ଲଗାଣ ବର୍ଷା: ବାଲିମେଳା ଡ୍ୟାମ୍‌ରେ ବଢୁନି ଜଳସ୍ତର

ଚିତ୍ରକୋଣ୍ଡା, ୨୭ା୭(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ସ୍ପିଲ୍‌ବାଇସ୍ଥିତ ବାଲିମେଳା ଜଳଭଣ୍ଡାର ବା ବାଲିମେଳା ଡ୍ୟାମ୍‌ର ଜଳ ପତ୍ତନ ବର୍ଷା ହେଲେ ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ। ମାତ୍ର ଜିଲାର ଅନ୍ୟ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ବେଳେ ଉକ୍ତ ଅଞ୍ଚଳରେ କମ୍‌ ପରିମାଣ ବର୍ଷା ହେଉଥିବାରୁ ଚଳିତ ବର୍ଷ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଡ୍ୟାମ୍‌ ଜଳ ପତ୍ତନ ସେତେଟା ବୃଦ୍ଧା ପାଇ ନ ଥିବା ଦେଖିବାକୁ ମିଳିଛି l ଡ୍ୟାମ୍‌ରେ ଗତବର୍ଷ ଏହି ସମୟରେ ୧୪୫୪.୯୦ ଫୁଟରୁ ଊର୍ଦ୍ଧ୍ୱ ପାଣି ଥିବାବେଳେ ଚଳିତ ମାସ ମଙ୍ଗଳବାର ସୁଦ୍ଧା ଡ୍ୟାମ୍‌ରେ ପାଣି ରହିଛି ମାତ୍ର ୧୪୬୨.୫ ଫୁଟ। ଡ୍ୟାମ୍‌ରେ ଥିବା ୧୦୦ ଭାଗର ପାଣି ଜାଗାରେ ପାଣି ଅଛି ମାତ୍ର ୨୦ ଭାଗ। ଡ୍ୟାମ ଜଳ ଧାରଣ କ୍ଷମତା ପୂର୍ଣ୍ଣହେବାକୁ ଖାଲି ପଡିଛି ଆହୁରି ୮୦ ଭାଗ l ଚଳିତ ବର୍ଷ ବର୍ଷା ଆସିଲା ବିଳମ୍ବରେ,ଲଗାଣ ବର୍ଷା ଆଜି ସୁଧା ଲାଗି ରହିଛି।
ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୧୫୧୪ ଫୁଟ ଥିବାବେଳେ ବିପଦ ସଂକେତ କ୍ଷମତା ୧୫୧୬ ଫୁଟ ରହିଛି। ଜୁଲାଇ ଶେଷ ହେବାକୁ ବସିଲାଣି ମାତ୍ର ବର୍ଷା ନ ଥିବାରୁ ଡ୍ୟାମ୍‌ରେ ରହିଛି ମାତ୍ର ୧୪୬୨.୫ ଫୁଟ ପାଣି l


Enter your email to get our daily news in your inbox.

All Right Reserved By Dharitri.Com

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri