Posted inଖେଳ

ଗୋଟିଏ ଉଇକେଟ ନେଇ ଇତିହାସ ରଚିଲେ ଅଶ୍ୱିନ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ନ୍ୟୁ ଇୟର ଟେଷ୍ଟରେ କେବଳ ଗୋଟିଏ ଉଇକେଟ ନେଇ ଇତିହାସ ରଚିଛନ୍ତି ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ତୃତୀୟ ଦିନ ଅଶ୍ୱିନଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ ପିଟରସନ। ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ୧୫ ବର୍ଷ ପରେ ସେ ପ୍ରଥମ ଭାରତୀୟ ସ୍ପିନର ଭାବେ ଉଇକେଟ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଏହି ଗ୍ରାଉଣ୍ଡରେ ଅନ୍ତିମ ଭାରତୀୟ ସ୍ପିନର ଭାବେ ଉଇକେଟ ନେଇଥିଲେ ଅନୀଲ କୁମ୍ବଲେ। ୨୦୦୬/୦୭ରେ ଖେଳାଯାଇଥିବା ମ୍ୟାଚ୍‌ର ପ୍ରଥମ ଇନିଂସରେ ୨ ଓ ଦ୍ୱିତୀୟ ପାଳିରେ ୩ ଉଇକେଟ ନେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ। ଟିମ୍‌ ଇଣ୍ଡିଆ ଉକ୍ତ ମ୍ୟାଚ୍‌ ଜିତିଥିଲା। ହେଲେ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ପରାସ୍ତ ହେବାରୁ ସିରିଜ୍‌ ହାତଛଡ଼ା କରିଥିଲା ଭାରତ।

ସେହି ମ୍ୟାଚ୍‌ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ଦୁଇଟି (୨୦୧୩ ଓ ୨୦୧୮) ମ୍ୟାଚ୍‌ ଖେଳାଯାଇଥିଲା। ଉଭୟ ମ୍ୟାଚ୍‌ରେ କୌଣସି ଭାରତୀୟ ସ୍ପିନର ଉଇକେଟ ହାତେଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି...

ବାରବାଟୀରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍‌ର ୩ ମ୍ୟାଚ୍‌

କଟକ ଅଫିସ,୨୪।୮: ଲିଜେଣ୍ଡ କ୍ରିକେଟ ଲିଗ୍‌(ଏଲ୍‌ଏଲ୍‌ସି)ର ତିନୋଟି ମ୍ୟାଚ୍‌ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବେର ୨୭, ୨୯ ଓ ୩୦ରେ ଏହି ମ୍ୟାଚ ଅନୁଷ୍ଠିତ...

୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌: ଇଂଲଣ୍ଡ ନକ୍‌ଆଉଟ୍‌କୁ ଉନ୍ନୀତ

ବୁଏନ୍ସଏୟାର୍ସ, ୨୭ା୫ (ପି.ଟି.): ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍‌ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।...

ଡବ୍ଲୁଟିସି ଫାଇନାଲ ୨୦୨୩: ଇଣ୍ଡିଆ ଟିମ୍‌କୁ ତାଗିଦ୍‌ କଲେ ରବି ଶାସ୍ତ୍ରୀ, କହିଲେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଛାଡିବାକୁ ପଡିବ ଆଇପିଏଲ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳକୁ ପରାଜୟର ମୁଖ୍ୟ କାରଣ ଦଳର ମୁଖ୍ୟ ଦଳର ପ୍ରସ୍ତୁତି ଅଭାବକୁୁ ଦର୍ଶାଉଛନ୍ତିି। ଫାଇନାଲ ମ୍ୟାଚରେ...

ଭାରତୀୟ ଦଳରେ ଓଡ଼ିଶାରୁ ୪

ବେଙ୍ଗାଲୁରୁ, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): କ୍ରିକେଟ ଆସୋସିଏଶନ ଫର୍‌ ଦି ବ୍ଲାଇଣ୍ଡ୍‌ ଇନ୍‌ ଇଣ୍ଡିଆ (ସିଏବିଆଇ) ଦ୍ୱାରା ପ୍ରଥମ ଥର ଭାରତର ଦୃଷ୍ଟିବାଧିତ ମହିଳା କ୍ରିକେଟ...

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଜା ଉଡାଇଲେ ଭାଓନ: ଲୋକେ କହିଲେ ପଡ଼ୋଶୀ ଘରର ମାଉସୀ…

ନୂଆଦିଲ୍ଲୀ,୨୬।୮: ଭାରତ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡ ନିଜର ଦବ୍‌ଦବା ଜାହିର କରିଛି। ଦଳର ବୋଲର୍‌ ଜେମ୍ସ ଆଣ୍ଡରସନ, କ୍ରେଗ୍‌ ଓଭରଟନ, ଓଲି...

ଟସ୍‌ ଜିତିଲା ମୁମ୍ବାଇ

ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ଆଇପିଏଲ୍‌ର ୩୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି।...

ଆନ୍ତଃ ସ୍କୁଲ ଫୁଟ୍‌ବଲ: କିସ୍‌ ଚାମ୍ପିୟନ

ଭୁବନେଶ୍ୱର, ୧୬।୯(ତପନ ସ୍ବାଇଁ): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃ ସ୍କୁଲ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଏହାର...

Advertisement
Archives

Model This Week