Odisha Elections 2024
Posted inଜାତୀୟ

ଜେଲରେ ରୁଟି କ୍ଷୀର ଖାଇ ରାତି କାଟିଲେ ହେମନ୍ତ ସୋରେନ, ଆଜିଠାରୁ ଆରମ୍ଭ ହେବ ପଚରା ଉଚରା

ନୂଆଦିଲ୍ଲୀ,୩।୨: ଜମି ଦୁର୍ନିତି ମାମଲାରେ ଜେଲକୁ ପଠାଯାଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶନିବାରଠାରୁ ପଚରାଉଚରା କରାଯିବ। ଏହାପୂର୍ବରୁ ଜେଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ବ୍ୟତୀତ ଇଡି କାର୍ଯ୍ୟାଳୟ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତ ଶୁକ୍ରବାର ରାଞ୍ଚିର ପିଏମଏଲଏ କୋର୍ଟ ହେମନ୍ତ ସୋରେନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଏଥି ସହ ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ସେ ଇଡି ଗିରଫକୁ ବାତିଲ କରିବାକୁ ଦାବି କରିଥିଲେ। ସୋରେନଙ୍କ ରିମାଣ୍ଡ ଅବଧି ଶନିବାରଠାରୁ ଆରମ୍ଭ ହୋଇଛି। ତାଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଅଣାଯିବ। ସୋରେନ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲର ସେଲ ନମ୍ବର ୧ରେ ରହିଥିଲେ।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଏକ ସ୍ବତନ୍ତ୍ର ପିଏମଏଲଏ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) କୋର୍ଟ ଶୁକ୍ରବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ହେପାଜତକୁ ପଠାଇଛନ୍ତି। ଓକିଲମାନେ ଏହି ସୂଚନା ଦେଇଛନ୍ତି।
ଗୁରୁବାର ସୋରେନଙ୍କ ଦଶ ଦିନ ହେପାଜତ ପାଇଁ ଇଡି ଅନୁରୋଧ କରିଥିଲା। ତା’ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷଣ କରିବାବେଳେ ଜେଏମଏମର କାର୍ଯ୍ୟରତ ସଭାପତିଙ୍କୁ ଗୋଟିଏ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ୭ଘଣ୍ଟା ପଚରାଉଚରା କରିବା ପରେ ଜାନୁଆରୀ ୩୧ରାତିରେ ସୋରେନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଗିରଫ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା...

ଆରମ୍ଭ ହେଲା ହୋମ ଭୋଟିଂ, ୧୦୨୨ ଭୋଟର ଘରେ ଭୋଟ ଦେବାକୁ ବାଛିଲେ ବିକଳ୍ପ

ନୂଆଦିଲ୍ଲୀ,୧୬।୫: ମେ ୨୫ରେ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁଗ୍ରାମ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର କୌଣସି...

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri