ଝାଟିମାଟି କୁଡ଼ିଆର ପଲିଥିନ ତଳେ ଅସହାୟ ବୃଦ୍ଧା

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଉପାନ୍ତ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଶନିବାର ସାମ୍ନାକୁ ଆସିଛି। ଗ୍ରାମର ଚତୁର୍ଭୁଜ ମହାନନ୍ଦ(୭୦)ଙ୍କ ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ପରେ ମୃତଦେହ ସତ୍କାର ପାଇଁ ତାଙ୍କୁ ଚାରିକାନ୍ଧ ମିଳି ନ ଥିଲା। ୨ଜଣ ସମ୍ପର୍କୀୟ ମୃତଦେହକୁ ବୋହି ନେଇ ସତ୍କାର କରିଥିଲେ। ଅନ୍ୟପଟେ ସ୍ବାମୀ ଚାଲିଗଲା ପରେ ବୃଦ୍ଧା ସ୍ତ୍ରୀ ସକୃତା(୬୫) ଭାଙ୍ଗି ପଡ଼ିଛନ୍ତି। ତାଙ୍କ ଦୁଃଖ ପୂର୍ବାପେକ୍ଷା ବହୁଗୁଣିତ ହୋଇ ପଡ଼ିଛି। ଝାଟିମାଟି କୁଡ଼ିଆର ପଲିଥିନ ତଳେ ସେ ଏକାକୀ ଜୀବନ ଅତିବାହିତ କରୁଛନ୍ତି। ତେବେ ସ୍ବାମୀ ଚାଲିଗଲା ପରେ ଏଭଳି ସମସ୍ୟା ଉପୁଜିଛି, ତାହା ନୁହେଁ। ବର୍ଷ ବର୍ଷ ଧରି ବୃଦ୍ଧ ଦମ୍ପତି ଦୁର୍ବିସହ ଜୀବନ ଅତିବାହିତ କରୁଥିଲେ ଏବଂ ସେମାନଙ୍କ ପ୍ରତି କାହାର ନଜର ନ ପଡ଼ିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ପୃକ୍ତ ବୃଦ୍ଧ ଦମ୍ପତିଙ୍କ ଝିଅପୁଅ କେହି ନାହାନ୍ତି। ଗାଁ ମୁଣ୍ଡରେ ଝାଟିମାଟି କୁଡ଼ିଆଟିଏ କରି ପଲିଥିନ ତଳେ ଉଭୟ ରହୁଥିଲେ। ଘରକୁ ବିଦ୍ୟୁତ୍‌ ସଂଯୋଗ ତ ଦୂରର କଥା, ଯେଉଁ ଝାଟିମାଟି କୁଡ଼ିଆଟିଏ ରହିଛି, ସେହି ଘରର ୩ ପାର୍ଶ୍ୱ ଖୋଲା ରହିଛି। ଘରେ ଅଳ୍ପ କିଛି ବାସନକୁସନ, ବସ୍ତ୍ର ରହିଛି। ଏଭଳି ଏକ କୁଡ଼ିଆରେ ଖରାବର୍ଷା, ଶୀତକାକରରେ ବୃଦ୍ଧ ଦମ୍ପତି ରହୁଥିଲେ ଏବଂ ଦିନକ ତଳେ ବୃଦ୍ଧ ସ୍ବାମୀ ଚାଲିଗଲା ପରେ ବୃଦ୍ଧାଙ୍କ ସମସ୍ୟା ବଢ଼ି ଚାଲିଛି। ତାଙ୍କ ଏଭଳି ସମସ୍ୟା ଜାଣିବା ପରେ ଶନିବାର ସ୍ଥାନୀୟ ବାରପାହାଡ଼ କୃଷକ ସଙ୍ଗଠନର ସଭାପତି ଇଶାନ୍ତ ଭୋଇ ତାଙ୍କ ପାଖରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ବୃଦ୍ଧାଙ୍କ ସମସ୍ୟା ନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଭୋଇ କହିଛନ୍ତି। ସେ ଆହୁରି କହିଛନ୍ତି, ମୃତ ଚତୁର୍ଭୁଜ ଛତିଶଗଡ଼ ରାଜ୍ୟ ଲୁକାପରାର ମୂଳ ବାସିନ୍ଦା। ବୁଙ୍ଗାପାଲି ଗ୍ରାମକୁ ଆସି ଘରଜ୍ୱାଇଁ ଭାବେ ରହୁଥିଲେ। ତାଙ୍କ ଅଳ୍ପ କିଛି ଜମି ରହିଛି। ତାହା ଭାଗଚାଷରେ ଲଗାଇଛନ୍ତି। ସେହିପରି ବାର୍ଦ୍ଧକ୍ୟ ଭତ୍ତା ଏବଂ ଚାଉଳ ପାଉଥିଲେ। ବାର୍ଦ୍ଧକ୍ୟ ଭତ୍ତା, ଚାଉଳ ଏବଂ ଭାଗଚାଷରୁ ଯାହା ମିଳୁଥିଲା, ସେଥିରେ ବୃଦ୍ଧ ଦମ୍ପତି ଚଳୁଥିଲେ ବୋଲି ଭୋଇ କହିଛନ୍ତି। ତେବେ ସକୃତା ଯେଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ନ ହେବେ, ସେ ନେଇ ପଦକ୍ଷେପ ନେବା ପାଇଁ ବାରପାହାଡ଼ କୃଷକ ସଙ୍ଗଠନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ଉଦ୍ୟମ ଜାରି ରଖିବ ବୋଲି ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଓ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍‌, ଏହି ଦିନ ବାହାରିବ ରେଜଲ୍ଟ

କଟକ,୨୯ା୪(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଁ ସମସ୍ତ ପ୍ରକ୍ରିୟା ଶେଷ…

ନଡ଼ିଆ ଗଛରେ ପଡ଼ିଲା ବିଜୁଳି, ଭୟଙ୍କର ଶବ୍ଦ ସହ ହୁତୁହୁତୁ ହୋଇ ଜଳିଲା, ଲୋକେ ଆତଙ୍କିତ

ଗୁଣପୁର,୨୯ା୪(ସଙ୍କେତ ପାତ୍ର): ବୁଧବାର ସନ୍ଧ୍ୟାରେ ରାୟଗଡ଼ା ଜିଲା ଗୁଣପୁର ଶିବାନନ୍ଦ ମନ୍ଦିର ନିକଟସ୍ଥ ଏକ ନଡ଼ିଆ ଗଛରେ ବିଜୁଳି ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାଟି ଦେଖି ଆଖପାଖ…

କୁଆପଥର ବର୍ଷା ପରେ ଝରିଗାଁରେ ମୃଦୁ ଭୂମିକମ୍ପ

ଝରିଗାଁ,୨୯।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସନ୍ଧ୍ୟା ୭ଟା ୪୨ ମିନିଟ୍ ୨୧ ସେକେଣ୍ଡରେ ଭୂକମ୍ପ…

ଘଡ଼ଘଡ଼ି, ବର୍ଷା ପରେ ଥରିଲା ଥୁଆମୂଳ ରାମପୁର, ଲୋକେ ଆତଙ୍କିତ

ଥୁଆମୂଳ ରାମପୁର,୨୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବୁଧବାର ସନ୍ଧ୍ୟାରେ ପ୍ରକୃତିର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ପ୍ରବଳ ପବନ, ଘଡ଼ଘଡ଼ି ଏବଂ…

ବର୍ଷା ପରେ ରାତିରେ ଥରିଲା ମାଟି; କଳାହାଣ୍ଡିରେ ଭୂକମ୍ପ ଝଟକା, ଘରୁ ବାହାରି ଆସିଲେ ଲୋକେ

ଭବାନୀପାଟଣା,୨୯।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ବୁଧବାର ରାତି ୭ ଟା ୪୨ ରେ ମୃଦୁ ଭୂମିକମ୍ପ ହୋଇଛି । ପ୍ରାୟ ୧୦ରୁ ୧୫…

ବର୍ଷା ସାଙ୍ଗକୁ କୁଆପଥର ମାଡ଼, ରାସ୍ତାଘାଟ ଶୂନ୍‌ଶାନ୍‌

ରାୟଗଡ଼ା,୨୯ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ସକାଳୁ ଅତ୍ୟଧିକ ଉତ୍ତାପ ରହିଥିବା ବେଳେ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ବର୍ଷା। ତେବେ ବର୍ଷା ସାଙ୍ଗକୁ ତୀବ୍ର ଭାବରେ କୁଆପଥର…

ବିକାଶ ଅପହଞ୍ଚ, ହନ୍ତସନ୍ତ ହେଉଛନ୍ତି ପୁରୁଣା ସଲା ଗୁଡ଼ା ଗ୍ରାମବାସୀ

ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏବେ ମଧ୍ୟ ସେହି ଯୋଜନାରୁ ବଞ୍ଚିତ ଅନେକ ଗାଁ। ବିଶେଷ କରି…

ବ୍ୟାଙ୍କକୁ ମୃତ ଭଉଣୀଙ୍କ କଙ୍କାଳ ଧରି ଯିବା ଘଟଣା: ଭାଇ ଜିତୁ ମଣ୍ଡାଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଟିମ୍‌

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଜନତା ଦଳର ଏକ ପ୍ରତିନିଧି ଟିମ୍‌ ବୁଧବାର ମଲ୍ଲୀପଶି ନିକଟସ୍ଥ ଡିଆନାଳି ଗ୍ରାମର ଜିତୁ ମୁଣ୍ଡାଙ୍କୁ ଭେଟିବା ସହିତ ଏପରି ସମ୍ବେଦନଶୀଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri