ଶୀତଦିନିଆ ଖାଦ୍ୟ

ଶୀତଦିନ ଖାଇବାର ମଜା ନେବା ଋତୁ। ବଜାର ସାରା ଆକର୍ଷଣୀୟ, ପୁଷ୍ଟିକର, ସୁସ୍ବାଦୁ ତଥା ଶସ୍ତା ଶାଗ ଓ ପନିପରିବା ଏବଂ ଭଳିକି ଭଳି ଫଳ ଯାହାକୁ ଯେତେ। ତେଣୁ ଏହି ଋତୁଟା ରସନା ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ସ୍ବତନ୍ତ୍ର। ହେଲେ, କେଉଁ ସବୁ ଶାଗ ଓ ପରିବାପତ୍ର ଅତି ସୁଲଭ ମୂଲ୍ୟରେ ମିଳିଥାଏ ଶୀତଦିନେ? ପୁଣି କେଉଁ ଦିଗରୁ ସେଗୁଡ଼ିକ ଆମ ପାଇଁ ହିତକର? ସେ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଉଛି।
ଶାଗ : ଶୀତଦିନେ ବେଶି ମିଳେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ। ଶାଗ ମାତ୍ରକେ ଭିଟାମିନ୍‌-‘ଏ’ (ବିଟା-ଭିଟାମିନ୍‌), ଭିଟାମିନ୍‌ ‘ସି’, ଭିଟାମିନ ‘ଇ’, ଫଲିକ୍‌ ଏସିଡ, ଲୌହ, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଇତ୍ୟାଦି ଉପାଦାନରେ ସମୃଦ୍ଧ। ଶାଗରେ ତନ୍ତୁଜାତୀୟ ଉପାଦାନର ପରିମାଣ ବେଶି, କ୍ୟାଲୋରୀର ପରିମାଣ କମ୍‌। ଶାଗରୁ ମଧ୍ୟ ମିଳେ ଅତି ଉପକାରୀ ‘ଓମେଗା ଥ୍ରୀ’ ନାମକ ଫ୍ୟାଟ୍‌ ବା ସ୍ନେହସାର। ଶାଗରେ ଥାଏ ବିଟା କାରୋଟିନ୍‌ ଭିଟାମିନ ‘ସି’, ଭିଟାମିନ୍‌ ‘ଇ’, ଚାକୋସାଇନୋଲେଟ୍‌, ଆଇସୋଥାୟୋସାୟିନେଟ୍‌ ଓ ଫ୍ଲାଭୋନଏଡସ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ। ତେଣୁ ନିୟମିତ ଶାଗ ଖାଇଲେ ରକ୍ତହୀନତା, ହୃଦ୍‌ରକ୍ତନଳୀରୋଗ, ଡାଇବେଟିସ୍‌, କାଟାରାକ୍ଟ, ପୃଥୁଳତା, କୋଷ୍ଠକାଠିନ୍ୟ ଏବଂ ବିଭିନ୍ନ ପ୍ରକାର କ୍ୟାନ୍ସର ଜାତ ହେବାରେ ଆଶଙ୍କା ହ୍ରାସପାଏ। ଏହି ସବୁ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କଠାରେ ରୋଗର ଉପଶମ ମଧ୍ୟ ସୁଗମ ହୋଇଯାଏ। ଖୁବ୍‌ ସୀମିତ କ୍ଷେତ୍ରକୁ ଛାଡ଼ିଦେଲେ ଡାକ୍ତରମାନେ ଶାଗ ଖାଇବା ପାଇଁ ବାରଣ କରି ନ ଥାନ୍ତି ବରଂ ଉତ୍ସାହିତ କରନ୍ତି।
ଗାଜର, ବିଟ୍‌ ଓ କନ୍ଦମୂଳ : ଶୀତଦିନେ ତଟକା ଗାଜର, ବିଟ୍‌ ଓ କନ୍ଦମୂଳ ପ୍ରଚୁର ପରିମାଣରେ ମିଳେ। ଗାଜରରୁ ମିଳେ ବିଟାକାରୋଟିନ୍‌ ଭିଟାମିନ୍‌ ‘ସି’, ସାଆନିଡିନ୍‌, ଲିଉଟିନ୍‌ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ। ବିଟ୍‌ରୁ ବେଶି ମିଳେ ଭିଟାମିନ୍‌ ‘ଏ’, ‘ବି’, ‘ସି’, ‘କେ’, ପୋଟାସିୟମ୍‌ ଓ ଫୋଲେଟ୍‌। ଜୁସ୍‌ ହିସାବରେ ଏହା ଖୁବ୍‌ ଉପଯୋଗୀ। କନ୍ଦମୂଳରେ ରହିଛି ବିଟା କାରୋଟିନ୍‌ ଓ ଭିଟାମିନ୍‌ ‘ସି’ ଭଳି ଆଣ୍ଟି ଅକ୍ସିଡାଣ୍ଟ ଓ ବେଶି ଖାଦ୍ୟତନ୍ତୁ। କନ୍ଦମୂଳ ଆଳୁଠାରୁ ମିଠା। କିନ୍ତୁ ଏଥିରେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ କମ୍‌ ଥିବାରୁ ଏହାକୁ ଖାଇଲେ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ବିଶେଷ ବଢ଼ି ନ ଥାଏ।
ମୂଳା, ଫୁଲକୋବି, ବନ୍ଧାକୋବି, ଓଲ୍‌କୋବି ଓ ବ୍ରୋକୋଲି : ମୂଳା ଓ କୋବି ହେଉଛି ବ୍ରାସିକା ପରିବାରର। ମୂଳା ଏକ ମୂଳଜାତୀୟ ପରିବା ଓ ଏହାକୁ ଶୀତଦିନେ ଖାଇବାକୁ ଭଲ ଲାଗେ। ମୂଳାରେ ରହିଥାଏ ଅଧିକ ଭିଟାମିନ୍‌, ଖଣିଜ ଲବଣ ଏବଂ କାଟେଚିନ୍‌, ପାଇରୋଗାଲ୍ଲୋଲ, ଭାନିଲିନ୍‌ ଏବଂ ଅନ୍ୟାନ୍ୟ ଫିନୋଲିକ୍‌ ଯୌଗିକ ଭଳି ଆଣ୍ଟି ଅକ୍ସିଡାଣ୍ଟ। ଏହାର କ୍ୟାଲୋରି ମାତ୍ରା ଓ ଶ୍ୱେତସାର ଏବଂ ସ୍ନେହସାର ମାତ୍ରା କମ୍‌। ତେଣୁ ଡାଇବେଟିସ୍‌ ଓ ପୃଥୁଳ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ। ଉଚ୍ଚ ରକ୍ତଚାପରୋଗୀ ଓ ହୃଦ୍‌ ରୋଗୀମାନଙ୍କ ପାଇଁ ଏହା ଉପକାରୀ ଏବଂ ସାଲାଡ ପାଇଁ ଉପଯୋଗୀ। ଏଗୁଡ଼ିକୁ ତଟକା ଖାଇବା ଦରକାର। ଏଗୁଡ଼ିକରେ କ୍ୟାଲୋରି କମ୍‌, ଶ୍ୱେତସାର ଓ ସ୍ନେହସାର କମ୍‌ ରହୁଥିବାରୁ ହୃଦ୍‌ରୋଗୀ, ଡାଇବେଟିସ୍‌ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ ଓ ପୃଥୁଳତା ଆକ୍ରାନ୍ତ ରୋଗୀମାନେ ଏଗୁଡ଼ିକୁ ଯେତେଇଚ୍ଛା ସେତେ ଖାଇପାରିବେ। ଆଲଜିମର୍ସ ଓ ଡିମେନ୍‌ସିଆ ଆଶଙ୍କାକୁ ମଧ୍ୟ ଏହା କେତେକାଂଶରେ ହ୍ରାସ କରିଥାଏ।
ଶିମ୍ବ, ବିନସ୍‌, ଟମାଟୋ : ଶିମ୍ବରୁ ମିଳେ ‘ଡେଡଜେନ୍‌’ ଜାତୀୟ ବିଶେଷ ଧରଣର ଆଇସୋଫ୍ଲାଭୋନ୍‌, ଯାହା ବ୍ରେଷ୍ଟ କ୍ୟାନ୍‌ସର ବିରୋଧୀ। ଶିମ୍ବରେ ଥିବା ବିଟା ସାଇଟୋଷ୍ଟିରଲ ନିବାରଣ କରେ ଉଚ୍ଚ ରକ୍ତଚାପ ଏବଂ ଏଲ୍‌-ଡୋପା ନାମକ ଉପାଦାନଟି ପାର୍‌କିନ୍‌ସନ୍‌ ରୋଗ ପ୍ରତିରୋଧ କରିବା ସହ ମିଜାଜକୁ ଭଲ ରଖେ। ବିନ୍‌ସରେ ଅଛି ଅଧିକ ପରିମାଣର ଭିଟାମିନ୍‌ ସି, ଲିଉଟିନ୍‌, ଜିଜାନ୍‌ଥିନ୍‌ ଜାତୀୟ ଅତି ଫଳପ୍ରଦ ଆଣ୍ଟି ଅକ୍ସିଡାଣ୍ଟ। ଏଥିରୁ ମଧ୍ୟ ମିଳେ ବେଶି ଖାଦ୍ୟତନ୍ତୁ। ନିୟମିତ ଭାବରେ ବିନ୍‌ସ ଖାଇଲେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ଏବଂ ଡାଇବେଟିସ, ହୃଦ୍‌ରୋଗ, କାଟାରିକ୍ଟ ଆଦି ରୋଗ ଜାତ ହେବାର ଆଶଙ୍କା ହ୍ରାସ ପାଏ। ଲାଲ୍‌ ଟକ୍‌ ଟକ୍‌ ଟମାଟୋ ହେଉଛି ଶୀତ ଋତୁର ସୌନ୍ଦର୍ଯ୍ୟ, ଭିଟାମିନ୍‌ ‘ସି’, ଲାଇକୋପିନ୍‌, କାନ୍ଥାଜାନ୍ଥିନ୍‌, ବିଟା କାରୋଟିନ୍‌, କ୍ଲୋରୋଜେନିକ୍‌ ଏସିଡ ଓ କୋଲିନ୍‌ ଆଦି ଏହାର ଉପାଦାନ କ୍ୟାନ୍‌ସର ଆଶଙ୍କା ଦୂର କରିବାରେ ସହାୟକ ହୋଇଥାଏ। ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଡାଇବେଟିସ୍‌, ପୃଥୁଳତା ଓ ମାନସିକ ଅବସାଦ ଇତ୍ୟାଦି ରୋଗରେ ଏହାକୁ ନିରାପଦରେ ଖିଆଯାଇପାରେ। ଟମାଟୋକୁ ‘ଶୀତଋତୁର ଗର୍ବ’ ବୋଲି କୁହାଯାଇଥାଏ। ଆମର ଅତି ପରିଚିତ ବାଇଗଣ ମିଳିଥାଏ ସବୁ ଋତୁରେ। ଏଥିରେ ଶ୍ୱେତସାର, ସ୍ନେହସାର ଓ କ୍ୟାଲୋରିର ମାତ୍ରା କମ୍‌। ଡାଇବେଟିସ୍‌, ହୃଦରୋଗୀ, ପୃଥୁଳକାୟ ରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପାଦେୟ। ଏଥିରେ ଥିବା ନାସୁନିନ୍‌ ଓ କ୍ଲୋରୋଜେନିକ୍‌ ଏସିଡ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ କ୍ୟାନ୍‌ସର ପ୍ରତିରୋଧୀ।
ଫଳ : ଶୀତଦିନେ ମିଳେ କମଳା, ଲେମ୍ବୁ, ଡାଳିମ୍ବ, ଆପଲ୍‌, ଅଙ୍ଗୁର, ଅଁଳା ଆଦି ଫଳ। କମଳାରେ ରହିଛି ଭିଟାମିନ୍‌ ‘ସି’ ଓ ଫଲିକ ଏସିଡ୍‌, ବିଟା କାରୋଟିନ୍‌, ଲିଉଟିନ ଏବଂ ଜିଜାନଥିନ୍‌ ଜାତୀୟ ଫ୍ଲାଭୋଏନଡସ୍‌। ଏଥିରୁ ମିଳୁଥିବା ହେସପରିଡିନ୍‌ ନାମକ ଫ୍ଲାଭୋଏନଡସ୍‌ ଏଲ୍‌ଡିଏଲ୍‌ କୋଲେଷ୍ଟରଲ ଭଳି କ୍ଷତିକାରୀ କୋଲେଷ୍ଟରଲର ମାତ୍ରା ହ୍ରାସ କରିଥାଏ। ମୁସାମ୍ବି ଓ ଲେମ୍ବୁରୁ ମିଳୁଥିବା ଭିଟାମିନ୍‌ ‘ସି’ ଓ ଲିମୋନିନ୍‌ କ୍ୟାନ୍‌ସର ବିରୋଧୀ। ଡାଳିମ୍ବରେ ଥିବା ଲାଇକୋପିନ୍‌ ଏବଂ ପୁନିସିକ ଏସିଡ୍‌ ଜାତୀୟ ପନିଫିଲନସ୍‌ ଆନ୍ଥୋସିଆନିନ୍‌, ଏଲ୍ଲଜିକ୍‌ ଏସିଡ ଇତ୍ୟାଦି ହୃଦରୋଗ, ଉଚ୍ଚ ରକ୍ତଚାପ, କ୍ୟାନ୍‌ସର, ଆଲଜିମର୍ସ ଓ ପାକିନ୍‌ସନ ରୋଗ ପ୍ରତିରୋଧରେ ଖୁବ୍‌ ସହାୟକ। ରୋଗ ପ୍ରତିରୋଧ କରିବାରେ ଆପଲ୍‌ର ନଁା ତ ଏକ କିମ୍ବଦନ୍ତୀ। ଯେପରିକି ‘ଓ୍ବାନ ଆପଲ୍‌ ଏ ଡେ, କିପସ୍‌ ଦ ଡକ୍ଟର ଆଓ୍ବେ’। ଆପଲ୍‌ରୁ ମିଳେ ବେଶି ପରିମାଣର ଖାଦ୍ୟତନ୍ତୁ ଏବଂ ଅତି ଉଚ୍ଚମାନର ପଲିଫିନଲସ୍‌। ଏହା ହୃଦରୋଗ, ଉଚ୍ଚ ରକ୍ତଚାପ,ଫୁସ୍‌ଫୁସ ରୋଗ ଏବଂ କ୍ୟାନ୍‌ସର ଆଦି ନିବାରଣ କରିବା ସଙ୍ଗେ ସଙ୍ଗେ ଏଥିରେ ଥିବା କୋୟେରସେଟିନ୍‌ ଏକାଗ୍ରତା ସ୍ମୃତିଶକ୍ତି ବୃଦ୍ଧି କରିଥାଏ। ଅଙ୍ଗୁରରେ ରହିଛି ବାୟୋଫ୍ଲାଭୋନଏଡସ୍‌, ପଲିଫିଲନସ, ରେସଭେରାଟ୍ରଲ, ଆନ୍ଥୋସିଆନିନ୍‌ସ, ଟେରୋଷ୍ଟିବିଲିନ୍‌ ଭଳି ଫ୍ଲାଭୋନଏଡସ୍‌। ପୁଣି ଶାଗୁଆ ଅଙ୍ଗୁର ଅପେକ୍ଷା କଳା ଅଙ୍ଗୁରର ରୋଗ ନିବାରଣ ଗୁଣ ଅଧିକ। ହୃଦ୍‌ରୋଗ, ଉଚ୍ଚରକ୍ତଚାପ ଏବଂ ଆଲଜିମର୍ସ ନିବାରଣରେ ଏହା ଖୁବ୍‌ ଫଳପ୍ରଦ।
ଏବେ ଲୋକପ୍ରିୟ ହୋଇଉଠିଛି ‘ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦିନକୁ ପାଞ୍ଚ ଥର’ ବା ‘ଫାଇଭ୍‌ ଏ ଡେ ଫର୍‌ ବେଟର ହେଲ୍‌ଥ’ ନାମକ ସ୍ଲୋଗାନ। ଖାଦ୍ୟ ବିଶେଷଜ୍ଞମାନଙ୍କର ପରାମର୍ଶ ଯେ ଦିନମାନ ଭିତରେ ୨ଥର କୈାଣସି ନା କୈାଣସି ଫଳ ଓ ୩ଥର ବିଭିନ୍ନ ଶାଗ ଓ ପନିପରିବା ଖାଇଲେ ବହୁ ଗୁରୁତର ବ୍ୟାଧି ନିବାରିତ ହୋଇ ସୁଗମ ହୋଇଯିବ ଉତ୍ତମ ସ୍ବାସ୍ଥ୍ୟପ୍ରାପ୍ତି। ସୁତରାଂ ଏହି ପରାମର୍ଶ ମାନିବା ଆମର ସ୍ବାର୍ଥ ଅନୁକୂଳ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬
ପ୍ଲଟ୍‌ ନଂ-୧୧୩୧, ସିଡିଏ, କଟକ
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?