ହତ୍ୟା ଅଭିଯୋଗରେ ରାତିରେ ଜେଲକୁ ଗଲେ, ସକାଳେ ମୃତଦେହ ଉଦ୍ଧାର

ବଡବିଲ,୨୦।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଉପ-କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଓଏମସି (ଓଡିଶା ଖଣି ନିଗମ)ର ଗୃପ-୪ ସିକ୍ୟୁରିଟୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଯାଜପୁର ଜିଲା ବିଞ୍ଝାରପୁରର ତୁଷାର କାନ୍ତ ମଲ୍ଲିକ(୨୯)। ସ୍ତ୍ରୀ ଅନୁସୂୟାଙ୍କ ହତ୍ୟା ଅଭିଯୋଗରେ ସୋମବାର ରାତି ପ୍ରାୟ ସାଢେ ଦଶଟା ବେଳେ ସ୍ବାମୀ ତୁଷାରଙ୍କୁ ଜେଲ ପଠାଯାଇଥିଲାବେଳେ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ଜେଲ ଭିତରୁ ଉଦ୍ଧାର ହେବା ଘଟଣା ପୋଲିସର ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପକାଇଛି।
ସ୍ତ୍ରୀ ଅନୁସୂୟା ଆତ୍ମହତ୍ୟା କରିଥିଲେ ନାଁ ଅନୁସୂୟାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ମିଥ୍ୟା ଅଭିଯୋଗରେ ମ୍ରିୟମାଣ ହୋଇ ତୁଷାର ଜେଲ ଭିତରେ ଆତ୍ମହତ୍ୟା କଲେ ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୁଚନା ଅନୁଯାୟୀ, ତୁଷାର ମାଟକାମବେଡାସ୍ଥିତ କଳିଙ୍ଗ ନଗର କ୍ୱାର୍ଟର ନଂ-୨ ଆରଏ-୧୩ରେ ରହି ଓଏମସି(ଓଡିଶା ଖଣି ନିଗମ)ରେ ନିୟୋଜିତ ଗୃପ- ୪ ସିକ୍ୟୁରିଟୀ ସଂସ୍ଥାରେ
ସିକ୍ୟୁରିଟୀ ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ ମସିହା ଜୁନ ୨୯ରେ ତୁଷାର ଖୋର୍ଦ୍ଧା ଜିଲା ଜଙ୍ଖତ୍ଆ ଥାନା ଅନ୍ତର୍ଗତ ଲେଖନପୁର ଅଞ୍ଚଳର ଅଜୟ କୁମାର ପଟ୍ଟନାୟକଙ୍କ ଝିଅ ଅନୁସୟାଙ୍କ ସହିତ ପ୍ରେମ ବିବାହ କରିଥିଲେ। ତୁଷାର ଓ ଅନୁସୂୟାଙ୍କ ଓରସରୁ ଏକ ୩
ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଥିବା ଜଣାପଡିଛି। ବାପା ଓଏମସିରେ ପିଅନ ଭାବେ କାର୍ଯ୍ୟ କରୁଥିବାରୁ ତୁଷାରଙ୍କ କ୍ୱାର୍ଟରକୁ ଲାଗି ଅନ୍ୟ ଏକ କ୍ୱାର୍ଟରରେ ମାଆ ଓ ସହିତ ବାପା ରହୁଥିଲେ। ତୁଷାରଙ୍କ ମାଆ ସସ୍ମିତାଙ୍କ କହିବା ମୁତାବକ ତୁଷାର ମଦ୍ୟପାନଧ୍‌ କରୁଥିବାରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ହୁଏ। ରବିବାର ଦିନ ପ୍ରାୟ ୧୨ଟା ବେଳେ ଉଭୟଙ୍କ ମଧ୍ୟରେ କଳି ହୋଇଥିବାବେଳେ ଝିଅକୁ ନେଇ ତୁଷାର ନିକଟସ୍ଥ ଦୋକାନକୁ ଯାଇଥିଲେ। ଦୋକାନରୁ ଫେରି ଦେଖିବାବେଳକୁ ଭିତରପଟୁ କବାଟ ବନ୍ଦ ଥିବାରୁ ରାଗରେ ତୁଷାର କବାଟକୁ ଏକ ଶକ୍ତ ଗୋଇଠା ମାରିଥିଲେ। ଫଳରେ କବାଟଟି ଖୋଲିଯାଇଥିବାବେଳେ ସ୍ତ୍ରୀ ଅନୁସୂୟାଙ୍କ ଝୁଲନ୍ତା ମୃତଦେହକୁ ତୁଷାର ଦେଖିବାକୁ ପାଇଥିଲେ। ମାଆ ସସ୍ମିତା ଓ ପୁଅ ତୁଷାର ଅନୁସୂୟାଙ୍କୁ ବଡବିଲ
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେହେଁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା।
ଅନୁସୂୟାଙ୍କ ବାପା ବଡବିଲ ପହଞ୍ଚି ଅନୁସୂୟାଙ୍କ ମୃତ୍ୟୁ ଯୌତୁକ ଜନିତ ହତ୍ୟା ବୋଲି ଲିଖିତ ଅଭିଯୋଗ କରିବାରୁ ପୋଲିସ ବଡବିଲ ଥାନା କେଶ ନଂ ୨୪୭/୨୦୨୪ରେ ଏକ ମାମଲା ରୁଜୁ କରି ସୋମବାର ତୁଷାରଙ୍କୁ ଗିରଫ କରିଥିଲା। ରାତି ପ୍ରାୟ ସାଢେ ୧୦ଟା ବେଳେ ପୋଲିସ ତୁଷାରଙ୍କୁ କୋର୍ଟ ଚାଲାଣ କରିଥିଲାବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବଡବିଲ ସବ-ଜେଲକୁ ପଠାଯାଇଥିଲା। ଜେଲର କର୍ମଚାରୀଙ୍କଠାରୁ ମିଳିଥିବା ସୁଚନା ଅନୁଯାୟୀ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ତୁଷାର ଶୋଇଥିଲେ। ଭୋର ପ୍ରାୟ ୪ଟା ବେଳେ ଜେଲର ଲୁହା ରେଲିଂରେ ଏକ ଗାମୁଛା ସାହାଯ୍ୟରେ ବେକରେ ଫାଶି ଲଗାଇତୁଷାର ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏ ନେଇ ବଡବିଲ ପୋଲିସ ଥାନା ଅପମୃତ୍ୟୁ ମାମଲା ସଂଖ୍ୟା ୩୪/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତରେ ସହାୟତା ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟାଳୟରୁ ସାଇଣ୍ଟିଫିକ ଟିମକୁ ଡାକିଥିବା ବଡବିଲ ଥାନା ଆଇଆସି ରମାକାନ୍ତ ମୁଦୁଲି କହିଛନ୍ତି। କୋର୍ଟ ଚାଲାଣ ପୂର୍ବରୁ ସ୍ତ୍ରୀ ଅନୁସୂୟାଙ୍କୁ ବହୁତ ଭଲପାଉଥିବା କହିବା ସହ ଅନୁସୂୟାଙ୍କ ବିନା ସେ ବଞ୍ଚିପାରିବେ ନାହିଁ ବୋଲି ତୁଷାର କହିଥିବା ଆଇଆସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?