ଅସହାୟ ଜୀବନ ଓ ଦିଗହରା ରାଜନୀତ

ବ୍ରଜକିଶୋର ଦାସ

ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ। ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା, ମରୁଡ଼ି ସବୁବେଳେ ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦିଏ। ଏଠି ବସବାସ କରୁଥିବା ଅଧିକାଂଶ ମଣିଷ ଶ୍ରମଜୀବୀ, ଆଦିବାସୀ, ଗରିବ ଓ ନାମମାତ୍ର ଚାଷୀ। ଉନ୍ନତମାନର ଜୀବନ ଜିଇବାର କୌଶଳ ଏମାନଙ୍କୁ ଜଣାନାହିଁ। ପ୍ରତିବାଦ କରି ଶିଖିନାହାନ୍ତି। ପ୍ରତାରଣାରେ ଶଢୁଥାନ୍ତି। ପ୍ରାୟତଃ ପ୍ରଦେଶର ୭୦ଭାଗ ଖଟିଖିଆ ଦିନ ମଜୁରିଆଙ୍କୁ ନିଯୁକ୍ତି ଦେଲା ଭଳି ଉଚ୍ଚମାନର କଳକାରଖାନା, କମ୍ପାନୀ ଓଡ଼ିଶାରେ ନାହିଁ। କୁଟୀରଶିଳ୍ପ, କ୍ଷୁଦ୍ର, ମଧ୍ୟମଶିଳ୍ପ ଯାହା ଅଛି ମୃତ ଅବସ୍ଥାରେ। ସେଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାରଙ୍କ ପାଖରେ ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ଯିଏ ଭାଙ୍ଗିଗଲା ସିଏ ଜରାଜୀର୍ଣ୍ଣ ହୋଇ ମାଟିରେ ମିଶିଲା। ତା’ପାଇଁ ଖର୍ଚ୍ଚ ହୋଇଥିବା ରାଜକୋଷର ସମ୍ବଳ ଡୁବିଗଲା। ଖଣି, ଖାଦାନ, କୃଷି ଓ ଜଙ୍ଗଲଜାତ ଦ୍ରବ୍ୟରେ ଭରପୂର ଓଡ଼ିଶାରୁ ଖଣିଜ ପଦାର୍ଥ ଓ କଞ୍ଚାମାଲ ଚାଲାଣ ହୁଏ ବାହାରକୁ। କିଛି ପରିମାଣରେ ମଧ୍ୟ ଚୋରି ହୁଏ ମାଫିଆ ଓ କଳାବଜାରକାରୀଙ୍କ ହାତରେ। ସେହିସବୁ କଞ୍ଚାମାଲ ଓ ଖଣିଜ ପଦାର୍ଥ ବିନିଯୋଗକରି ଓଡ଼ିଶାରେ କଳକାରଖାନା ଗଢ଼ା ହୁଏନାହିଁ କିମ୍ବା ଗଢ଼ା ହେବାର ସ୍ବପ୍ନ କୌଣସି ଉଚ୍ଚ ରାଜନେତାଙ୍କ ମୁଣ୍ଡରେ ଜୁଟେ ନାହିଁ। ଦଳ ନାମରେ ରାଜ୍ୟରେ ଖାଲି ବାଇଦ ବାଜା ବାଜେ। କୋଟି କୋଟି ଟଙ୍କାର ପ୍ରକଳ୍ପ ଖାଲି ଘୋଷଣାରେ ସୀମିତ ରହେ। ବୈଷୟିକ ବିଦ୍ୟାବୁଦ୍ଧି ଓଡ଼ିଶାରେ ସମ୍ପୂର୍ଣ୍ଣ ଅଚଳ। ତୁଚ୍ଛା ସ୍ଲୋଗାନ। ଲୋକଦେଖାଣିଆ ବୋବାଳି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ମିଥ୍ୟା ବିକାଶ ନାମରେ ବିକଳାଙ୍ଗ ଓ ବିବର୍ଣ୍ଣ। ପ୍ରାକୃତିକ ସମ୍ପଦକୁ ଶାଗମାଛ ମୂଲ୍ୟରେ ଧ୍ୱଂସ କରାଯାଉଛି। ପ୍ରଗତି ନାମରେ ପ୍ରଳାପ ଚାଲିଛି। ଦରିଦ୍ର୍ୟ ଶ୍ରମିକମାନେ କର୍ମବିହୁନେ ହାହୁତାଶନରେ ଜୀବନ କାଟୁଛନ୍ତି।
କର୍ମସଂସ୍ଥାନ ଶୂନ୍ୟ ଯୁବ ବେକାରି ରାସ୍ତାକଡ଼ରେ ୫ଟଙ୍କିଆ ଖାଦ୍ୟ ପାଇଁ ଥାଳି ତାଟିଆ ବାଡ଼ୋଉଛନ୍ତି। ମନରେ ଘୃଣା ଆସୁଛି ଧୋବଧାବଳିଆ ନେତାଙ୍କ ଧୋକାବାଜ୍‌ କାର୍ଯ୍ୟକ୍ରମ ପ୍ରତି। ଜଳ ବିହୁନେ କୃଷିକ୍ଷେତ୍ର, ଶିକ୍ଷକ ବିହୁନେ ଶିକ୍ଷା, ଅତ୍ୟାଧୁନିକ ଯନ୍ତ୍ରପାତି ଅଭାବରୁ ସ୍ବାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ଉଦ୍‌ବେଗଜନକ ,ସ୍ବାଭିମାନ ପଥଭ୍ରଷ୍ଟ। ମାଙ୍କଡ଼, ଗୋଧି, ବଣ ମଣିଷ ଯୋଜନା ତିଆରି କରି କର୍ମଠ ଜନସାଧାରଣଙ୍କୁ ସଜାଇ ସାରିଲେଣି ନିଷ୍କର୍ମା। କର୍ମ ବିମୁଖତା ଓଡ଼ିଶାରେ ସୃଷ୍ଟି ହୋଇସାରିଲାଣି। ଓଡ଼ିଆ ଜାତିର କର୍ମ ମୁଖରତା ସ୍ଥାଣୁ ପାଲଟିବାକୁ ବସିଲାଣି। ଜାତୀୟବାଦୀ ଚିନ୍ତାଧାରା ଓ ଜାତିର ଅଗ୍ରଗତି ବିପଦସଙ୍କୁଳ ପରିସ୍ଥିତି ଦେଇ ଗତି କରୁଛି। ନିର୍ବାଚନ , ଭୋଟ, ଶାସନ କ୍ଷମତା ଓ ଧନର ଲୋଭ ଗୋଟିଏ ସମାଜ ମଙ୍ଗଳ ରାଷ୍ଟ୍ରରେ ଦୁଃଖ ଓ ଦୁର୍ଦ୍ଦଶାର କାରଣ ପାଲଟିଛି। ଗଣତନ୍ତ୍ର ଧ୍ୱଂସମୁଖୀ ସାଜିଛି। କେହି ଜଣେ ଛାତିରେ ହାତ ମାରି କହିପାରିବେ ନାହିଁ ନ୍ୟାୟ, ସତ୍ୟ, ଆଦର୍ଶ ଓ ଭଲ କର୍ମ କରି ମୁଁ ଜନପ୍ରତିନିଧି ସାଜିଛି। ମଣିଷର ମାନବୀୟ ସଂହିତା ଦୟା, କ୍ଷମା, ସ୍ନେହ, ମାୟା ଓ ମମତା, ସବୁ ଉଭେଇ ଯାଇଛି। କଳା ଓ ଭାସ୍କର୍ଯ୍ୟର ଏ ବିଭବଶାଳିନୀ ପ୍ରଦେଶ ଦିନକୁ ଦିନ ନିଃସ୍ବ ଅସହାୟ ଦେଖାଯାଉଛି । ଓଡ଼ିଆମିତ୍ୱ ମାଟିରେ ମିଶିଗଲାଣି।
ଜାତି ସଂରକ୍ଷଣ, ଆବାସ ଯୋଜନା, ଧାନମଣ୍ଡିରେ ଅବହେଳା ପ୍ରଦେଶ ପାଇଁ ବିଶୃଙ୍ଖଳାର କାରଣ ହୋଇଛି। ଢାଙ୍କୁଣୀ ଭିତରେ ମୁହଁ ରଖି ରାଜନୈତିକ ଦଳଗୁଡ଼ିକ ନାଚୁଛନ୍ତି। ଢାଙ୍କୁଣୀ କାଢ଼ି ଓଡ଼ିଶାର ପୂର୍ଣ୍ଣାଙ୍ଗ ମାନଚିତ୍ରକୁ ଦେଖନ୍ତୁ। ବୃକ୍ଷମୂଳରେ, ରାସ୍ତାକଡ଼ରେ, ରେଳଷ୍ଟେଶନରେ, ପଲିଥିନ ତଳେ ଶହ ଶହ ଅସହାୟ ଠେଲାପେଲା ଲାଗୁଛନ୍ତି। ବଡ଼ ଦୟନୀୟ ସ୍ଥିତି। ଦିଗହରା ଯୋଜନା ଜାତିର ଅଧୋଗତିକୁ ସୂଚେଇ ଦେଉଛି। ନେତା ଓ ନେତୃତ୍ୱମାନେ ନିଜ ଜୀବନକୁ ଯେତିକି ମୂଲ୍ୟବାନ୍‌ ମଣୁଛନ୍ତି, ଜନସାଧାରଣଙ୍କ ଜୀବନକୁ ସେତିକି ଗୁରୁତ୍ୱ ଦେଉନାହାନ୍ତି। ଜନପ୍ରତିନିଧିମାନେ ଭୁଲିଯାଉଛନ୍ତି ଶପଥପାଠ ବେଳର ମନ୍ତ୍ର, ଗଣତନ୍ତ୍ରର ଅଖଣ୍ଡତା ଓ ଅକ୍ଷୁଣ୍ଣତାର କଥା। ବିଭିନ୍ନତା ଭିତରେ ଏକତାର କଥା ଶୁଭୁନାହିଁ। ଈର୍ଷା ଓ ଶତ୍ରୁତା ବଦଳରେ ନିଷ୍ଠା ଓ ସେବାର କଥା ସୃଷ୍ଟି ହେଉନାହିଁ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଅମର କବିତା ‘ସବୁରି ପାଇଁ ବଶରେ ଘର, ସକଳେ ଲଭିବାକୁ ମୁଠାଏ ଦୁଧଭାତ’ର ସ୍ବପ୍ନ ଆଜି ଦୁଃସ୍ବପ୍ନରେ ପରିଣତ ହୋଇଛି। ମୌଳିକ ଅଧିକାର ପ୍ରତି ଯନତ୍ବାନ୍‌ ହେବାର ସବୁ ଗଣିତ ଭୁଲ୍‌। ପ୍ରଗତି ପାଇଁ ଦୃଢ଼ ଇଚ୍ଛା ଶକ୍ତି ଲୋଡ଼ା । ଯାହା ଜନକଲ୍ୟାଣର ରାସ୍ତା ନିର୍ମାଣ କରିବ , ସେପରି କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ଲଙ୍ଗଳା ପିଲାର ଦୁଃଖ, ବାଟ ପାଉ ନ ଥିବା ବେକାରି ଯୁବକ, ପରସ୍ତ ପରସ୍ତ ଫୁଟା ଲୁଗା ଭିତରେ ଦିନ ମଜୁରିଆଣୀର ନଗ୍ନ ଦୃଶ୍ୟ, ଭରସାହୀନ ବୃଦ୍ଧ ପିତାମାତାଙ୍କର ସାମ୍ରାଜ୍ୟ ଭୟଙ୍କର ହୋଇ ଦିଶୁଛି ସାମାଜିକ ପ୍ରେକ୍ଷାପଟରେ। ସାମାଜିକ, ଆର୍ଥିକ, ସାଂସ୍କୃତିକ ସଙ୍କଟ ବୃଦ୍ଧି ପାଉଛି। ଗଣତନ୍ତ୍ରର ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ଦୁର୍ନୀତିର କଳା ବିଲେଇ ପିସି ସରକାର ହୋଇ ବ୍ଲକ ଅଫିସରେ, ଜିଲାପାଳ ଅଫିସରେ, ବିଭିନ୍ନ ବିଭାଗୀୟ ଦପ୍ତରରେ ଘୂରି ବୁଲୁଛି। ଘୁଣଖିଆ ପୋକ ପରି ଦୁର୍ନୀତିଗ୍ରସ୍ତ କର୍ମଚାରୀ କୋରି ଖାଇଗଲେଣି ସବୁ ବିଭାଗ। ଅଭାବର ଡହକନର୍କରେ ତ୍ରାହି ତ୍ରାହି ଶୁଭୁଛି ଦୂରଦୂରାନ୍ତର ଜନପଦ।
-କମଳା ପ୍ୟାଲେସ, ପଞ୍ଜାବୀ, କଲୋନୀ, ସତ୍ୟନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?