ମୃତ୍ୟୁ ପୂର୍ବରୁ ସହାୟତା ପାଇଁ ଲେଖିଥିଲେ ଚିଠି

ଭଦ୍ରକ,୨୭।୭(ସନାତନ ରାଉତ)ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାର ବୁଧବାର ଭଦ୍ରକ ଜିଲା ଜଜ୍‌ କୋର୍ଟରେ ଚତୁର୍ଥ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ ଓରଫ ସୋନି କୋର୍ଟରେ ହାଜର ହୋଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ମାନସ ନିଜର ଠିକଣା ଓ ତାଙ୍କୁ ଉଦ୍ଧାର ଲାଗି ସହାୟତା କରିବାକୁ ଚିଠି ଲେଖିଥିତ୍ଲେ। ଏହି ହାତଲେଖା ଚିଠି ସରୋଜିନୀ ପାଇବା ପରେ ଆଶ୍ରମର ମାଲିକ ଶର୍ମିଷ୍ଠା ରାଉତଙ୍କୁ ଜଣାଇଥିଲେ। ଶର୍ମିଷ୍ଠା ଉକ୍ତ ଚିଠିକୁ ଝରକା ବାହାରକୁ ଫିଙ୍ଗି ଦେଇଥିଲେ।
ସରୋଜିନୀଙ୍କ ବୟାନ ଅନୁଯାୟୀ, ଚାକିରି ଖୋଜି ଖୋଜି ସେ ନୟାଗଡ଼ ରଣପୁରରୁ ଆସି ଦୟାଲ ଆଶ୍ରମର ମାଲିକ ଶର୍ମିଷ୍ଠାଙ୍କ ଅଧୀନରେ ଚାକିରି କରିଥିଲେ। ୨୦୨୨ ଜାନୁୟାରୀ ୨୨ ତାରିଖରେ ଛୁଟି ନେଇ ନିଜ ଘରକୁ ଯାଇଥିବା ସମୟରେ ଶର୍ମିଷ୍ଠାଙ୍କ ନିର୍ଦ୍ଦେଶରେ ସେ ସେହି ମାସ ୨୯ ତାରିଖରେ ଫେରି ଆସିଥିଲେ। ତାଙ୍କ ଆଶ୍ରମଠାରୁ କିଛି ଦୂରରେ ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣା ନ୍ୟୁଜ୍‌ ୱେବ୍‌ ଚ୍ୟାନେଲର କାର୍ଯ୍ୟାଳୟକୁ ଯାଇ ସେଠାରେ ଶର୍ମିଷ୍ଠା, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ଅନ୍ୟମାନଙ୍କୁ ଦେଖିଥିଲେ। ସେଠାରେ ମାନସ ସ୍ବାଇଁ ତାଙ୍କ କ୍ୟାମେରା ଚିପ୍‌ କେମିତି ଫେରାଇବେ ସେମାନେ କଥାବାର୍ତ୍ତା ହେଉଥିବା ଶୁଣିଥିଲେ। ପରଦିନ ଆଶ୍ରମକୁ ସମସ୍ତେ ଆସି ମାନସଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ। ମାନସ ଚାନ୍ଦବାଲି ଆସିଛନ୍ତି ଓ ୧୦ହଜାର ଟଙ୍କା ନ ଦେଲେ ସେ ଚିପ୍‌ ଫେରାଇବେ ନାହିଁ ବୋଲି କହିଥିଲେ। ତା’ପରେ ସେମାନେ ତାଙ୍କୁ କେମିତି ଚାନ୍ଦବାଲିରୁ ଆଣିବେ ବସି କଥା ହୋଇଥିଲେ। ତା’ପରଦିନ ଅର୍ଥାତ ଫେବୃୟାରୀ ୭ ତାରିଖରେ ସେ କାମ ପାଇଁ ଶର୍ମିଷ୍ଠାଙ୍କ ଘରକୁ ଯାଇଥିବା ବେଳେ ଶର୍ମିଷ୍ଠା ଘରେ ନ ଥିଲେ। କିଛି ସମୟ ସେ ତାଙ୍କ ଭାଉଜଙ୍କ ସହ କଥା ହେବା ଭିତରେ ଶର୍ମିଷ୍ଠା ଓ ଝୁନା ଭୋଇ ଆସି ପହଞ୍ଚତ୍ଥିଲେ। ଶର୍ମିଷ୍ଠାଙ୍କ ଭାଉଜ ପଚାରିବାରୁ ଝୁନା ଭୋଇ କହିଥିଲେ ଯେ, ସେମାନେ ରାତି ଅନିଦ୍ରା ହୋଇ ମାନସଙ୍କୁ ଯାଇ ଆଣିଛନ୍ତି। ମାନସଙ୍କୁୁ ଦେଖିବା ପାଇଁ ଭାଉଜ କହିବାରୁ ଝୁନା ଭୋଇ ଭିଡିଓ କଲ୍‌ କରି ଏକ କାର୍‌ ଭିତରେ ରାଜ ଓ ଅନ୍ୟ ୨ଜଣଙ୍କ ସହ ମାନସ ବସିଥିବା ସେ ଦେଖାଇଥିଲେ। ପରେ ମାନସଙ୍କୁୁ ଆଶ୍ରମକୁ ନେଇ ଆସିଥିଲେ। ତାକୁ ମାଡ଼ ମାରିବା ସହ କଲର ଧରି ଘୋଷାରି ଆଶ୍ରମ ଘର ଉପର ମହଲାକୁ ନେଇ ସେଠାରେ ମଧ୍ୟ ମାଡ଼ ମାରିଥିଲେ। ତାଙ୍କ ପକେଟରୁ ପର୍ସ ଓ ଏଟିଏମ୍‌ କାର୍ଡ ନେଇଯାଇ ତାଲା ପକାଇ ସମସ୍ତେ ପଳାଇ ଯାଇଥିଲେ। ପୁଣି ସନ୍ଧ୍ୟାରେ ସମସ୍ତେ ଆସି ମାନସଙ୍କୁୁ ବାଉଁଶ ବାଡ଼ି ଓ ଏକ କାଠଫାଳିଆରେ ନିର୍ମମ ଭାବରେ ପିଟିଥିଲେ। ସେତେବେଳେ ସରୋଜିନୀ ତଳ ମହଲାରେ ବସି ଟିଭି ଦେଖୁଥିଲେ। ମାନସଙ୍କୁୁ ମାଡ଼ ମରାଯାଉଥିବା ଶବ୍ଦ ସେ ଶୁଣିଥିବା ସରୋଜିନୀ ତାଙ୍କ ବୟାନରେ କହିଛନ୍ତି। ପରେ ବାହାରପଟୁ କବାଟ ବନ୍ଦ କରିଦେଇ ସେମାନେ ପଳାଇ ଯାଇଥିଲେ। ପରଦିନ ସକାଳୁ ମାନସ ସେହି ରୁମରେ ନ ଥିଲେ, କିଛି ଭଙ୍ଗା ବାଉଁଶ ଓ କାଠଫାଳିଆ ପଡ଼ିଥିଲା। ଘଟଣାର ଦୁଇ ଦିନ ପରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ବାରୁ ମାନସଙ୍କ ମୃତ୍ୟୁ ହୋଇଥିବା ସେ ଜାଣିବାକୁ ପାଇଥିଲେ ବୋଲି ବୟାନରେ କହିଛନ୍ତି। ସମୟ ଅଭାବରୁ ଅପରପକ୍ଷ ଓକିଲ ଜେରା କରି ପାରି ନ ଥିଲେ। ଆସନ୍ତା ଅଗଷ୍ଟ ୨ ତାରିଖରେ ଜେରା କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri