ସାନଭାଇକୁ ମାରିବାକୁ ଦେଇଥିଲେ ଲକ୍ଷେ ଟଙ୍କାର ସୁପାରି

ବଲାଙ୍ଗୀର ଅଫିସ,୨୦ା୮: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗତ ୧୬ ତାରିଖ ସକାଳେ ଘଟିଥିବା ଅଜୁ ଦୋରା (୨୫) ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ପୋଲିସ ସଫଳ ହୋଇଛି। ପାରିବାରିକ କଳହ ସାଂଘାତିକ ରୂପ ନେବା ପରେ ୧ ଲକ୍ଷ ଟଙ୍କା ସୁପାରି ଦେଇ ବଡବାପା ପୁଅ ଭାଇ ନିଜ କାକା ପୁଅ ଭାଇକୁ ହତ୍ୟା କରିଥିବା ଜଣାପଡିଛି। ଏହି ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସମେତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁଦପଡାର ମୁନା ଦୋରା (୨୭), ଲଳିତ ନଗରର ରାହୁଲ ପାଣିଗ୍ରାହୀ (୨୭), ନୂଆପଡାର ସୋମ ପୁଞ୍ଜି (୨୪) ଓ ବ୍ରାହ୍ମଣପଡାର ଚନ୍ଦ୍ର ପଧାନ (୨୭)। ସେମାନଙ୍କ ମଧ୍ୟରୁ ଦୁଇଜଣ ଅଭିଯୁକ୍ତ ହସ୍ପିଟାଲ ପରିସରରେ ପୋଲିସକୁ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି। ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ଏହି ଚର୍ଚ୍ଚିତ ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ବଲାଙ୍ଗୀର ସୁଦପଡା ନିବାସୀ ଅଜୁ ଦୋରାଙ୍କ ସହ ତାଙ୍କ ବଡବାପା ପୁଅ ମୁନା ଦୋରାଙ୍କର ପ୍ରାୟ ଦୁଇ ମାସ ପୂର୍ବରୁ ରାସ୍ତାକଡରେ ଫଳ ଦୋକାନ ଲଗାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଘର ଭିତରେ ଅଜୁ କୁଆଡେ ମୁନା ଓ ତାଙ୍କର ବାପାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ମୁନା ନିଜ କାକାପୁଅ ଭାଇ ଅଜୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ସବୁଦିନ ପାଇଁ ରାସ୍ତାରୁ ହଟାଇବା ଷଡ଼ଯନ୍ତ୍ର କରି ସୁପାରି କିଲର ଯୋଗାଡ କରିଥିଲେ। ଏଥିସକାଶେ ସେ ୧ ଲକ୍ଷ ଟଙ୍କାର ସୁପାରି ମଧ୍ୟ ଦେଇଥିଲେ। ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ମୁନା ପ୍ରଥମେ ଲଳିତନଗରର ରାହୁଲଙ୍କୁ ସୁପାରି ଦେଇଥିଲେ। ସୁପାରି ପାଇବା ପରେ ରାହୁଲ ବ୍ରାହ୍ମଣପଡାର ଚନ୍ଦ୍ରଙ୍କୁ ସାଥୀ କରିଥିଲେ। ଉଭୟ ରାହୁଲ ଓ ଚନ୍ଦ୍ର ହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ସଫଳ ହେଉ ନ ଥିଲେ। ଏହାପରେ ସେମାନେ ନୂଆପଡା ଜିଲାର ମୂଳ ନିବାସୀ ତଥା ବଲାଙ୍ଗୀର ଲଳିତ ନଗରରେ ରହୁଥିବା ସୋମଙ୍କୁ ହତ୍ୟା ଯୋଜନା ସମ୍ପର୍କରେ କହିଥିଲେ। ପରେ ତିନି ଜଣ ମିଳିତ ଭାବେ ଅଜୁଙ୍କୁ ହତ୍ୟା କରିବାକୁ ଯୋଜନା କରି ଏକାଧିକ ଥର ଉଦ୍ୟମ କରିଥିଲେ। ଏଥିସକାଶେ ସେମାନେ ମୁନାଙ୍କଠାରୁ ପ୍ରଥମେ ୩୦ ହଜାର ଟଙ୍କା ଆଡଭାନ୍ସ ଆକାରରେ ନେଇଥିଲେ। ଗତ ୧୬ ତାରିଖ ଦିନ ସୋମ ଓ ରାହୁଲ ଏକ ମୋଟର ସାଇକେଲରେ ହସ୍ପିଟାଲ ପରିସରସ୍ଥ ସିକ୍ୟୁରିଟି ଅଫିସ ସମ୍ମୁଖରେ ଛପି ରହିଥିଲେ। ସକାଳ ପ୍ରାୟ ୫ଟା ୨୦ ମିନିଟ ସମୟରେ ଅଜୁ ନିଜ ମାଆ ଜୟନ୍ତୀ ଦୋରାଙ୍କୁ ଏକ ସ୍କୁଟିରେ ବସାଇ ଆସୁଥିବା ବେଳେ ଅଭିଯୁକ୍ତ ସୋମ ଏକ ଖଣ୍ଡାରେ ଅଜୁଙ୍କ ମୁଣ୍ଡରେ ଦୁଇ ଚୋଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଅଜୁଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସେମାନେ ଜୟନ୍ତୀଙ୍କୁ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ରାହୁଲ ମୋଟର ସାଇକେଲ ଚଳାଉଥିଲେ। ଖଣ୍ଡାରେ ଆକ୍ରମଣ ପରେ ଦୁଇ ଅଭିଯୁକ୍ତ ସୁଦପଡା ଓଭରବ୍ରିଜ୍‌ ବାଟ ଦେଇ ସୋନପୁର ଆଡକୁ ଫେରାର ହୋଇଯାଇଥିଲେ। ବାଟରେ ସେମାନେ ଖଣ୍ଡା ଓ ଚାଇନା ଛୁରିକୁ ଲୁଚାଇ ଦେଇ ସୋନପୁର ମହାନଦୀ ବ୍ରିଜ୍‌ ତଳକୁ ଯାଇ ଗାଧୋଇଥିଲେ। ସେଠାରେ ସେମାନେ ନିଜର ରେନିକୋଟ୍‌ ଫିଙ୍ଗି ଦେଇ ବଲାଙ୍ଗୀର ଫେରି ଆସି କିଛି ନ ଜାଣିଲା ପରି ପୋଲିସର ଗତିବିଧି ଲକ୍ଷ୍ୟ କରୁଥିଲେ। ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଠାରୁ ବାକି ଥିବା ସୁପାରି ଟଙ୍କା ନେଇଥିଲେ। ଏସ୍‌ପି କୁଶଲକର ଏହି ଘଟଣାର ତଦନ୍ତ ପାଇଁ ଏସଡିପିଓ ତୋଫାନ୍‌ ବାଗଙ୍କ ନେତୃତ୍ୱରେ ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ, ଇନ୍ସପେକ୍ଟର ରାଜେନ୍ଦ୍ର ବେହେରା, ସବ୍‌ଇନ୍ସପେକ୍ଟର ଅଭିନାଶ ନାୟକ, ପୂର୍ଣ୍ଣିମା ଓରାମ୍‌, ଏଏସଆଇ ବୈକୁଣ୍ଠ ଦେହୁରି, ମମତା ପ୍ରଧାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ପୋଲିସ ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଚାଇନା ଛୁରି, ୯୫୦୦ ଟଙ୍କା, ୫ଟି ମୋବାଇଲ, ଏକ ଗାମୁଛା ଏବଂ ପଲସର ବାଇକ୍‌ (ଓଡି୩୧ଏଚ୍‌ ୨୯୯୮) ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri