ସହରର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ)/ ଜଳେଶ୍ୱର(ରବିନାରାୟଣ ପାତ୍ର)/ବସ୍ତା(ହରିଶଙ୍କର ପାଢୀ)/ ବାଲିଆପାଳ(ଗୋପାଳ ଚନ୍ଦ୍ର ସାହୁ)/ଲଙ୍ଗଳେଶ୍ୱର(କମଳାକାନ୍ତ ଦାସ), ୨୪ା୬: ବାଲେଶ୍ୱର ଜିଲା ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ସହରର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବାଲିଆପାଳ ଆଦି ବ୍ଲକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହାସହିତ ଲୋକଙ୍କ ସହ ମିଶି ଆଲୋଚନା କରିଥିଲେ।
ସଚିବ ପ୍ରଥମେ କବିତୀର୍ଥ ଶାନ୍ତିକାନନରେ ପହଞ୍ଚତ୍ କଥାସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେଠାରେ ଫକୀରମୋହନ ସାହିତ୍ୟ ପରିଷଦର କର୍ମକର୍ତ୍ତାଙ୍କ ସମେତ ବହୁ ସାହିତ୍ୟ ଅନୁରାଗୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ମିଶନ ଶକ୍ତି ବଜାରରେ ପହଞ୍ଚତ୍ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଷ୍ଟଲ ବୁଲି ଦେଖିଥିଲେ। ସେଠାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାଫେରେ ପାଣ୍ଡିଆନ ସକାଳ ଜଳଖିଆ କରିଥିଲେ। ସେଠାରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ଯାଇ ନିର୍ମାଣଧୀନ ବସ୍‌ଷ୍ଟାଣ୍ଡ ବୁଲି ଦେଖିବା ସହିତ ବସ୍‌ ଓ ଟ୍ରକ୍‌ ମାଲିକ ସଂଘ ସହିତ ଆଲୋଚନା କରିଥିଲେ। ପରେ ଉକତ୍ଳ ବାଳାଶ୍ରମରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ବିଭିନ୍ନ ବର୍ଗର ଲୋକଙ୍କ ପକ୍ଷରୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ ଆସନ୍ତା ୩୦ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କଠାରୁ ଖୁସି ଖବର ମିଳିବ ବୋଲି କହିଥିଲେ। ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲର ୫-ଟି ରୂପାନ୍ତିରତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ପ୍ରତି ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ମଧ୍ୟ ୫-ଟିରେ ଅନ୍ତର୍ଭୂକ୍ତ ହୋଇଥିବା ସୂଚନା ଦେଇଥିଲେ। ନୂଆବର୍ଷରେ ନୂଆ କ୍ଲାସରୁମ୍‌ରେ ପିଲା ପାଠ ପଢ଼ିବା ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ ହୋଇଥିବା କହିଥିଲେ। ନିର୍ମାଣାଧୀନ ବସ୍‌ଷ୍ଟାଣ୍ଡ ପୂର୍ବାପେକ୍ଷା ସୁନ୍ଦର ହୋଇପାରିଛି, ଆଇଟିଆଇ ପଡ଼ିଆରେ ମଲ୍ଟି ପରପଜ୍‌ ହଲ୍‌, ସୁଇମିଂପୁଲ୍‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜାନୁୟାରୀ ସୁଦ୍ଧା ସହରର ସମସ୍ତଙ୍କ ଘରେ ପିଇବା ପାଣି ପହଞ୍ଚତ୍ବ ା ଚାନ୍ଦିପୁର ସମୁଦ୍ରକୂଳର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ତ୍ୱରାନ୍ବିତ ହୋଇଛି। ୫-ଟି ସଚିବ ଉଦୟପୁର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିରକୁ ଯାଇ ବର୍ଷାରେ ଭିଜି ପ୍ରଥମେ ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ଖ୍ୟାତିସମ୍ପନ୍ନ ଶଙ୍ଖାରି ଗ୍ରାମର ମନ୍ମଥ ଓ ମନୋଜ ଦାସଙ୍କ ନବର୍ନିମିତ ଐତିହ୍ୟସ୍ଥଳୀର କାର୍ଯ୍ୟ ନିର୍ମାଣ ସମ୍ପର୍କରେ ତଦାରଖ କରି ଫେରିଥିଲେ। ତାଳସାରୀ ହେଲିପ୍ୟାଡ ମିଶନଶକ୍ତି ସଭାମଞ୍ଚରେ ତ୍ରିରଙ୍ଗା ଯୋଜନାରେ ମହିଳାମାନଙ୍କ ଉପକାର ଏବଂ ସ୍କୁଲ, କଲେଜଗୁଡିକ ୫-ଟି ରୂପାନ୍ତରଣରେ ଏକ ନୂତନ ଇତିହାସ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ। ୫-ଟି ସଚିବ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର ଓ ମା’ ବାଶୁଳୀ ପୀଠର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ। ତାଳସାରୀ-ଉଦୟପୁର ୨. ୭ କି.ମି. ତଟ ସୁରକ୍ଷା ପଥରବନ୍ଧ ଓ ସୌନ୍ଦର୍ଯ୍ୟକରଣର କାର୍ଯ୍ୟ ମନ୍ଥରତାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଖୁବଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୫-ଟି ସଚିବଙ୍କ ସହ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ. ଏସ୍‌ପି ସାଗରିକା ନାଥ ସାମିଲ ଥିଲେ। ଏହାପରେ ୫-ଟି ସଚିବ ଦ୍ୱିପ୍ରହରରେ ହେଲିକପ୍ଟର ଯୋଗେ ଜଳେଶ୍ୱର ଅଭିମୁଖେ ଯାଇ ୬୦ ଜାତୀୟ ରାଜପଥର ନୂତନ କୋର୍ଟ ବିଲ୍ଡିଂ ସମ୍ମୁଖରେ ପହଞ୍ଚି ମହିଳା ଓ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।
ଭୋଗରାଇ ଗସ୍ତ ସାରି ଜଳେଶ୍ୱର ଅସ୍ଥାୟୀ ହେଲିପ୍ୟାଡଠାରେ ଉପସ୍ଥିତ ଜନସାଧାରଣଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ମିଶନ ଶକ୍ତି ଏମ୍‌ବିକେ, ସିଆରପି ଓ ସ୍ବୟଂସହାୟକ ଗୋଷ୍ଠୀ ସ୍ବାଗତ ଜଣାଇ ତାଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ। ସେ ପାଇଥିବା ସ୍ମାରକପତ୍ର ମଧ୍ୟରୁ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଆଦି ସମ୍ପର୍କରେ ୩୦ତାରିଖ ମଧ୍ୟରେ ସୁଖବର ପାଇବେ ବୋଲି ଜଣାଇଥିଲେ। ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀରେ ୩୦୦କୋଟି ଟଙ୍କାର ୨ଟି ହାଇଲେଭଲ ସେତୁ ହେବାକୁ ଯାଉଥିବା ବେଳେ ମାକିଡିଆ ଆନ୍ତଃରାଜ୍ୟ ନଦୀପୋଲ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଜଳେଶ୍ୱରରୁ ସର୍ବାଧିକ ସ୍ମାରକପତ୍ର ମିଳିଥିବା ବେଳେ ୨ଟି ରେଳ ଓଭରବ୍ରିଜ୍‌ ଅଳ୍ପଦିନ ମଧ୍ୟରେ ଲୋକାର୍ପିତ ହେବାକୁ ଯାଉଥିବା କହିଥିଲେ। ରାଜ୍ୟର ସୀମା ସମ୍ପର୍କିତ କେତେକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେବା, ଅମର୍ଦ୍ଦା ଷ୍ଟେଶନ ଠାରେ ଅନ୍ୟଏକ ରେଳ ଓଭରବ୍ରିଜ୍‌ ନିର୍ମାଣ ସମ୍ପର୍କରେ ସୂଚନା ଦେଇଥିଲେ। ଜଳେଶ୍ୱର ମ୍ୟୁନିସିପାଲଟିରେ ୨ଟି ପାର୍କ, ବସ୍‌ଷ୍ଟାଣ୍ଡ ଅତିଶୀଘ୍ର ହେବାକୁ ଯାଉଥିବା ସମ୍ପର୍କରେ କହିଥିଲେ ା ସେଠାରେ ଡେପୁଟି ଜିଲାପାଳ ସ୍ମୃତିରଞ୍ଜନ ମଲ୍ଲିକ, ବିଡିଓ ପୁନମ ରାଉତ, ଆଇଆଇସି ରୋଜାଲିନ୍‌ ବେହେରା, ପ୍ରଜ୍ଞା ମହାନ୍ତି, ଏସ୍‌ଡିପିଓ ଦିଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା ସେଠାରୁ ୫ଟି ସଚିବ ଜଳେଶ୍ୱର ସହରରେ ନିର୍ମାଣ ହୋଇଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଏହାପରେ ପାଣ୍ଡିଆନ ବସ୍ତାରେ ପହଞ୍ଚିଥିଲେ। ବ୍ଲକର ବାହାର୍ଦ୍ଦା ସରକାରୀ କୃଷି ଫାର୍ମରେ ହାଇଜେନିକ ମାଛ ମାର୍କେଟ ପାଇଁ ୨୦ଏକର ଜମି ଚିହ୍ନଟ ପ୍ରକ୍ରିୟା ସରିଥିବା ବେଳେ ଖୁବଶୀଘ୍ର ଏହି ମାଛ ମାର୍କେଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କାର୍ଯ୍ୟ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ ବୋଲି ପାଣ୍ଡିଆନ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ୮୦ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ମାଛ ମାର୍କେଟ ରାଜ୍ୟରେ ୧ ନମ୍ବର ମାଛ ମାର୍କେଟ ହେବା ସହିତ ସ୍ଥାନୀୟ ଲୋକଙ୍କ ରୋଜଗାରର ମାଧ୍ୟମ ସାଜିବ ବୋଲି ସେ ପ୍ରକାଶ କରିଥିଲେ। ସଚିବ ପାଣ୍ଡିଆନ ଜଳେଶ୍ୱରରୁ ସଡକ ପଥରେ ଆସି ବାହାର୍ଦ୍ଦା କୃଷି ଫାର୍ମରେ ପହଞ୍ଚିବା ପରେ ତାଙ୍କୁ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ, ସରପଞ୍ଚ ରଚିତା ମହାନ୍ତିଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ମିଶନ ଶକ୍ତିର ମହିଳାମାନେ ଫୁଲ ଦେଇ ସ୍ବାଗତ କରିଥିଲେ। ବସ୍ତା ବିଜେଡ଼ି ପକ୍ଷରୁ ବାଜା ବଜାଇ ତାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ଲୋକେ ବସ୍ତାର ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ କୃଷିଭିତ୍ତିକ ସମସ୍ୟାର ତୁରନ୍ତ ସମାଧାନ କରାଯିବ। ଏହାପରେ ସେ ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଅଭିମୁଖେ ଯାଇଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର କାଳିଝାଟି ପଡ଼ିଆରେ ପହଞ୍ଚିଥିଲେ। ସର୍ବସାଧାରଣଙ୍କ ପକ୍ଷରୁ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମଞ୍ଚରେ ପାଣ୍ଡିଆନ ତାଙ୍କ ବକ୍ତବ୍ୟରେ ବାଲେଶ୍ୱର ଜିଲାରେ ସମସ୍ତ ହାଇସ୍କୁଲ ଡିସେମ୍ବର ସୁଦ୍ଧା ୫-ଟିରେ ଅନ୍ତର୍ଭୁକ୍ତ ହୋଇସାରିଥିବ ଏବଂ ସମସ୍ତ କଲେଜକୁ ୫-ଟିରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଥିଲେ। ଏହାଦ୍ୱାରା ସମସ୍ତ ପିଲାମାନେ ଭଲ ସ୍କୁଲ୍‌ ଓ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇପାରିବେ। ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ, ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା, ତହସିଲଦାର ଦୀପକ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?