ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା

ଚମ୍ପୁଆ,୧୪ା୭(ମହେଶ୍ୱର ଦାସ): କୃଷି ଜିଲା ଚମ୍ପୁଆ ଅଧୀନରେ ଥିବା ଚମ୍ପୁଆ ବ୍ଲକ୍‌ରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହୋଇଛି। ବର୍ଷାକୁ ଅନାଇ ଧାନ ତଳି ପକାଇଥିବା ଚାଷୀ ମୁଣ୍ଡରେ ହାତ ଦେଲେଣି। କେଉଁଠି ତଳି ବୁଢ଼ାହେବାକୁ ବସିଲାଣି ତ କେଉଁଠି ଜମି ହଳ କରି ରୁଆ ଧାନ କରିବାକୁ ଲକ୍ଷ୍ୟ ରଖିଥିବା ଚାଷୀ ବର୍ଷାକୁ ଚାହିଁ ବସିଛି। ନିଅଣ୍ଟିଆ ବର୍ଷା ଯୋଗୁ ପାଣି ଅଭାବରେ ତଳି ମରୁଡ଼ି ହେବା ଆଶଙ୍କା ବଢ଼ାଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ସମୟ ହୋଇଯାଇଥିଲେ ମଧ୍ୟ ଧାନ ଚାଷ ପାଇଁ ଅନୁକୂଳ ପାଗ ହୋଇପାରୁନାହିଁ। ଫଳରେ କ୍ଷତିର ଆଶଙ୍କା ବୃଦ୍ଧି ପାଉଥିବା ବେଳେ ଚାଷୀଙ୍କ ମନରେ ହତାଶ ଭାବ ଦେଖାଦେଇଛି।
ସୂଚନା ଅନୁଯାୟୀ, ୨୦୨୨ରେ ଚାଷର ଟାର୍ଗେଟ ଅନୁସାରେ ଧାନ ୧୩,୮୦୦ ହେକ୍ଟର, ଶସ୍ୟ ଜାତୀୟ ୧୬,୧୭୦ ହେକ୍ଟର ଓ ମକା, ମାଣ୍ଡିଆ ଆଦି ୧୬୫୦ ହେକ୍ଟର ରହିଥିବା ବେଳେ ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଧାନ ୮୫୫ ହେକ୍ଟର, ଶସ୍ୟ ଜାତୀୟ ୨୦୮୫ ହେକ୍ଟର, ଡାଲି ଜାତୀୟ ୨୮୦ ହେକ୍ଟର ଓ ତୈଳ ଜାତୀୟ ୨୫୨ ହେକ୍ଟର ଚାଷ କରାଯାଇଛି। ସେହିପରି ଝୁମ୍ପୁରା ବ୍ଲକ୍‌ରେ ବର୍ତ୍ତମାନ ସୁଦ୍ଧା ଧାନ ୫୬ ହେକ୍ଟର, ଶସ୍ୟ ଜାତୀୟ ୨୦୯ ହେକ୍ଟର, ଡାଲି ଜାତୀୟ ୮୫ ହେକ୍ଟର ଓ ତୈଳ ଜାତୀୟ ୩୭ ହେକ୍ଟର ଚାଷ ହୋଇଛି। ଏହା ସହ ଯୋଡ଼ା ବ୍ଲକ୍‌ରେ ଜୁନ ସୁଦ୍ଧା ଧାନ ୨୯୧ ହେକ୍ଟର, ଶସ୍ୟ ଜାତୀୟ ୩୫୦ ହେକ୍ଟର, ଡାଲି ଜାତୀୟ ୨୩୦ ହେକ୍ଟର ଓ ତୈଳ ଜାତୀୟ ୨୮ ହେକ୍ଟର ଜମିରେ ଅଦ୍ୟବଧି ଚାଷ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏହି ଚାଷ ଆଶାଠାରୁ ବହୁ ଗୁଣରେ କମ୍‌ ହୋଇଛି। ସେହିପରି ୨୦୨୨ ଜୁନ୍‌ ସୁଦ୍ଧା ଚମ୍ପୁଆ ବ୍ଲକ୍‌ରେ ୧୩୩.୬୦ ମି.ମି. ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୯ ମି.ମି. ବର୍ଷା ହୋଇଛି। ଗତ ବର୍ଷ ଯୋଡ଼ାରେ ୧୨୬.୨୦ ମି.ମି. ଓ ଝୁମ୍ପୁରାରେ ୭୪.୪୦ ମି. ମି. ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଯୋଡ଼ାରେ ୧୫୧.୬୦ ମି.ମି. ଓ ଝୁମ୍ପୁରାରେ ୨୧୭.୬୦ ମି.ମି. ବର୍ଷା ହୋଇଛି। ଚମ୍ପୁଆ ବ୍ଲକ୍‌ରେ ଚାଷୀ ଜମିରେ ହଳକରି ବର୍ଷାକୁ ଅପେକ୍ଷା କରିଛନ୍ତି। ଯଦି ଉପଯୁକ୍ତ ସମୟରେ ବର୍ଷା ନ ହୁଏ, ଚଳିତ ବର୍ଷ ଚାଷୀ ଚାଷ କାର୍ଯ୍ୟ ଆଗକୁ ବଢ଼ାଇପାରିବ କି ନାହିଁ ତାହା ଏବେ ଚାଷୀକୁଳଙ୍କୁ ସନ୍ଦେହରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri