାହାଡ଼ ଓ ଗଛ ଉପରକୁ ଚଢ଼ିବା, ଘରେ ଓ ବାହାରେ ପିଲାମାନେ ଶୋଷଣ ଓ ନିର୍ଯାତନାର ଶିକାର ହେବାକୁ ଏତେ ଜଲଦି କିଏ ବା କେମିତି ଭୁଲିଯାଇ ପାରିବ!
୨୦୨୦ ମସିହା ଜନୁୟାରୀ ମାସରେ କେରଳଠାରେ ପ୍ରଥମ କୋଭିଡ୍‌-୧୯ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। କିନ୍ତୁ କରୋନାର ପ୍ରାଦୁର୍ଭାବ ବଢୁଥିବାର ଦେଖି ଗୋଷ୍ଠୀ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୪ ପରଠାରୁ ହିଁ ସମଗ୍ର ଦେଶରେ ଭାରତ ସରକାର ଲକ୍‌ଡାଉନ ଘୋଷଣା କରିଥିଲେ। ଫଳସ୍ବରୂପ ବିଦ୍ୟାଳୟ, ପାର୍କ, ମନ୍ଦିର, ବଜାର, ଗମନାଗମନର ମାଧ୍ୟମ ପ୍ରଭୃତି ସର୍ବସାଧାରଣ ସ୍ଥଳି ବନ୍ଦ ହୋଇଯାଇଥିଲା। ଏଭଳି ଏକ ଅଭୂତପୂର୍ବ ସ୍ଥିତି ଆଗରୁ କେହି କେବେ ଦେଖି ନ ଥିଲେ। ମନ୍ତ୍ରୀ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ତଥ୍ୟ ଆଧାରରେ ଏହି ଉତ୍ତର ଦେଇଥିବା ଉଲ୍ଲେଖ କରିଛନ୍ତି। ତେବେ ଶିଶୁମାନଙ୍କର ଅସୁରକ୍ଷାର ସ୍ଥିତି ଆକଳନ କରିବା ପାଇଁ ଜାତୀୟ ଆୟୋଗ ଏକମାତ୍ର ଉତ୍ସ ହେବା କଥା ନୁହେଁ। ଚାଇଲ୍ଡଲାଇନ, ଶିଶୁ ମଙ୍ଗଳ କମିଟି, ଥାନା, ଜିଲା ଶିଶୁ ସୁରକ୍ଷା ୟୁନିଟ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଠାରେ ମଧ୍ୟ ଏନେଇ ଅଭିଯୋଗ ପଞ୍ଜୀକୃତ ହୁଏ। ସାମୂହିକ ଭାବେ ଏସବୁ ଅନୁଷ୍ଠାନରେ ପଞ୍ଜୀକୃତ ତଥ୍ୟ ଓ ସେମାନଙ୍କର ଅନୁଭୂତି ଆଧାରରେ ଲକ୍‌ଡାଉନରେ ଶିଶୁଙ୍କ ସମସ୍ୟାକୁ ଅନୁଧ୍ୟାନ କରି ଉତ୍ତର ରଖିଥିଲେ ବିଶେଷ ଗ୍ରହଣୀୟ ହୋଇଥାନ୍ତା। କୋଭିଡ୍‌ ପ୍ରଭାବରେ ମାତାପିତାଙ୍କୁ ହରାଇଥିବା ଶିଶୁ ଓ ରାସ୍ତାକଡ଼ର ଶିଶୁଙ୍କ ଥଇଥାନ ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ କମିଶନ ବେଶ୍‌ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ଏହି ସଫଳତା ଉଲ୍ଲେଖ ହୋଇନାହିଁ। ତେଣୁ, ଏକ ଗମ୍ଭୀର ସମସ୍ୟାର ଏହା ଏକ ଅପ୍ରସ୍ତୁତ ଓ ତରବରିଆ ଉତ୍ତର ଭଳି ମନେହୁଏ।
ଦେଶରେ ୬୦୩ଟି ବିଭିନ୍ନ ସ୍ଥାନରେ ଓ ୧୩୮ଟି ରେଳ ଷ୍ଟେଶନରେ ଚାଇଲ୍ଡଲାଇନ ଅସୁରକ୍ଷିତ ଶିଶୁଙ୍କୁ ସହାୟତା ଯୋଗେଇ ଦେବାପାଇଁ ଦେୟମୁକ୍ତ ସେବା ଯୋଗାଉଛି। ଏହା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ। ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କେବଳ ମାର୍ଚ୍ଚ – ଏପ୍ରିଲ ୨୦୨୦ରେ ଚାଇଲ୍ଡଲାଇନକୁ ଆସୁଥିବା ଅଭିଯୋଗର ମାତ୍ରା ୫୦ ଶତକଡ଼ା ବଢ଼ିଯାଇଥିଲା। ଅଭିଯୋଗ ଆଧାରରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଶତକଡ଼ା ୨୦ ଭାଗ ବାଲ୍ୟ ବିବାହ, ଚାଲାଣ, ନିର୍ଯାତନା ଓ ଶିଶୁ ଶ୍ରମିକ ଭଳି ଶିଶୁ ସୁରକ୍ଷା ସଂକ୍ରାନ୍ତୀୟ ହିଁ ଥିଲା। ଏକ ଇଂଲିଶ ଦୈନିକର ଜୁନ ୧୨ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେବଳ ମାର୍ଚ୍ଚରୁ ମେ ୨୦୨୦ ଭିତରେ ଦେଶରେ ୩୬୫୩ଟି ଶିଶୁ ଶ୍ରମ ସଂକ୍ରାନ୍ତୀୟ ଅଭିଯୋଗ ଉପରେ ଚାଇଲ୍ଡଲାଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏମାନଙ୍କ ଭିତରୁ ୧୨୬୪ ଭିକ୍ଷା, ୭୬୩ ଅସୁରକ୍ଷିତ କାର୍ଯ୍ୟ, ୫୧୩ ହୋଟେଲ, ୩୭୧ ଘରୋଇ କାର୍ଯ୍ୟ, ୨୮୬ ପାରିବାରିକ କାର୍ଯ୍ୟ ଓ ୧୫୬ ଜଣ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଉଦ୍ଧାର ହୋଇଥିଲେ। କେନ୍ଦ୍ରୀୟ ମହିଳା ଓ ଶିଶୁ ବିଭାଗର ୨୦୨୦- ୨୧ର ବାର୍ଷିକ ବିବରଣୀ ଅନୁଧ୍ୟାନ କଲେ ଜଣଯାଏ ଯେ, ସମଗ୍ର ଭାରତ ବର୍ଷରୁ ୧୨୩୬୦ ଥାନା ୪୧୦୩୫୩ ଶିଶୁ ନିରୁଦ୍ଦିଷ୍ଟ ହୋଇଥିବା ଓ ୩୧୫୮୨୧ ଉଦ୍ଧାର ହୋଇଥିବା ଉଲ୍ଲେଖ କରିଛନ୍ତିି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ୨୦୨୦ରେ ପ୍ରକାଶିତ ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ଅପମୃତ୍ୟୁ ରିପୋର୍ଟ ଅନୁଯାୟୀ ଶିଶୁମାନଙ୍କ ଭିତରେ ଅପମୃତ୍ୟୁ ଅସ୍ବାଭାବିକ ଭାବରେ ବଢ଼ିଛି। ୨୦୧୯ ତୁଳନାରେ ୨୦୨୦ ମସିହାରେ ଏଥିରେ ୧୮.୫ ଶତକଡା ବୃଦ୍ଧି ଘଟିଥିଲା। ଏହା ଭିତରୁ ମାନସିକ ଅସୁସ୍ଥତା କାରଣରୁ କେବଳ ୪୯ ଭାଗ ଅପମୃତ୍ୟୁର ଶିକାର ହୋଇଥିବା କୁହାଯାଉଛି।
କୋଭିଡ୍‌ କବଳରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଲକ୍‌ଡାଉନ ଘୋଷଣା କରାଯାଇଥିଲେ ବି ଏହା ଲୋକଙ୍କ ସାମାଜିକ, ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ଏହାର କୁପରିଣାମ ମହିଳା ଓ ଶିଶୁଙ୍କ ଉପରେ ବିଶେଷ ଭାବରେ ପଡ଼ିଥିଲା। ଅଙ୍ଗନୱାଡି ସେବା ପ୍ରଭାବିତ ହୋଇଥିବାରୁ ଦେଶର ଦୁଇ କୋଟି ଚାଳିଶ ଲକ୍ଷ ତିନିରୁ ଛଅ ବର୍ଷର ପିଲା ପ୍ରାକ୍‌ ପ୍ରାଥମିକ ଶିକ୍ଷା, ପୋଷଣ ଓ ଅନ୍ୟାନ୍ୟ ସେବାରୁ ବଞ୍ଚିତ ହେଲେ। ସେହିପରି ଦେଶର ପ୍ରାୟ ୨୬ କୋଟି ୪୫ ଲକ୍ଷ ପିଲା ବିଦ୍ୟାଳୟ ବନ୍ଦ ହେବା କାରଣରୁ ପ୍ରଭାବିତ ହୋଇଥିଲେ। ଲକ୍‌ଡାଉନ ପାଇଁ ପିଲାଙ୍କ ଜୀବନରେ ଆସିଥିବା ଏହି ପ୍ରତିକୂଳ ସ୍ଥିତି ଦୀର୍ଘ ଦିନଧରି ପ୍ରଭାବ ପକାଇବ।
ଲକ୍‌ଡାଉନ ସମୟରେ ଓ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପିଲାଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ତେବେ ସମସ୍ୟାକୁ ସ୍ବୀକାର କରିବାରେ କୁଣ୍ଠା ନ କରି ସଂସଦ ସମେତ ଶିଶୁ ଅଧିକାରର ସୁରକ୍ଷା ପାଇଁ ଉତ୍ତରଦାୟୀ ଅନୁଷ୍ଠାନମାନଙ୍କରେ ଆଲୋଚନା କଲେ ସମାଧାନ ପାଇଁ ପ୍ରୟାସ ଆହୁରି ବ୍ୟାପକ ହୋଇପାରିବ।
ସୁବର୍ଣ୍ଣପୁର, ମୋ:୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଅରଣ୍ୟ ସ୍ନାନ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆମ ଅପରିଣାମଦର୍ଶୀ ବସ୍ତୁବାଦୀ ଜୀବନ ଶୈଳୀ ଏବଂ ରୁଗ୍‌ଣ ମାନସିକତାରୁ ସର୍ବାଧିକ ପ୍ରଭାବିତ ହେବାରେ ଲାଗିଛି ସବୁଜିମା-ଉଦ୍ଭିଦଜଗତ। ଫଳରେ ପୃଥିବୀରେ...

ଭୁଶୁଡୁଥିବା ସମାଜକୁ ରକ୍ଷା କରିବାର ଅର୍ଥନୀତି

ସହଦେବ ସାହୁ ନେଭେଲ କରୋନା ଭାଇରସ୍‌କୁ ମୁକାବିଲା କରିବାରେ ଅର୍ଥନୀତିଜ୍ଞମାନେ ଯେଉଁ ପରାମର୍ଶ ଦେଉଛନ୍ତି ତହିଁରେ ସନ୍ତୁଷ୍ଟ ହେବା କଥା ନୁହେଁ। ପୃଥିବୀର ଅର୍ଥନୀତିରେ ଗୋଟିଏ...

ସାଗର ମିତ୍ର ପ୍ରବାଳ

ପ୍ରଫେସର ସିତାଂଶୁ କୁମାର ସାମଲ   ସମଗ୍ର ପୃଥିବୀର ହାରାହାରି ତିନି ଚତୁର୍ଥାଂଶ ଜଳଭାଗ ଏବଂ ଏକ ଚତୁର୍ଥାଂଶ ସ୍ଥଳଭାଗ। ଉକ୍ତ ଜଳଭାଗର ପ୍ରାୟ ୯୬...

ଏଇ ଭାରତରେ

ପୂର୍ବେ ପିଲାମନେ କାଠ ଖେଳନାକୁ ବେଶି ଭଲ ପାଉଥିଲେ। ଏହା ତାଙ୍କ ମାନସିକ ବିକାଶରେ ପ୍ରମୁଖ ଭୂମିକା ନେଉଥିଲା। କିନ୍ତୁ ପ୍ଲାଷ୍ଟିକ ଖେଳନା ଆସିବା ପରେ...

ମାଙ୍କଡ଼ ହାତେ ଶାଳଗ୍ରାମ

ରାଜୀବ କର୍ମି ଶିକ୍ଷା ପାଇବା ସମସ୍ତଙ୍କର ମୌଳିକ ଅଧିକାର। ଶିକ୍ଷା ସରକାରଙ୍କର ଅତ୍ୟାବଶ୍ୟକ ସେବା। ଶିକ୍ଷା ମୁକ୍ତ ଏବଂ ବାଧ୍ୟତାମୂଳକ। କିଏ, କେଉଁଠି କହିଛି ଏହାର...

ବ୍ୟବସ୍ଥା ନତମସ୍ତକ

ଆକାର ପଟେଲ   ଗଣତାନ୍ତ୍ରିିକ ସରକାରର ବ୍ୟାପକତା ବହୁ ସମୟରେ ହ୍ରାସ ପାଇ ନିର୍ବାଚନ ପ୍ରକ୍ରିୟାରେ ସୀମିତ ରହେ। ଅବଶ୍ୟ ଏହା ଗଣତନ୍ତ୍ରର ଏକ ଅତ୍ୟାବଶ୍ୟକ...

ଏଇ ଭାରତରେ

ମା’ ଛେଉଣ୍ଡ ନବଜାତ ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ତନ୍ୟପାନ କରାଇଲେ ବିଚାରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ...

କରୋନା କାଳରେ ମୃତକ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ରିଷି କପୁର (୧୯୫୨-୨୦୨୦) ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ଅତି କମ୍‌ ବୟସରେ ସେ ଫିଲ୍ମ ‘ବବି’ରେ ଅଭିନୟ କରି ଦର୍ଶକମାନଙ୍କ,...

Advertisement
Archives

Model This Week