ଫଳ ଦୋକାନୀଙ୍କ ନାଁରେ କରିଦେଲେ କୋଟି କୋଟି ଟଙ୍କାର ସମ୍ପତି

ବେଜିଂ,୨୬।୧୨: ଚାଇନାର ସାଂଘାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୮୪ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ୩.୮୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜଣେ ଫଳ ବିକ୍ରେତାଙ୍କ ନାମରେ କରି ଦେଇଛନ୍ତି। ଏହି ୮୪ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର ଭଲ କାର୍ଯ୍ୟ ପାଇଁ ଚାଇନାରେ ଲିଉ ନାମକ ଏକ ଫଳ ବିକ୍ରେତାଙ୍କୁ କୋଟି କୋଟି ମୂଲ୍ୟର ସମ୍ପତ୍ତି ଦେଇଦେଇଛନ୍ତି। ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଫଳ ବିକ୍ରେତା ବୃଦ୍ଧଙ୍କ ଯତ୍ନ ନେଇଥିଲେ। ଏଥିରେ ଖୁସି ହୋଇ ବୃଦ୍ଧ ଜଣକ ନିଜର ସମ୍ପତ୍ତି ଫଳ ବିକ୍ରେତାଙ୍କୁ ହସ୍ତାନ୍ତର କଲେ। ଏଥିପାଇଁ ବ୍ୟକ୍ତି ଜଣକ ଚୁକ୍ତିନାମା କାଗଜପତ୍ର ବା ଏଗ୍ରିମେଣ୍ଟ ପେପର ମଧ୍ୟ ପ୍ରସ୍ତୁତ କରିଥିଲେ।

ଯେତେବେଳେ ବୃଦ୍ଧଙ୍କ ପରିବାର ସଦସ୍ୟମାନେ ଖବର ପାଇଲେ ଯେ ସେମାନଙ୍କର ଫ୍ଲାଟ ଏବଂ ବ୍ୟାଙ୍କ ବାଲାନ୍ସ ଫଳ ବିକ୍ରେତାଙ୍କ ନାମରେ ସ୍ଥାନାନ୍ତରିତ ହୋଇଛି, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଅଭିଯୋଗ କରି ସେ କହିଛନ୍ତି ଯେ ବୃଦ୍ଧଙ୍କ ମାନସିକ ସନ୍ତୁଳନ ଭଲ ନୁହେଁ, ଏହି କାରଣରୁ ସେ ତାଙ୍କର ସମସ୍ତ ସମ୍ପତ୍ତି ଫଳ ବିକ୍ରେତାଙ୍କ ନାମରେ ସ୍ଥାନାନ୍ତର କରିଥିଲେ।
କିଛି ବର୍ଷ ପୂର୍ବେ ଜଣେ ବୃଦ୍ଧ ଫଳ ବିକ୍ରେତା, ତାଙ୍କ ପତ୍ନୀ ଏବଂ ତିନି ପିଲାଙ୍କୁ ତାଙ୍କ ଘରେ ଏକାଠି ରହିବାକୁ ନିମନ୍ତ୍ରଣ କରିଥିଲେ। ଏହାପୂର୍ବରୁ, ଫଳ ବିକ୍ରେତା ତାଙ୍କ ପରିବାର ସହିତ ଏକ ଭଙ୍ଗା ଘରେ ରହୁଥିଲେ। ତେବେ, ବୃଦ୍ଧ ବ୍ୟକ୍ତିଙ୍କ ପତ୍ନୀ ୨ ବର୍ଷ ପୂର୍ବେ ୩୧ଡିସେମ୍ବର ୨୦୨୧ରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ବୃଦ୍ଧଙ୍କ ତିନି ଭଉଣୀ ଆସି ଘରକୁ ନେଇଗଲେ। ତାଙ୍କ ଭାଇଙ୍କ ଟଙ୍କା ଏବଂ ଫ୍ଲାଟ ପାଇଁ ହକଦାର ବୋଲି ଲିୟୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସାର୍ଟିଫିକେଟ ଏବଂ ଫ୍ଲାଟ ସହ ଜଡିତ ଦସ୍ତାବିଜ ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ। ଏହା ପରେ ଲିୟୁ ମାମଲାକୁ କୋର୍ଟକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?