ଆଜି ଶୁଣାଣି, ରାୟ ଉପରେ ରହିଛି…

ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ):

ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଦିଗହରା ହୋଇପଡ଼ିଛି। ସହରବାସୀଙ୍କ ଦୀର୍ଘଦିନର ଏହି ଦାବି ଅସମାହିତ ରହିଛି। ଗୋଟିଏ ପଟେ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏବଂ ଅନ୍ୟପଟେ ହାଇକୋର୍ଟରେ ବିଚାରାଧିନ ମାମଲାରେ ସମୟ ଗଡ଼ିଚାଲିଛି। କିନ୍ତୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଆଗକୁ ପ୍ରଶାସନର କିଭଳି ଭୂମିକା ରହିବ ଏବଂ କେବେ ଏହା ଉଚ୍ଛେଦ ହେବ, ତାକୁ ସହରବାସୀ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ତେବେ ଉଚ୍ଛେଦକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ବୁଧବାର ରହିଛି। ଉଚ୍ଛେଦ ସପକ୍ଷରେ ପୂର୍ବରୁ ଥରେ ହାଇକୋର୍ଟ ରାୟ ପ୍ରକାଶ କରି ସାରିଥିବା ଦୃଷ୍ଟିରୁ ବୁଧବାର ଶୁଣାଣିରେ ମଧ୍ୟ ଅନୁରୂପ ରାୟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଉଚ୍ଛେଦ ସପକ୍ଷରେ ଯଦି ରାୟ ଆସେ, ତେବେ ପ୍ରଶାସନ ତପତ୍ରତା ସହିତ ଉଚ୍ଛେଦ ପ୍ରକ୍ରିୟାକୁ ଆଗେଇ ନେବ ନା ବିଭିନ୍ନ ଆଳରେ ଜବରଦଖଲକାରୀଙ୍କୁ ପୁଣି ସୁଯୋଗ ମିଳିବ, ସେଥିପ୍ରତି ସଭିଁଙ୍କ ନଜର ରହିଛି।
ପ୍ରକାଶ ଯେ, ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ଦେଇ ପୂର୍ବରୁ ଜାତୀୟ ରାଜପଥ ଯାଇଥିଲା। ଉକ୍ତ ରାସ୍ତା ଦିନକୁ ଦିନ ସଂକୁଚିତ ହୋଇ ପଡ଼ିଥିଲା ଏବଂ ବ୍ୟସ୍ତବହୁଳ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଉକ୍ତ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ସହରବାସୀ ବାରମ୍ବାର ଦାବି ପରେ ଗତବର୍ଷ ଜୁନ ମାସ ୨୧ରୁ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ଯୁବ ସଙ୍ଗଠନ ଏକତ୍ରିତ ହୋଇ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଓହ୍ଲାଇଥିଲେ। ସହରବାସୀଙ୍କ ଆବଶ୍ୟକତା ଏବଂ ସମୂହ ସ୍ବାର୍ଥ ସାଧନ ପାଇଁ ବରଗଡ଼ ଜିଲା ଓକିଲ ସଂଘ ଉଚ୍ଛେଦ ଦାବିକୁ ସମର୍ଥନ କରିବା ସହିତ ଏହାର ନେତୃତ୍ୱ ନେଇଥିଲା। ଏହାପରେ ତତ୍କାଳୀନ ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଘଟଣାଟି ହାଇକୋର୍ଟକୁ ଯାଇଥିଲା। ରହିତାଦେଶ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହି ସମୟ ଗଡ଼ି ଚାଲିଥିଲା। କିନ୍ତୁ ମାମଲାର ବିଚାର କରି ହାଇକୋର୍ଟ ଗତ ଫେବୃଆରୀ ୧ରେ ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ୧୫ଦିନର ନୋଟିସ୍‌ ଦେଇ ଜବରଦଖଲ ହଟାଇବା ପାଇଁ ଉଚ୍ଚ ନ୍ୟାୟାଳୟ ପୌର ପରିଷଦକୁ ଆଦେଶ କରିଥିଲେ। ଏହାସତ୍ତ୍ୱେ ଉଚ୍ଛେଦ କରାଯାଇ ନ ଥିଲା। ସାଧାରଣ ନିର୍ବାଚନ ଆଚରଣ ବିଧି ନେଇ ପୁଣି ସମୟ ଗଡ଼ି ଚାଲିଥିଲା।
କିନ୍ତୁ ସାଧାରଣ ନିର୍ବାଚନ ସରିବା ପରେ ମଧ୍ୟ ପ୍ରଶାସନିକ ତପତ୍ରତା ପରିଲକ୍ଷିତ ହୋଇ ନ ଥିଲା। ନିର୍ବାଚନ ସରିଲା ା ସରକାର ମଧ୍ୟ ବଦଳିଲା। ଏପରିକି ସ୍ଥାନୀୟ ବିଧାୟକ ମଧ୍ୟ ବଦଳିଲେ। ତଥାପି ଉଚ୍ଛେଦ ପ୍ରକ୍ରିୟା ଆଗେଇ ନ ଥିଲା। ଅନ୍ୟପଟେ କେତେଜଣ ଜବରଦଖଲକାରୀ ଉଚ୍ଛେଦ ନ କରିବାକୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫେରାଦ ହୋଇ ଆବେଦନ କରିଥିଲେ। ମାତ୍ର ସେ ସେହି ଆବେଦନଗୁଡ଼ିକୁ ଖାରଜ କରି ଦେଇଥିଲେ। ଗତ ଜୁଲାଇ ୧୬ରେ ପୌର ପ୍ରଶାସନ ଚିରାଚରିତ ଢ଼ଙ୍ଗରେ ପୁଣି ମାପଚୁପ କରିବା ସହିତ ଉଚ୍ଛେଦ ନେଇ ସେହିଦିନ ସନ୍ଧ୍ୟାରେ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା। ୪୮ଘଣ୍ଟା ମଧ୍ୟରେ ଜବରଦଖଲ ସ୍ଥାନ ଖାଲି କରିବାକୁ ସେହି ପ୍ରଚାରରେ ସୂଚନା ଦିଆଯାଇଥିଲା। ହେଲେ ସେହି ମିଆଦ ପୂରି ଯାଇଥିଲା। କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ତ ଦୂରର କଥା, ପ୍ରଭାବିତ ଲୋକେ ହାଇକୋର୍ଟରୁ ପୁଣି ରହିତାଦେଶ ଆଣିବାରେ ସକ୍ଷମ ହୋଇଥିଲେ। ବୁଧବାର ଏହାର ଶୁଣାଣି ରହିଛି। ତେବେ ପୂର୍ବରୁ ଗତ ଫେବୃଆରୀରୁ ହାଇକୋର୍ଟ ଉଚ୍ଛେଦ ସପକ୍ଷରେ ରାୟ ଦେଇ ସାରିଥିବାବେଳେ ଦୀର୍ଘ ୫ମାସ ଧରି ସେତେବେଳେ ପ୍ରଶାସନ ଯେଭଳି ହାତ ବାନ୍ଧି ବସିଥିଲା, ବୁଧବାର ଯଦି ଉଚ୍ଛେଦ ସପକ୍ଷରେ ରାୟ ଆସେ, ସେଭଳି ଚୁପ୍‌ ରହିବ ନା କ୍ରୀୟାଶୀଳ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?