Odisha Elections 2024

ଫଳ ଦୋକାନୀଙ୍କ ନାଁରେ କରିଦେଲେ କୋଟି କୋଟି ଟଙ୍କାର ସମ୍ପତି

ବେଜିଂ,୨୬।୧୨: ଚାଇନାର ସାଂଘାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୮୪ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ୩.୮୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜଣେ ଫଳ ବିକ୍ରେତାଙ୍କ ନାମରେ କରି ଦେଇଛନ୍ତି। ଏହି ୮୪ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର ଭଲ କାର୍ଯ୍ୟ ପାଇଁ ଚାଇନାରେ ଲିଉ ନାମକ ଏକ ଫଳ ବିକ୍ରେତାଙ୍କୁ କୋଟି କୋଟି ମୂଲ୍ୟର ସମ୍ପତ୍ତି ଦେଇଦେଇଛନ୍ତି। ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଫଳ ବିକ୍ରେତା ବୃଦ୍ଧଙ୍କ ଯତ୍ନ ନେଇଥିଲେ। ଏଥିରେ ଖୁସି ହୋଇ ବୃଦ୍ଧ ଜଣକ ନିଜର ସମ୍ପତ୍ତି ଫଳ ବିକ୍ରେତାଙ୍କୁ ହସ୍ତାନ୍ତର କଲେ। ଏଥିପାଇଁ ବ୍ୟକ୍ତି ଜଣକ ଚୁକ୍ତିନାମା କାଗଜପତ୍ର ବା ଏଗ୍ରିମେଣ୍ଟ ପେପର ମଧ୍ୟ ପ୍ରସ୍ତୁତ କରିଥିଲେ।

ଯେତେବେଳେ ବୃଦ୍ଧଙ୍କ ପରିବାର ସଦସ୍ୟମାନେ ଖବର ପାଇଲେ ଯେ ସେମାନଙ୍କର ଫ୍ଲାଟ ଏବଂ ବ୍ୟାଙ୍କ ବାଲାନ୍ସ ଫଳ ବିକ୍ରେତାଙ୍କ ନାମରେ ସ୍ଥାନାନ୍ତରିତ ହୋଇଛି, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଅଭିଯୋଗ କରି ସେ କହିଛନ୍ତି ଯେ ବୃଦ୍ଧଙ୍କ ମାନସିକ ସନ୍ତୁଳନ ଭଲ ନୁହେଁ, ଏହି କାରଣରୁ ସେ ତାଙ୍କର ସମସ୍ତ ସମ୍ପତ୍ତି ଫଳ ବିକ୍ରେତାଙ୍କ ନାମରେ ସ୍ଥାନାନ୍ତର କରିଥିଲେ।
କିଛି ବର୍ଷ ପୂର୍ବେ ଜଣେ ବୃଦ୍ଧ ଫଳ ବିକ୍ରେତା, ତାଙ୍କ ପତ୍ନୀ ଏବଂ ତିନି ପିଲାଙ୍କୁ ତାଙ୍କ ଘରେ ଏକାଠି ରହିବାକୁ ନିମନ୍ତ୍ରଣ କରିଥିଲେ। ଏହାପୂର୍ବରୁ, ଫଳ ବିକ୍ରେତା ତାଙ୍କ ପରିବାର ସହିତ ଏକ ଭଙ୍ଗା ଘରେ ରହୁଥିଲେ। ତେବେ, ବୃଦ୍ଧ ବ୍ୟକ୍ତିଙ୍କ ପତ୍ନୀ ୨ ବର୍ଷ ପୂର୍ବେ ୩୧ଡିସେମ୍ବର ୨୦୨୧ରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ବୃଦ୍ଧଙ୍କ ତିନି ଭଉଣୀ ଆସି ଘରକୁ ନେଇଗଲେ। ତାଙ୍କ ଭାଇଙ୍କ ଟଙ୍କା ଏବଂ ଫ୍ଲାଟ ପାଇଁ ହକଦାର ବୋଲି ଲିୟୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସାର୍ଟିଫିକେଟ ଏବଂ ଫ୍ଲାଟ ସହ ଜଡିତ ଦସ୍ତାବିଜ ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ। ଏହା ପରେ ଲିୟୁ ମାମଲାକୁ କୋର୍ଟକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri