ପ୍ରବଳ ବର୍ଷା,ବନ୍ୟା ଆଶଙ୍କା

କେନ୍ଦୁଝର,୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମଙ୍ଗଳବାର ପୂର୍ବାହ୍ନରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଜିଲାରେ ଅଧିକ ପରିମାଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରି ରେଡ୍‌ ଆଲର୍ଟ ଜାରି କରିଛି ା ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳ ଆଶୀଷ ଠାକରେ ଏନେଇ  ଜିଲାର ସମସ୍ତ ବିଡିଓ, ତହସିଲଦାର, ପାୈରପାଳିକା ନିର୍ବାହୀ ଅଧିକାରୀମାନଙ୍କୁ ସଜାଗ ରହିବାକୁ କହିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତ। ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ମାଟି ଘରେ ରହୁଥିବା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଆଦେଶ ଦେଇଛନ୍ତି।  ଜିଲାର ଲୋ ଲାଇନ ଅଞ୍ଚଳ ହାଟଡିହି ବ୍ଲକର ବିଡିଓଙ୍କୁ ଅଧିକ ସଜାଗ ରହିବାକୁ ଜିଲାପାଳ କହିଛନ୍ତି। ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
ଜିଲାର ବୈତରଣୀ ନଦୀ ଓ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗୁଛି ା ଫଳରେ ତଳ ଅଞ୍ଚଳରେ ବନ୍ୟା ଆଶଙ୍କା ରହୁଛି ା ସେହିପରି ଜିଲାର ଅନ୍ୟାନ୍ୟ କାନଝରୀ, ସୀତା, ସୋନା, କାରୋ, କୁଶେଇ, ମୂଷଳ, ଅରଡେଇ ଆଦୁ ନଦୀନାଳରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଲୋକେ ଚିନ୍ତାରେ ରହିଛନ୍ତି। ଏହି ସବୁ ଅଞ୍ଚଳରେ ପାହାଡ଼ର ପାଣି ଆସି ନଦୀନାଳରେ ମିଶୁଥିବାରୁ ହଠାତ ବନ୍ୟା ଆଶଙ୍କା ରହୁଛି ା ସେହିପରି ବନ୍ୟା ସାଙ୍ଗକୁ ଯାତାୟାତ ସମସ୍ୟା, ଘରେ ପାଣି ପଶିବା ଆଶଙ୍କା କରି ନଦୀନାଳ କୂଳ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି।  ଏହାବ୍ୟତୀତ ଝାଟିମାଟି ଘରେ ରହୁଥିବା ଲୋକଙ୍କ ପାଇଁ ଏଭଳି ବର୍ଷା ଅଧିକ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ ସାପ ଓ ଅନ୍ୟନ୍ୟ ସରିସୃପଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ଆଶଙ୍କା ରହୁଛି ା ଏଣୁ ଏସବୁ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଦାବି କରିଛନ୍ତି ା
  କରି ବର୍ଷା ଯୋଗୁ କେନ୍ଦୁଝର ଜିଲାର ପାହାଡିଆ ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଯୋଡ଼ା ଆଦି ବ୍ଲକ ଅଞ୍ଚଳରେ ହଠାତ ବନ୍ୟା ପରିସ୍ଥିତି ଦେଖାଦେଇଥାଏ। ଏଣୁ ଏନେଇ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ସଚେତନ କରିବା ସହ ସହାୟତା କରିବାକୁ ଦାବି ହେଉଛି। ବିଶେଷ କରି କେନ୍ଦୁଝରଗଡ଼ ସମେତ ଅନ୍ୟାନ୍ୟ ସହରାଞ୍ଚଳରେ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି ା ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ଯାତାୟାତ ରାସ୍ତା, ସାହି ବସ୍ତିରେ ପାଣି ପଶିବା ଆରମ୍ଭ କରିଛି। ଫଳରେ ଲୋକେ ଚିନ୍ତିତ ହୋଇ ପଡିଛନ୍ତି। ପାୈରପ୍ରଶାସନ ପକ୍ଷରୁ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଗଛଲଟା ସଫେଇ, ନାଳନର୍ଦ୍ଦମା, ମଇଳା ଆବର୍ଜନା, ଗଡ଼ିଆ ଆଦି ସଫେଇ କରାଯାଇ ନ ଥିବାରୁ ସହରବାସୀ ଭୟରେ ରହୁଛନ୍ତି ା ଘର ଭିତରେ ମଇଳା ନର୍ଦ୍ଦମା ପାଣି ପଶୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏନେଇ ପାୈରପ୍ରଶାସନ ପୂର୍ବବର୍ଷ ଭଳି ନୀରବତା ଅବଲମ୍ବନ କରିଥିବାରୁ ଜନଅସନ୍ତୋଷ କୁହୁଳୁଛି ା ଅନେକ କୋଟି ଟଙ୍କା ବ୍ୟୟରେ ଏକାଧିକ ପାର୍କ, ଅଡିଟୋରିୟମ, ପୋଖରୀ ସାୈନ୍ଦର୍ଯୀକରଣ ଆଦି କରାଯାଉଥିବା ବେଳେ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନିଆଯାଇ ନ ଥିବାରୁ ପୂର୍ବତନ ପାୈରଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?