ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବେହାଲ୍‌

ସୋନପୁର,୩।୮(ମୃତ୍ୟୁଞ୍ଜୟ ଶତପଥୀ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ସହର ସମେତ ସମଗ୍ର ଜିଲାରେ ପରିସ୍ଥିତି ବେହାଲ୍‌ ହୋଇପଡିଛି। ଲୋକେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ସହରର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ପାଣି ପଶିଛି। ପ୍ରାକୃତିକ ନାଳଗୁଡିକ ଜବରଦଖଲ କାରଣରୁ ବର୍ଷା ଜଳ ନିଷ୍କାସନ ଠିକ୍‌ ଭାବରେ ହୋଇପାରୁନି। ମ୍ୟୁନିସିପାଲିଟି ପକ୍ଷରୁ ଡ୍ରେନ୍‌ଗୁଡିକ ଠିକ୍‌ ଭାବେ ସଫେଇ ହୋଇ ନ ଥିବା କାରଣରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାରେ ଗତ ଶୁକ୍ରବାର, ଶନିବାର, ରବିବାର, ମଙ୍ଗଳବାର ଓ ବୁଧବାର ରେକର୍ଡ ପରିମାଣର ବର୍ଷା ହୋଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ତମାମ ଜିଲାରେ ହାରାହାରି ୨୨୦.୧ ମିଲିମିଟର ବର୍ଷା ହୋଇଛି। ଖବର ଲେଖା ହେବା ବେଳକୁ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୨.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଲଗାଣ ବର୍ଷା ପାଇଁ ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ବୁଧବାର ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଥିଲେ। ତେବେ ସ୍କୁଲଗୁଡିକୁ ଏ ସମ୍ପର୍କିତ ନିର୍ଦ୍ଦେଶ ବିଳମ୍ବରେ ମିଳିଥିଲା। ସକାଳେ ଖୋଲା ଯାଉଥିବା କେତେକ ସ୍କୁଲର ଛାତ୍ରୀଛାତ୍ର ସ୍କୁଲକୁ ଯାଇ ପୁଣି ପୂର୍ବାହ୍ନରେ ଫେରିଥିଲେ। ବୀରମହାରାଜପୁର ବ୍ଲକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି। ମହାନଦୀ, ତେଲନଦୀ ସମେତ ଜିଲାର ପ୍ରମୁଖ ନଦୀ ଓ ନାଳଗୁଡିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ୍‌ ଡ୍ୟାମ୍‌ର ଅଧିକ ସଂଖ୍ୟକ ଫାଟକରୁ ବନ୍ୟା ଜଳ ଛଡା ହେଲେ ନଦୀକୂଳିଆ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ। ବୁଧବାର ବିନିକା ସହର ୧୦ ନମ୍ବର ଓ୍ବାର୍ଡରେ ବନ୍ୟା ପାଣି ପ୍ରବେଶ କରିଛି। ସେହିପରି ସୁବର୍ଣ୍ଣପୁର ସହର ଆମ୍ବେଡକର ଛକରେ କଲଭର୍ଟ ଓ ଡ୍ରେନ୍‌ ଜବରଦଖଲ କାରଣ ରୁ ମୁଖ୍ୟରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଛି।
୧ ନମ୍ବର ଓ୍ବାର୍ଡର ପ୍ରେସ କଲୋନି, ୨ ନମ୍ବର ଓ୍ବାର୍ଡର ଗୋକର୍ଣ୍ଣେଶ୍ୱର ପଡା, ମହାବୀର କଲେନୀ , ରାମଜୀ ନଗର, ମାଣିକେଶ୍ୱରୀ ମନ୍ଦିର ସମ୍ମୁଖ ଓ ଗ୍ରୀଡକୋ ଅଫିସ ସମ୍ମୁଖରେ ବର୍ଷା ଜଳ ରାସ୍ତାରେ ଜମି ରହିଛି। ବ୍ଲକ ଅଫିସ ଫାଟକ ସମ୍ମୁଖରେ ପାଣି ଜମି ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସରକାରୀ କ୍ୱାଟର୍ସରେ ଡ୍ରେନ୍‌ ପାଣି ପ୍ରବେଶ କରିଛି । ଡ୍ରେନେଜ୍‌ ସିଷ୍ଟମ ଠିକ୍‌ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍‌ରେ ବିକ୍ଷୋଭ

ଲଣ୍ଡନ,୧୦ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି।…

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର…

ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri