ତିର୍ତ୍ତୋଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କଂଗ୍ରେସର ପ୍ରତିବାଦ

ବିରିଡି,୮।୮(ପ୍ରଶାନ୍ତ କୁମାର ରାଉତ): ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଯଥା ମଣିଜଙ୍ଗା, ରଘୁନାଥପୁର ଓ ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ପ୍ରତିବାଦରେ ସୋମବାର ବିରିଡି ସିଏଚ୍‌ସି ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ା କଂଗ୍ରେସ ନେତା ଇଂ.ହିମାଂଶୁ ଭୂଷଣ ମଲ୍ଲିକଙ୍କ ଡାକରାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିରିଡି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର ସଭାପତିତ୍ୱ କରିଥିଲେ। ଏହି ଅବସରରେ ମଲ୍ଲିକ କହିଥିଲେ, କିଛିଦିନ ତଳେ ତାଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ମଣିଜଙ୍ଗା, ରଘୁନାଥପୁର ଓ ବିରିଡି ସିଏଚ୍‌ସି ଗସ୍ତ କରିଥିଲେ ା ବିରିଡି ସିଏଚ୍‌ସିରେ ଭେଷଜ, ଶଲ୍ୟ ବିଭାଗ, ବିଶେଷଜ୍ଞ ପଦବୀ ସହ ୨ଟି ଏମ୍‌ବିବିଏସ୍‌ ଡାକ୍ତର ଆବଶ୍ୟକ।
ଜନ୍ମ ମୃତ୍ୟୁ ପଞ୍ଜୀକରଣ ପାଇଁ କୌଣସି ଅଧିକାରୀ ନାହାନ୍ତି, ଯେଉଁଥିପାଇଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏଠାରେ ଡାକ୍ତର ବସିବା ପାଇଁ ଛାତ ଘରଟିଏ ମଧ୍ୟ ନାହିଁ ା ଟିଣ ଘରେ ଡାକ୍ତର ବସି ଚିକିତ୍ସା କରୁଛନ୍ତି ା ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଗୃହକୁ ଛାତ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ା ଉକ୍ତ ପ୍ରତିବାଦ ସଭାରେ କୁହାଯାଇଛି, ମଣିଜଙ୍ଗା ସିଏଚ୍‌ସିରେ ଶିଶୁରୋଗ, ଭେଷଜ ଓ ଶଲ୍ୟ ବିଭାଗରେ ବିଶେଷଜ୍ଞ ନାହାନ୍ତି ା ଅପରପକ୍ଷେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଥିବା ଡାକ୍ତରଙ୍କୁ ଡାକ୍ତରଖାନାର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ା ଏଣୁ ସେ ତାଙ୍କ ବିଭାଗ କାର୍ଯ୍ୟ ଠିକ୍‌ଭାବେ ତୁଲାଇ ପାରୁନାହାନ୍ତି ା ଏଠାରେ ଆବଶ୍ୟକତାଠାରୁ କମ୍‌ ନର୍ସ କାମ କରୁଛନ୍ତି। ଫଳରେ ରୋଗୀମାନେ ଠିକ୍‌ ଭାବେ ସେବା ପାଇପାରୁନାହାନ୍ତି ା ରଘୁନାଥପୁର ସିଏଚ୍‌ସିରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି। ଏଠାରେ ମଧ୍ୟ ସ୍ତ୍ରୀ ଓ ପ୍ରସୂତି, ଭେଷଜ ଓ ଶଲ୍ୟ ବିଭାଗରେ ବିଶେଷଜ୍ଞ ନ ଥିବାବେଳେ ରୋଗୀ ସଂଖ୍ୟା ଅନୁସାରେ କୋଠରି ନାହିଁ ା ଏଥିପାଇଁ ରୋଗୀମାନେ ଅନେକ ସମୟରେ ଅସୁବିଧାରେ ପଡ଼ୁଛନ୍ତି ା କୌଣସି ସିଏଚ୍‌ସିରେ ଇସିଜିି, ଏକ୍ସରେ, ଅଲଟ୍ରାସାଉଣ୍ଡ ମେଶିନ ନାହିଁ ା ଫଳରେ ରୋଗୀମାନେ ବାଧ୍ୟ ହୋଇ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ା ସିଏଚସି ପରିସରରେ ଥିବା ନିରାମୟ କେନ୍ଦ୍ରକୁ ୨୪ଘଣ୍ଟିଆ ଖୋଲିବା ପାଇଁ ଦାବି କରାଯାଇଛି ା ଓଷଧଗୁଡିକର ଗୁଣବତ୍ତା ନିୟମିତ ବ୍ୟବଧାନରେ ନିରୀକ୍ଷଣ କରାଯିବା ସହ ଡାକ୍ତର ଖାନାକୁ ଆସୁଥିବା ରୋଗୀମାନଙ୍କୁ କର୍ମଚାରୀମାନେ ଭଲ ବ୍ୟବହାର କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏସବୁ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଏଥିରେ ଆଇନଜୀବୀ ଦୀପକ ପଶାୟତ, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନୀହାର ରଞ୍ଜନ ନାୟକ, ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା, ମନମୋହନ ଗୋଚ୍ଛାୟତ, ବିରିଡି ବ୍ଲକ ମହିଳା କଂଗ୍ରେସ ସଭାପତି ଅନିତା ମିଶ୍ର, ରଘୁନାଥପୁର ବ୍ଲକ ମହିଳା କଂଗ୍ରେସ ସଭାପତି ସ୍ବପ୍ନାରାଣୀ ଦାସ, ବଡଖଣ୍ଡାଏତା ସରପଞ୍ଚ ବେବିନା ମଲ୍ଲିକ, ହାଜିପୁର ସରପଞ୍ଚ ଆରତୀ ଭୂୟାଁ, ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ଯୋଗଦେଇଥିଲେ। ଶେଷରେ କିଶୋର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା: ବାସନକୁସନ-ପୋଷାକ ବାବଦକୁ ମିଳିବ…

ଭୁବନେଶ୍ୱର,୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବର; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri