Posted inଜାତୀୟ

କେରଳର ୮୦ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌, ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା…

ଥିରୁଭାନନ୍ତପୁରମ,୨୨।୨ : କେରଳର ପ୍ରାୟ ୮୦ ଲକ୍ଷ ଲୋକଙ୍କର ଜୀବନଶୈଳୀ ରୋଗ ପାଇ ଯାଞ୍ଚ୍‌ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଥିବା ଜଣାପଡ଼ିଛି। ସେଥିମଧ୍ୟରେ ଉଚ୍ଚ ରକ୍ତଚାପ,ମଧୁମେହ ସମେତ ଅନ୍ୟ କେତେକ ସ୍ବାସ୍ଥ୍ୟ ସମସ୍ୟା ରହିଥିବା ଜଣାପଡିଛି।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଏହି ସୂଚନା ଦେଇଛନ୍ତି। ଜର୍ଜ କହିଛନ୍ତି ଯେ ରାଜ୍ୟର ଅନେକ ସ୍ଥାନରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ଯାହା ଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟାର ଶୀଘ୍ର ଚିହ୍ନଟ ହୋଇପାରିବ ଏବଂ ଭବିଷ୍ୟତରେ ଆଉ ଜଟିଳତାର ମୁକାବିଲା କରିବାକୁ ପଡିବ ନାହିଁ। ସେ କହିଛନ୍ତି ଯେ ଜୀବନଶୈଳୀ ସହ ଜଡ଼ିତ ସମସ୍ୟା ଏବଂ କର୍କଟ ସମସ୍ୟାକୁ ଜଟିଳ ନ କରି ଏଥିରୁ ଆରୋଗ୍ୟ ମିଳିପାରିବ।

୫ ଲକ୍ଷରୁ ଅଧିକ ଲୋକଙ୍କୁ କର୍କଟ ସମସ୍ୟା ପାଇଁ ରେଫର୍‌ କରାଯାଇଥିଲା। ଜର୍ଜ କହିଛନ୍ତି ଯେ ସ୍ବାସ୍ଥ୍ୟ ସମସ୍ୟାର ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାରଙ୍କର ଅଭିଯାନର ଏକ ଅଂଶ ଭାବରେ ଏହି ସ୍କ୍ରିନିଂ କରାଯାଇଥିଲା।

ଜୀବନଶୈଳୀ ସମସ୍ୟା ନିୟନ୍ତ୍ରଣ ତଥା ଆନୁଷଙ୍ଗିକ କାର୍ଯ୍ୟକଳାପ ପାଇଁ ଦେଶର ଏକମାତ୍ର ଯୋଜନାର ବିକାଶ ପାଇଁ ବଜେଟରେ ୧୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଜୀବନଶୈଳୀ ସମସ୍ୟା ତଥା ସ୍କ୍ରିନିଂକୁ ରୋକିବା ପାଇଁ ରାଜ୍ୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନ ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ଆଦର୍ଶ ପାଲଟିଛି। ସେ କହିଛନ୍ତି ଯେ ୩୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଘର ଦ୍ୱାରରେ ସ୍କ୍ରିନିଂ ପାଇଁ ଇ-ସ୍ବାସ୍ଥ୍ୟ ସାହାଯ୍ୟରେ ଏକ ଆପ ମଧ୍ୟ ବିକଶିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନରୁ ଫେରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଛାତ୍ର

ନୂଆଦିଲ୍ଲୀ,୩।୩: ସମୟ ଥାଉ ଥାଉ ବିବାଦୀୟ ଜୋନରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନ ନେଇ ଫୁଲ ବାଣ୍ଟିବା ଭଳି ଅଙ୍ଗଭଙ୍ଗୀ ମୂଲ୍ୟହୀନ। ଏଭଳି...

ଜ୍ୟୋତିରାଦିତ୍ୟଙ୍କୁ କଂଗ୍ରେସ ସଭାପତି କରିବାକୁ ପୋଷ୍ଟର ମାଧ୍ୟମରେ ଅନୁରୋଧ

ଭୋପାଳ,୮।୭: କଂଗ୍ରେସ ଦଳରେ ଏବେ ଏକ ପ୍ରକାର ଅସ୍ଥିରାବସ୍ଥା ଦେଖାଯାଇଥିବା ବେଳେ ଏଠାରେ ଇସ୍ତଫା ପତ୍ରର ଲାଇନ୍‌ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ...

ଉପରାଜ୍ୟପାଳଙ୍କର ଫାଇଲରେ ଲେଖିବାର ଅଧିକାର ନାହିଁ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୧।୩ : ଦିଲ୍ଲୀର ବଜେଟ ବନ୍ଦକୁ ନେଇ ସିଏମ କେଜ୍ରିୱାଲ କହିଛନ୍ତି ଯେ ଭିତ୍ତିଭୂମି ଅପେକ୍ଷା ବିଜ୍ଞାପନ ବଜେଟ ଅଧିକ କରାଯାଇଛି ବୋଲି କୁହାଯାଇଛି। ସେମାନେ...

ଏଭଳି ଲୋକଙ୍କ ସହିତ ୧ ମିନିଟ୍‌ ରହିଲେ ବି ହୋଇଯିବ କରୋନା…

ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଏପରିସ୍ଥଳେ...

ପୂର୍ବତନ ରାଷ୍ଟ୍ରପତିଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ

ନୂଆଦିଲ୍ଲୀ,୨୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିବା କହିଛି ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲ। ଏବେ ସେ କୋମାରେ...

କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର,ଆମେ ଗଣତନ୍ତ୍ରରୁ ଏକଛତ୍ରବାଦୀ ଶାସନକୁ ଆଡକୁ ଯାଉଛେ: ୯ ବିରୋଧୀ ଦଳ ନେତାଙ୍କ ମୋଦିଙ୍କୁ ଚିଠି…

ନୂଆଦିଲ୍ଲୀ,୫।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ନଅ ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସାଇଜ ପଲିସି ପ୍ରସଙ୍ଗରେ ଦିଲ୍ଲୀର ପୂର୍ବତନ...

ସରୋଗେସି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୧୮।୧୨(ପି.ଟି.): ଲଖିମପୁର ଖେରି ହିଂସା ଘଟଣାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକ ସଭାରେ ସରୋଗେସି ବିଲ୍‌...

ଭୂତାଣୁ ବାଣ୍ଟିଲା କୁମ୍ଭମେଳା

ନୂଆଦିଲ୍ଲୀ, ୧୪ା୪: ଭାରତରେ କରୋନା ସଂକ୍ରମଣ ବ୍ରାଜିଲକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଥିବାବେଳେ ଭୂତାଣୁ ବାଣ୍ଟିବାରେ ଲାଗିଛି ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳା। ଲକ୍ଷ ଲକ୍ଷ ସଂଖ୍ୟାରେ...

Advertisement
Archives

Model This Week