Posted inଜାତୀୟ

ରେଲଓ୍ବେ ଟ୍ରାକ୍‌-ଏନ୍‌ଏଚ୍‌ ପାର୍ଶ୍ୱରେ ନିର୍ମିତ ହେବ ହେଲିପ୍ୟାଡ୍‌…

ନୂଆଦିଲ୍ଲୀ, ୧୦।୧ : ଆହତମାନଙ୍କୁ ତୁରନ୍ତ ହେଲିକପ୍ଟର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯିବା ଯୋଜନା ଅନ୍ତର୍ଗତ ରେଲଓ୍ବେ ଟ୍ରାକ ଏବଂ ଜାତୀୟ ରାଜପଥ(ଏନ୍‌ଏଚ୍‌) ପାର୍ଶ୍ୱରେ ହେଲିପ୍ୟାଡ ନିର୍ମାଣ କରାଯିବ। ଏହି ପରିପ୍ରେକ୍ଷୀରେ, ରେଲଓ୍ବେ ଏବଂ ରାଜପଥ ପ୍ରକଳ୍ପର ଡିପିଆରରେ ହେଲିପ୍ୟାଡ ତିଆରି ପାଇଁ ଜମି ଚିହ୍ନଟ ପାଇଁ ବ୍ୟବସ୍ଥା କରିବାକୁ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ କହିଛି। ଏହା ବ୍ୟତୀତ ସୁରକ୍ଷା ଏବଂ ନିରାପତ୍ତା ଉପରେ ଏକ କୋର୍‌ ଗ୍ରୁପ ଏବଂ ଉପ-କମିଟି ଗଠନ ପାଇଁ ସୁପାରିଶ କରିଛି। କମିଟିରେ ଅଭିଜ୍ଞ ବିଶେଷଜ୍ଞମାନଙ୍କୁ ସାମିଲ କରାଯିବାକୁ କୁହାଯାଇଛି। କମିଟିର ପରାମର୍ଶକୁ ସରକାର ଗ୍ରହଣ କରିଛନ୍ତି।

ଯାହା ଦ୍ୱାରା ଏଣିକି ଦେଶରେ ହେଲିକପ୍ଟର ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଆରମ୍ଭ ହୋଇପାରିବ। ପରିବହନ, ପର୍ଯ୍ୟଟନ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ମାସରେ ଜାତୀୟ ରାଜପଥ ଏବଂ ରେଲଓ୍ବେ ଟ୍ରାକରେ ହେଲିପ୍ୟାଡ ନ୍‌ିର୍ମାଣ ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା। ଏଠାରେ ହେଲିକପ୍ଟର ଆମ୍ବୁଲାନ୍ସ ଜରୁରୀକାଳୀନ ଅବତରଣ କରିପାରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ, ରେଳ-ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାକୁ ତୁରନ୍ତ ନିଆଯାଇ ପାରିବ।

କମିଟି କହିଛି ଯେ ରେଳବାଇ ଏବଂ ରାଜପଥର ନୂତନ ପ୍ରକଳ୍ପର ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆରପ) ରେ ହେଲିପ୍ୟାଡ ଜମି ଯୋଗାଣ କରାଯିବା ଆବଶ୍ୟକ। ଏହାର ସଶକ୍ତିକରଣ ପାଇଁ ସଡକ ପରିବହନ, ରେଳବାଇ, ପରିବହନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କୋର୍‌ ଗ୍ରୁପ ଏବଂ ଉପ-କମିଟ ି ଗଠନ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ କମିଟି ମିଳିତ ସଚିବ ସ୍ତରର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ଏଥିରେ ସମ୍ପୃକ୍ତ କ୍ଷେତ୍ରର ବିଶ୍ୱ ସ୍ତରୀୟ ବିଶେଷଜ୍ଞମାନେ ନିଯୁକ୍ତ ହେବେ। ଏହି କମିଟିଗୁଡିକ ପ୍ରତି ମାସରେ କୋର୍‌ ଗ୍ରୁପ ସମ୍ମୁଖରେ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉପସ୍ଥାପନ କରିବେ । କୋର୍‌ ଗ୍ରୁପ ସବ କମିଟିର କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରିବ ।

ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଦିଲ୍ଲୀ-କୋଲକାତା, ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ଜାମ୍ମୁ, ଦିଲ୍ଲୀ-ଡେରାଡୁନ, ଦିଲ୍ଲୀ-ଭୋପାଳ, ଲକ୍ଷ୍ନୌ-ମୁମ୍ବାଇ, କୋଲକାତା-ଚେନ୍ନାଇ, ମୁମ୍ବାଇ-କୋଲକାତା ଆଦି ପ୍ରମୁଖ ରେଳ ଟ୍ରାକ ଏବଂ ଏନ୍‌ଏଚ୍‌ ପାର୍ଶ୍ୱରେ ହେଲିପ୍ୟାଡ ନିର୍ମାଣ କରିବାକୁ ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri