ପ୍ରବଳ ବର୍ଷା,ବନ୍ୟା ଆଶଙ୍କା

କେନ୍ଦୁଝର,୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମଙ୍ଗଳବାର ପୂର୍ବାହ୍ନରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଜିଲାରେ ଅଧିକ ପରିମାଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରି ରେଡ୍‌ ଆଲର୍ଟ ଜାରି କରିଛି ା ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳ ଆଶୀଷ ଠାକରେ ଏନେଇ  ଜିଲାର ସମସ୍ତ ବିଡିଓ, ତହସିଲଦାର, ପାୈରପାଳିକା ନିର୍ବାହୀ ଅଧିକାରୀମାନଙ୍କୁ ସଜାଗ ରହିବାକୁ କହିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତ। ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ମାଟି ଘରେ ରହୁଥିବା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଆଦେଶ ଦେଇଛନ୍ତି।  ଜିଲାର ଲୋ ଲାଇନ ଅଞ୍ଚଳ ହାଟଡିହି ବ୍ଲକର ବିଡିଓଙ୍କୁ ଅଧିକ ସଜାଗ ରହିବାକୁ ଜିଲାପାଳ କହିଛନ୍ତି। ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
ଜିଲାର ବୈତରଣୀ ନଦୀ ଓ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗୁଛି ା ଫଳରେ ତଳ ଅଞ୍ଚଳରେ ବନ୍ୟା ଆଶଙ୍କା ରହୁଛି ା ସେହିପରି ଜିଲାର ଅନ୍ୟାନ୍ୟ କାନଝରୀ, ସୀତା, ସୋନା, କାରୋ, କୁଶେଇ, ମୂଷଳ, ଅରଡେଇ ଆଦୁ ନଦୀନାଳରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଲୋକେ ଚିନ୍ତାରେ ରହିଛନ୍ତି। ଏହି ସବୁ ଅଞ୍ଚଳରେ ପାହାଡ଼ର ପାଣି ଆସି ନଦୀନାଳରେ ମିଶୁଥିବାରୁ ହଠାତ ବନ୍ୟା ଆଶଙ୍କା ରହୁଛି ା ସେହିପରି ବନ୍ୟା ସାଙ୍ଗକୁ ଯାତାୟାତ ସମସ୍ୟା, ଘରେ ପାଣି ପଶିବା ଆଶଙ୍କା କରି ନଦୀନାଳ କୂଳ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି।  ଏହାବ୍ୟତୀତ ଝାଟିମାଟି ଘରେ ରହୁଥିବା ଲୋକଙ୍କ ପାଇଁ ଏଭଳି ବର୍ଷା ଅଧିକ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ ସାପ ଓ ଅନ୍ୟନ୍ୟ ସରିସୃପଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ଆଶଙ୍କା ରହୁଛି ା ଏଣୁ ଏସବୁ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଦାବି କରିଛନ୍ତି ା
  କରି ବର୍ଷା ଯୋଗୁ କେନ୍ଦୁଝର ଜିଲାର ପାହାଡିଆ ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଯୋଡ଼ା ଆଦି ବ୍ଲକ ଅଞ୍ଚଳରେ ହଠାତ ବନ୍ୟା ପରିସ୍ଥିତି ଦେଖାଦେଇଥାଏ। ଏଣୁ ଏନେଇ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ସଚେତନ କରିବା ସହ ସହାୟତା କରିବାକୁ ଦାବି ହେଉଛି। ବିଶେଷ କରି କେନ୍ଦୁଝରଗଡ଼ ସମେତ ଅନ୍ୟାନ୍ୟ ସହରାଞ୍ଚଳରେ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି ା ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ଯାତାୟାତ ରାସ୍ତା, ସାହି ବସ୍ତିରେ ପାଣି ପଶିବା ଆରମ୍ଭ କରିଛି। ଫଳରେ ଲୋକେ ଚିନ୍ତିତ ହୋଇ ପଡିଛନ୍ତି। ପାୈରପ୍ରଶାସନ ପକ୍ଷରୁ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଗଛଲଟା ସଫେଇ, ନାଳନର୍ଦ୍ଦମା, ମଇଳା ଆବର୍ଜନା, ଗଡ଼ିଆ ଆଦି ସଫେଇ କରାଯାଇ ନ ଥିବାରୁ ସହରବାସୀ ଭୟରେ ରହୁଛନ୍ତି ା ଘର ଭିତରେ ମଇଳା ନର୍ଦ୍ଦମା ପାଣି ପଶୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏନେଇ ପାୈରପ୍ରଶାସନ ପୂର୍ବବର୍ଷ ଭଳି ନୀରବତା ଅବଲମ୍ବନ କରିଥିବାରୁ ଜନଅସନ୍ତୋଷ କୁହୁଳୁଛି ା ଅନେକ କୋଟି ଟଙ୍କା ବ୍ୟୟରେ ଏକାଧିକ ପାର୍କ, ଅଡିଟୋରିୟମ, ପୋଖରୀ ସାୈନ୍ଦର୍ଯୀକରଣ ଆଦି କରାଯାଉଥିବା ବେଳେ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନିଆଯାଇ ନ ଥିବାରୁ ପୂର୍ବତନ ପାୈରଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri