୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ ରାଜପରିବାରରେ ସମ୍ପତ୍ତିକୁ ନେଇ ତୁମ୍ବି ତୋଫାନ ଚାଲିଛି।
ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ଏଠାକାର ଶେଷ ନବାବ ଅଲ୍ଲୀ ଖାଁଙ୍କ ସମ୍ପତ୍ତିକୁ ନେଇ ମକଦ୍ଦମା ଚାଲିଛି। ତାଙ୍କ ପୁଅ କାଜିମ୍‌ ଅଲ୍ଲୀ ଖାଁ ହୀରା ଖଚିତ ସିଂହାସନ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ସିଂହାସନର ମୂଲ୍ୟ ପ୍ରାୟ ୫ କୋଟି ହେବ। ସେ ରାମପୁର ସିଂହାସନ ଗାଏବ ହୋଇଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏଠାରେ ଦୁଇଟି ସିଂହାସନ ଥିଲା। ଯାହାକି ଦରବାର ହଲ୍‌ରେ ରଖାଯାଇଥିଲା। ଗୋଟିଏ ରୁପା ଏବଂ ଅନ୍ୟଟି ହୀରାର ଥିଲା। ୧୯୪୯ରେ ଏହି ଦୁଇ ସିଂହାସନକୁ ଖାସବାଗକୁ ଅଣାଯାଇଥିଲା। ତେବେ ହୀରା ଖଚିତ ସିଂହାସନକୁ କେହି ଚୋରି କରି ନେଇଯାଇଛି। ଏହା ଚୋରି ହେବା ପରେ ସେ କହିଛନ୍ତି, ଏହା କେବଳ ମୋ’ ସମ୍ପତ୍ତି ନୁହେଁ, ଏହା ଜାତୀୟ ସମ୍ପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାଙ୍ଗଷ୍ଟରଙ୍କ ଉପରେ ଆକ୍ସନ, ଦିଲ୍ଲୀ-ପଞ୍ଜାବ ସମେତ ୫ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ,୧୮ ।୧୦: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି(ଏନଆଇଏ) ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ମଙ୍ଗଳବାର ଏନଆଇଏ ପକ୍ଷରୁ ସାରା ଦେଶର ପ୍ରାୟ ୫ ରାଜ୍ୟରେ...

୨ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ମାଓବାଦୀ

ନାଗପୁର,୨।୧୨: ମହାରାଷ୍ଟ୍ର ଗଡଚିରୋଲି ଗଁାରେ ମାଓବାଦୀ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଗଡଚିରୋଲିର ପୁରାସ୍ଲାଗୋନ୍ଧି ଗଁ।ରେ ୨ଜଣ ସାଧାରଣ...

ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ: ମୋଦି

ନୂଆଦିଲ୍ଲୀ,୧୦।୧୧: ମହାପୁରୁଷ ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ୍‌-ଉନ୍‌-ନବୀ ଅବସରରେ ରବିବାର ଟୁଇଟ୍‌ କରି...

୧୧ ବିଦେଶୀ ନାଗରିକଙ୍କଠାରେ ଓମିକ୍ରନର ସବ୍‌-ଭାରିଆଣ୍ଟ ମାମଲା ଚିହ୍ନଟ

ନୂଆଦିଲ୍ଲୀ,୫।୧: ଭାରତରେ ବିଦେଶୀ ଯାତ୍ରୀମାନଙ୍କ ସ୍କ୍ରିନିଂ ପରେ ଓମିକ୍ରନର ୧୧ଟି ସବ୍‌-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତକୁ ଆସିଥିବା...

ମୋଦି ହୁଅନ୍ତୁ ଅବା ମନମୋହନ ସବୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରୁଛନ୍ତି ରାହୁଲ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ରୟ ବଜେଟ ଉପରେ ଚର୍ଚ୍ଚା କରିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ...

ବଳଦଗାଡ଼ିକୁ ଧକ୍କା ଦେଲା ଟ୍ରେନ୍‌: ୫ ମୃତ

ପାଟନା,୧୬।୧: ବିହାର ସମସ୍ତିପୁର ଜିଲାରେ ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ...

ଦୂର୍ଗାପୂଜାରେ ହେବନାହିଁ ପ୍ଲାଷ୍ଟିକର ବ୍ୟବହାର

ଶିଲଂ,୩।୧୦: ଚଳିତ ବର୍ଷ ଦୁର୍ଗାପୂଜାରେ ମେଘାଳୟରେ ପ୍ଲାଷ୍ଟିକର ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ମେଘାଳୟ କେନ୍ଦ୍ରୀୟ ପୂଜା କମିଟି ଦ୍ୱାରା ରାଜ୍ୟର ସମସ୍ତ...

ଅଧିକ ଉଚ୍ଚତା ବିଶିଷ୍ଟ ମହିଳା: ଯେଉଁ ଗୋଡ଼କୁ ଦିନେ ଲୁଚାଉ ଥିଲେ, ଏବେ ତାହାକୁ ନେଇ ଚର୍ଚ୍ଚାରେ

ବିଶ୍ୱ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ରୋମାଞ୍ଚକର ଜିନିଷରେ ପରିପୂର୍ଣ୍ଣ । ପୃଥିବୀରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ଜଣାଶୁଣା।...

Advertisement
Archives

Model This Week