ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ…

ହାନୋଇ,୫।୧୨: ଭିଏଟ୍‌ନାମର ଯୁବପିଢିଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଜୀବନସାଥୀ ଖୋଜିବାକୁ ସମୟ ନ ଥାଏ, ସେମାନେ ଭଡ଼ାରେ ନିଜ ପାଇଁ ପାର୍ଟନର ଖୋଜିଥାନ୍ତି ବୋଲି ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଯୁବକଙ୍କ ଅପେକ୍ଷା ଯୁବତୀମାନେ ଏହି ମାମଲାରେ ଆଗରେ ରହିଛନ୍ତି। ମା’ ବାପାଙ୍କ ଚାପ ଏବଂ କ୍ୟାରିୟର କରିବାକୁ ଅଧିକ ଆଗ୍ରହୀ ଥିବାହେତୁ ସେମାନେ ଭଡ଼ାରେ ବୟଫ୍ରେଣ୍ଡ ଆଣିବାକୁ ନିଷ୍ପତ୍ତି ନେଇଥାନ୍ତି। ତେବେ ଭଡ଼ାରେ ଉପଲବ୍ଧ ବୟଫ୍ରେଣ୍ଡଙ୍କ ନିକଟରେ ସେ ସମସ୍ତ ଗୁଣ ରହିଥାଏ, ଯାହା କୌଣସି ଯୁବତୀଙ୍କ ମା’ ବାପା ନିଜ ଜ୍ବାଇଁଙ୍କ ନିକଟରେ ଦେଖିବାକୁ ଚାହଁାନ୍ତି। ଏହି ବୟଫ୍ରେଣ୍ଡମାନେ ଦେଖିବାକୁ ଫିଟ୍‌ ଏବଂ ସୁନ୍ଦର ହୋଇଥିବା ସହ ସେମାନେ ରୋଷେଇଠାରୁ ଆରମ୍ଭ କରି ଘରର ସବୁ କାମ କରିବାରେ ପାରଙ୍ଗମ ରହିଥାନ୍ତି। ତେବେ ଏ ପ୍ରକାର ବୟଫ୍ରେଣ୍ଡ ପାଇବା ପାଇଁ ଯୁବତୀମାନଙ୍କୁ କେବଳ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଭଡ଼ାରେ ବୟଫ୍ରେଣ୍ଡ ଆଣି ଡେଟ୍‌କୁ ଯିବା ପାଇଁ ପ୍ରାୟ ୧୦ରୁ ୨୦ ଡଲାର (୮୦୦ରୁ ୧୭୦୦ ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେହିପରି ବୟଫ୍ରେଣ୍ଡଙ୍କୁ ନିଜ ପରିବାର ସହ ପରିଚିତ କରାଇବାକୁ ହେଲେ ମୂଲ୍ୟ ଟିକେ ବଢ଼ି ଯାଇଥାଏ। ଏପରି ସ୍ଥଳେ ଯୁବତୀମାନଙ୍କୁ ୧ ମିଲିୟନ୍‌ ଭିଏଟ୍‌ନାମ ଡୋଙ୍ଗ୍‌ (ପ୍ରାୟ ୩୪୦୦ ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

୪୦ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି… ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ବଦଳିଲା ସ୍ଥାନ

ଓ୍ବାଶିଂଟନ୍‌,୧୮।୧: ଜାନୁଆରୀ ୨୦ରେ ସାରା ବିଶ୍ୱର ନଜର ଆମେରିକା ଉପରେ ରହିବ। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ...

ଅଲଗା ହେବେ ଓବାମା ଦମ୍ପତି! ଟ୍ରମ୍ପଙ୍କ ଶପଥ ପୂର୍ବରୁ ଆମେରିକାରେ ଝଡ

ଓ୍ବାଶିଂଟନ୍‌,୧୭।୧: ଆମେରିକାରୁ ଆସୁଛି ବଡ଼ ଖବର। ପୂର୍ବତନ ରାଷ୍ଟ୍ରପତିଙ୍କ ହୋଇପାରେ ଛାଡପତ୍ର! ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ସ୍ତ୍ରୀ ମିଶେଲ ଓବାମାଙ୍କ...

ପାକିସ୍ତାନ କୋର୍ଟରୁ ଇମ୍ରାନଙ୍କୁ ଲାଗିଲା ବଡ଼ ଝଟ୍‌କା

ଇସଲାମାବାଦ,୧୭।୧: ଅଲ-କାଦିର ଟ୍ରଷ୍ଟ ସହ ଜଡିତ ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ବ୍ୟତୀତ...

ଯୁଦ୍ଧ ବିରତି ଚୁକ୍ତିନାମା ଉପରେ ଲାଗିଲା ଚୁଡ଼ାନ୍ତ ମୋହର, ଇସ୍ରାଏଲ ପିଏମ କହିଲେ, ହମାସ ସହ ଡିଲ ଫାଇନାଲ

ଜେରୁଜେଲମ,୧୭।୧: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ନିଶ୍ଚିତ କରିଛନ୍ତି ଯେ କାତାରରେ ଇସ୍ରାଏଲୀ ଏବଂ ହମାସ ଦଳ ମଧ୍ୟରେ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ...

ହ୍ବାଇଟ ହାଉସରେ ଆକ୍ରମଣ କରିବା ମହଙ୍ଗା ପଡିଲା ଏହି ଭାରତୀୟ ମୂଳ ବାସିନ୍ଦାଙ୍କୁ! ହେଲା ୮ ବର୍ଷ ଜେଲ

ଓ୍ବାଶିଂଟନ,୧୭।୧: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସ ଉପରେ ଆକ୍ରମଣ କରିବା ଅଭିଯୋଗରେ ୨୦ ବର୍ଷୀୟ ମୂଳ ଭାରତୀୟ ନାଗରିକ ସାଇ ବର୍ଷିତ କଣ୍ଡୁଲାଙ୍କୁ ୮...

ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା, ୪୦ ପାକିସ୍ତାନୀ ମୃତ

ରାବତ,୧୭।୧: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ଯେଉଁଥିରେ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri