ଦୁଃଖି ପରିବାରକୁ ମିଳୁନି ସହାୟତା

ହାଟଡ଼ିହୀ,୩୦ା୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ କପୁଣ୍ଡି ଗ୍ରାମର ବୃନ୍ଦାବନ ପଲେଇଙ୍କ ପରିବାର ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସ୍ତ୍ରୀ, ଦୁଇ ବିଧବା ବୋହୂ ଓ ୪ ନାତୁଣି ନାତିଙ୍କୁ ମିଶାଇ ଆଠ ପ୍ରାଣୀ କୁଟୁମ୍ବଙ୍କ ପେଟ ଚିନ୍ତା ଘାରୁଛି ବୟସର ଅପରାହ୍ନରେ ପହଞ୍ଚିଥିବା ବୃନ୍ଦାବନଙ୍କୁ। ଦୁଇ ପୁଅ ଆରପାରିକୁ ଚାଲି ଯିବା ପରେ ତାଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଚାଲି ବୁଲି ପାରୁ ନ ଥିବା ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ଏବେ ସେମାନଙ୍କ ପରିବାରର ଭବିଷ୍ୟତ ପାଇଁ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ନା ସେମାନଙ୍କୁ ମିଳୁଛି ବଦାନ୍ୟତା ନା ସରକାରୀ ବାବୁଙ୍କ ଅନୁକମ୍ପା। ମାଳମାଳ ସରକାରୀ ଯୋଜନା ଅଛି ସତ ହେଲେ ବୃନ୍ଦାବନଙ୍କ ପାଖରେ ସେ ସବୁ ଅପହଞ୍ଚ।
ମୂଲ ମଜୁରୀ ଲାଗି ପେଟ ପୋଷୁଥିବା ବୃନ୍ଦାବନଙ୍କ ଘରଡିହ ସମେତ ୪ ଡେସିମିଲର ଚାଷ ଜମି ଅଛି। ତାଙ୍କ ବଡ଼ ପୁଅ ଉମାକାନ୍ତ(୪୨) ଗତ ୨୦୧୫ ଜୁନ ମାସ ଶେଷ ରଜ ଦିନ ହୃଦ୍‌ଘାତରେ ପ୍ରାଣ ହରାଇଥିବା ବେଳେ ସାନ ପୁଅ ରମାକାନ୍ତ (୩୯) ଚଳିତ ବର୍ଷ ଜୁଲାଇ ମାସରେ କରୋନା ସମୟରେ ଛାତି ଯନ୍ତ୍ରଣାରେ ଆରପାରିକୁ ଚାଲିଗଲେ। ଉମାକାନ୍ତଙ୍କ ସ୍ତ୍ରୀ କାବେରୀ ପଲେଇଙ୍କର ୫ବର୍ଷର ଗୋଟିଏ ପୁଅ ଓ ୪ବର୍ଷର ଝିଅଟିଏ ଅଛି। ସାନ ପୁଅ ରମାକାନ୍ତଙ୍କ ସ୍ତ୍ରୀ କନକଲତାଙ୍କର ୩ ବର୍ଷ ଓ ୨ ବର୍ଷର ଦୁଇଟି ପୁଅ ଅଛନ୍ତି। ସେମାନଙ୍କୁ ଚଳାଇବା ପାଇଁ ବୃଦ୍ଧ ବୃନ୍ଦାବନ ଅସମର୍ଥ ଥିବା ବେଳେ ପରିବାର ବୋଝକୁ ଉଠାଇବା ଭଳି ମାନସିକ ଚାପ ଏବଂ ଦୁଃଖରେ ସେ ଏବେ ମ୍ରିୟମାଣ ହୋଇ ପଡ଼ିଛନ୍ତି। କେବଳ ବଡ଼ ପୁଅ ଉମାକାନ୍ତ ପାଇଥିବା ସରକାରୀ ଆବାସର ଦୁଇ ବଖରା ଘରେ ୮ ପ୍ରାଣୀ ରହୁଛନ୍ତି। ରାଶନ କାର୍ଡରେ ମାସକୁ ୨୦ କିଲୋ ଚାଉଳ ମିଳୁଛି। ସେତିକିରେ ମାସ ସାରା ଚଳି ହେଉନି। ବହୁ ସମୟରେ ସେମାନେ ଭୋକିଲା ବି ରହୁଛନ୍ତି।
ବୃଦ୍ଧ ବୃନ୍ଦାବନ କୁହନ୍ତି, ମୁଁ ଆଉ କେତେ ଦିନ ଏ ସଂସାରରେ ରହିବି। ମୁଁ ଚାଲିଗଲା ପରେ ମୋ ବୋହୂ, ନାତୁଣୀ, ନାତି କେମିତି ବଞ୍ଚିବେ, କେମିତି ଚଳିବେ ଏବଂ କିଏ ସେମାନଙ୍କୁ ସହାୟ ହେବ। ସରକାର ଏବଂ ପ୍ରଶାସନ ଯଦି ଦୟା କରନ୍ତେ ତେବେ ମୋ ପରିବାର ବଞ୍ଚିବାର ରାହା ପାଆନ୍ତେ। ତେବେ ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ଜୟନ୍ତୀ ପାଳିତ

କେନ୍ଦୁଝର, ୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟଠାରେ ଗୁରୁବାର ଦିନ ଜିଲା ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ଛକଠାରେ ଥିବା...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ନେଇ ଗୋଷ୍ଠୀ ସଂର୍ଘଷ

ଆନନ୍ଦପୁର,୫।୨(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ୍‌ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଗୋଷ୍ଠୀ ସଂର୍ଘଷ ଦେଖାଯାଇଛି। ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ଗ୍ରାମରେ...

ପୌରପରିଷଦରେ ତାଲା ପକାଇବା ଘଟଣା: ଟୁଇଟର ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ଆନନ୍ଦପୁର,୩୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଲାଗି ରହିଥିବା ତାଲା ପକା ଆନ୍ଦୋଳନକୁ ନେଇ ସାଧାରଣ ଜନତା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ...

ଜମି ବିବାଦ କାଳ ହେଲା: ବୃଦ୍ଧ ଦମ୍ପତିଙ୍କୁ ହତ୍ୟା; ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କଲା ପୋଲିସ

ଝୁମ୍ପୁରା,୧୫।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିଆ ଗ୍ରାମ ଜଙ୍ଗଲ ପାର୍ଶ୍ୱରୁ ଝୁମ୍ପୁରା ଥାନା ପୋଲିସ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହକୁ ଗୁରୁବାର ମାଟିତଳୁ...

ଇସ୍ପାତ କାରଖାନା ପାଇଁ ଜମି କିସମ ପରିବର୍ତ୍ତନକୁ ବିରୋଧ

କେନ୍ଦୁଝର,୨୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍‌ କରାଯାଇଛି। ଜମିକୁ...

ବଦଳିଲା ଚୋରଙ୍କ ମନୋଭାବ : ମନ୍ଦିରରେ ରଖିଦେଲେ ଚୋରି ସାମଗ୍ରୀ

ଯୋଡ଼ା,୨୪ା୧୦(ଡି.ଏନ.ଏ): ପରିସ୍ଥିତିରେ ପଡ଼ି ହେଉ କିମ୍ବା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ଆଶାରେ କେହି କେହି ଚୋରି ଭଳି ଖରାପ ବାଟକୁ ବାଛିଥାନ୍ତି। ଏମିତି କିଛି...

ସୀମାନ୍ତରେ ଧରାପଡ଼ିଲେ ୪୭ ଶ୍ରମିକ

ଚମ୍ପୁଆ, ୮।୫(ଡି.ଏନ.ଏ.)- କରୋନା ମହାମାରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ଉପାନ୍ତ ଅଞ୍ଚଳର ସୀମା ସିଲ୍‌ କରାଯାଇଛି। ଏଠାରେ ବ୍ୟାପକ ତନଖି ସହିତ ଅନୁପ୍ରବେଶ ରୋକିବା...

ଟୋକନ ବଣ୍ଟନକୁ ନେଇ ବିବାଦ, ଟାୟାର ଜାଳି ପ୍ରତିବାଦ କଲେ ଟ୍ରକ ମାଲିକ

କେନ୍ଦୁଝର,୧।୪(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରେ ଲୋଡିଂ ପାଇଁ ଟୋକନ ବଣ୍ଟାକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଗୁରୁବାର ଅଶାନ୍ତି ଦେଖାଦେଇଛି।...

Advertisement
Archives

Model This Week