ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୦,୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫,୭୭୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪,୫୪୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୩୩ ହଜାର ୩୦୨ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୫୬୬ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୪୭୧, ବାଲେଶ୍ୱରରୁ ୨୬୯, ବରଗଡ଼ରୁ ୩୨୦, ଭଦ୍ରକରୁ ୩୫୦, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୨୫୦, କଟକରୁ ୭୩୧, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୭୭, ଗଜପତିରୁ ୫୬, ଗଞ୍ଜାମରୁ ୨୦୩, ଜଗତ୍‌ସିଂହପୁରରୁ ୧୫୯, ଯାଜପୁରରୁ ୩୩୦, ଝାରସୁଗୁଡ଼ାରୁ ୩୧୨, କଳାହାଣ୍ଡିରୁ ୫୯୯, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୧୬୨, କେନ୍ଦୁଝରରୁ ୨୦୪ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୩୩୮, ମାଲକାନଗିରିରୁ ୭୭, ମୟୂରଭଞ୍ଜରୁ ୪୫୮, ନବରଙ୍ଗପୁରରୁ ୩୩୪ , ନୟାଗଡ଼ରୁ ୨୭୩ , ନୂଆପଡ଼ାରୁ ୧୪୫, ପୁରୀରୁ ୪୭୨, ରାୟଗଡ଼ାରୁ ୧୬୩, ସମ୍ବଲପୁରରୁ ୪୦୫ ସୁବର୍ଣ୍ଣପୁରରୁ ୭୩ ଓ ସୁନ୍ଦରଗଡ଼ରୁ ୮୧୯ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୪୬ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗ୍ନିକ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର,୨୩।୨(ସତ୍ୟଜିତ୍‌ ରାଉତ): ରାଜ୍ୟ ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ କର୍ମଚାରୀମାନେ ଦୁଇଦଫା ଦାବି ନେଇ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଶୁକ୍ରବାର ପ୍ରତ୍ୟାହୃତ କରିନେଇଛନ୍ତି। ଏନେଇ ସଂଘ...

ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର: ୨୧ଟି ଅମୃତ ଷ୍ଟେଶନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୩।୨(ଅନୁରାଧା ମହାରଣା) :ଦେଶର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ବ୍ୟାପକ ପରିବର୍ତ୍ତନ ହେଉଛି। ଆସନ୍ତା ୨୬ ତାରିଖରେ ୫୫୪ଟି ରେଳ ଷ୍ଟେଶନ, ୧୫୦୦ ରୋଡ୍‌ ଓଭର ବ୍ରିଜ...

ସୁନ୍ଦରଗଡ଼ ଜିଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର,୨୩ା୨(ଅନିଲ ଦାସ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ନିଜର ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛନ୍ତି। ଏହି କ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ...

ବିଜେଡିରେ ଯୋଗଦେଲେ ପୂର୍ବତନ ଭାଜପା ରାଜ୍ୟ ସମ୍ପାଦକ

ଭୁବନେଶ୍ୱର,୨୩ା୨(ଅନିଲ ଦାସ)- ଯାଜପୁର ଜିଲା ଧର୍ମଶାଳାନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ପୂର୍ବତନ ଭାପା ରାଜ୍ୟ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପଣ୍ଡାଙ୍କ ସହଶତାଧିକ...

ରାଜଧାନୀରେ ଲାଗିପାରିବ ନାହିଁ ଦଳୀୟ ପୋଷ୍ଟର, ଲାଗିଥିଲେ…

ଭୁବନେଶ୍ୱର,୨୩।୨: ଏଣିକି ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର। କାନ୍ଥରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନକୁ ମଧ୍ୟ ହଟାଯିକୁ ବିଏମ୍‌ସି କମିଶନର କହିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ...

ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ

ବରଗଡ଼/ପାଇକମାଳ,୨୩।୨(ପ୍ରେମାନନ୍ଦ ଖମାରୀ/ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଦୀର୍ଘଦିନ ବ୍ୟବଧାନ ପରେ ମାଓବାଦୀଙ୍କ ଗତିବିଧି ପୁଣି ପରିଲକ୍ଷିତ ହୋଇଛି । ଶୁକ୍ରବାର...

୨୬ରେ ସଚିବାଳୟ ଘେରାଉ କରିବ କଂଗ୍ରେସ

ବାଲେଶ୍ୱର, ୨୩।୨(ମାନସ ବିଶ୍ୱାଳ): ବାଲେଶ୍ୱର ସହର ସିନେମା ଛକସ୍ଥିତ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ କମିଟି...

ବିଏମ୍‌ସି ମେୟର, ଡେପୁଟି ମେୟର, କର୍ପୋରେଟରଙ୍କ  ପାଇଁ ଖୁସିଖବର:  ଜାଣନ୍ତୁ କେତେ ବଢ଼ିବ ମିଟିଂ ଭତ୍ତା

ଭୁବନେଶ୍ବର,୨୩।୨: ଭୁବନେଶ୍ବର ମହାନଗର ନିଗମ (ବଏମ୍‌ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେଶନ ମିଟିଂ ପିଛା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri