ବିଞ୍ଝାରପୁର ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପ୍ରୀତିପୁର, ୧୮ା୬(ସୁଶାନ୍ତ ବେହୁରିଆ) ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ଏହି ବ୍ଲକର ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତ ସମେତ ପଡୋଶୀ ବ୍ଲକର ରୋଗୀମାନେ ନିର୍ଭର କରିଥାନ୍ତି। କିନ୍ତୁ ରୋଗୀଙ୍କୁ ଏଠାରେ ସବୁ କ୍ଷେତ୍ରରେ ନିରାଶ ହେବାକୁ ପଡ଼ୁଛି। ଅବସ୍ଥାପିତ ଡାକ୍ତର ଚିକିତ୍ସା ସେବା କରିବା ବଦଳରେ ରୋଗୀଙ୍କୁ ଯାଜପୁର ଜିଲା ମୁଖ୍ୟ ଚିିକିତ୍ସାଳୟକୁ ରେଫର କରିଦେଉଥିବା ଅଭିଯୋଗ ହେଉଛି। ଡାକ୍ତରଖାନାରେ ଡାକ୍ତର, ଫାର୍ମାସିଷ୍ଟ, ଡ୍ରେସର, ଷ୍ଟାପ୍‌ ନର୍ସ ଓ ବିଶେଷଜ୍ଞ ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଥିଲେ ମଧ୍ୟ ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ୧୪ ଜଣ ଡାକ୍ତର ନିଯୁକ୍ତି ବ୍ୟବସ୍ଥା ଥିବାବେଳେ ବିଶେଷଜ୍ଞ ଭାବେ କେବଳ ପ୍ରସୂତି ବିଭାଗ ଓ ଦାନ୍ତ ବିଭାଗରେ ଅଛନ୍ତି। ଶିଶୁ ରୋଗ, ଭେଷଜ ଓ ଇଏନ୍‌ଟି ବିଭାଗର ଡାକ୍ତର ପଦାବୀ ବହୁଦିନ ହେବ ଖାଲି ରହିଛି। ପ୍ରଶାସନିକ ବିଭଗର ଦୁଇଟି ପଦବୀ ମଧ୍ୟରୁ ଗୋଟିଏ ଖାଲି ଅଛି। ୭ ଏମ୍‌ବିବିଏସ୍‌ ପଦବୀରୁ ୩ ଏବଂ ୨ ଡ୍ରେସର ଓ ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ଗୋଟିଏ ଲେଖାଏ ଖାଲି ରହିଛି। ସେହିପରି ୧୦ ଷ୍ଟାଫ ନର୍ସ ପଦବୀ ମଧ୍ୟରୁ ୨ଜଣ ଅଛନ୍ତି। ସେହିପରି ବିଞ୍ଝାରପୁର ବ୍ଲକ ଅଧୀନ ବହୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ସ୍ଥାୟୀ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଜରି ଏବଂ ବରପଦା ପିଏଚ୍‌ସିରେ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ ସ୍ବାସ୍ଥ୍ୟସେବା ଦିଆଯାଉଛି। ସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ କେହି ଡାକ୍ତର ନ ଥିବାବେଳେ ଉତ୍ତଙ୍ଗରା ସ୍ବାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତ୍ତିକ ଡାକ୍ତର କାର୍ଯ୍ୟ ତୁଲାଉଛନ୍ତି। ବ୍ଲକରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପ୍ରତିବାଦରେ ଶନିବାର ଯଜ୍ଞ ପଡ଼ିଆଠାରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ନେତା, ଶିକ୍ଷାବିତ୍‌ ଓ ବିଭିନ୍ନ ଗଣ ସଂଗଠନର କାର୍ଯ୍ୟକର୍ତ୍ତା ଏକତ୍ର ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରେ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି। ବିଞ୍ଝାରପୁର ସ୍ବାସ୍ଥ୍ୟ ସୁରକ୍ଷା ମଞ୍ଚ ନାମରେ ଏକ ଅନୁଷ୍ଠାନ ଗଢ଼ାଯାଇଛି। ଯୁବ ସାମାଜିକ କର୍ମୀ ଶ୍ରୀକାନ୍ତ ପ୍ରଧାନଙ୍କ ଆବାହକତ୍ୱରେ ଏକ କମିଟି ଗଠନ କରାଯାଇ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ଉନ୍ନତି ସାଙ୍ଗକୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡାକ୍ତର ପଦବୀ ଓ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଉଥିବା ପଦବୀ ପୂରଣ ପାଇଁ ଆସନ୍ତା ଏକ ମାସ ମଧ୍ୟରେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ମଞ୍ଚ ପକ୍ଷରୁ ପ୍ରଶାସନକୁ ସତର୍କ କରାଯାଇଛି। ନିକଟରେ ରାଜ୍ୟ ସରକାର ୧୨୦୫ ନୂତନ ଡାକ୍ତର ନିଯୁକ୍ତି ଦେଇଥିବାରୁ ତୁରନ୍ତ ବିଞ୍ଝାରପୁର ଡାକ୍ତରଖାନାର ଡାକ୍ତର ପଦବୀ ପୂରଣ ପାଇଁ ବୈଠକରେ ଦୃଢ଼ ଦାବି କରାଯାଇଛି। ବୈଠକରେ ଶ୍ରୀକାନ୍ତ ପ୍ରଧାନ, ରବୀନ୍ଦ୍ର ଜେନା, ସନାତନ ସାହୁ, ଭୁବନାନନ୍ଦ ସାମଲ, ରବୀନ୍ଦ୍ର ଧଳ, ଉପେନ୍ଦ୍ର ରାଉତ, ସୁନୀଲ କୁମାର ସାହୁ, ସୁବୋଧ ଧଳ, ପ୍ରଫୁଲ୍ଲ ଦାସ, ସୁଶାନ୍ତ କୁମାର ପାତ୍ର, ଯଦୁମଣି ଧଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?