Posted inଖେଳ

‘ସେ ଟଙ୍କା ନୁହେଁ, ଖେଳିବାକୁ ଚାହାନ୍ତି’

ମୁମ୍ବାଇ,୨୮।୧: ଦୀପକ ହୁଡା ଟଙ୍କା ନୁହେଁ, କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। ଯେମିତି ଚକୋଲେଟ୍‌ ପ୍ରତି ଲୋକଙ୍କ ଭଲ ପାଇବା ଥାଏ, ଠିକ୍‌ ସେମିତି ସେ ଫିଲ୍ଡରେ ରହିବାକୁ ଭଲ ପାଆନ୍ତି। ୨୬ ବର୍ଷୀୟ ଅଲରାଉଣ୍ଡରଙ୍କ ସମ୍ପର୍କରେ ଏଭଳି କହିଛନ୍ତି ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ। ହୁଡାଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ମିଳିଛି। ବରୋଦା ଖେଳାଳିଙ୍କୁ ଏଥି ପୂର୍ବରୁ ୨୦୧୭ରେ ଜାତୀୟ ଦଳରୁ ଡକରା ଆସିଥିଲା। ହେଲେ ଖେଳିବାକୁ ସୁଯୋଗ ପାଇ ନ ଥିଲେ।

ଗତ ବର୍ଷକ ମଧ୍ୟରେ ହୁଡାଙ୍କ ଜୀବନ ସମସ୍ୟାରେ ଭରି ରହିଥିଲା। ୨୦୨୦-୨୧ରେ ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଯୁକ୍ତିତର୍କ ପରେ ବରୋଦା ଦଳର ହୋଟେଲ ଛାଡ଼ି ଚାଲି ଆସିଥିଲେ ହୁଡା। ସାଧାରଣତଃ ଖେଳାଳିମାନେ ନିଜ ରାଜ୍ୟ ବୋର୍ଡରୁ ଅଲଗା ହେବା ପରେ ଘରୋଇ କ୍ରିକେଟରେ ଛୋଟ ଦଳକୁ ଯାଆନ୍ତି। ଯାହାଫଳରେ ସେମାନଙ୍କୁ ମ୍ୟାଚ୍‌ ଫି’ରୁ ଅଧିକ ଟଙ୍କା ମିଳିବ। କିନ୍ତୁ ଦୀପକ ପେଶାଦାର କ୍ରିକେଟ ପାଇଁ ରାଜସ୍ଥାନ ଦଳ ସହ ଯୋଡ଼ି ହୋଇଥିଲେ। ଏଥି ଲାଗି ଆରସିଏକୁ ଅତିରିକ୍ତ ଟଙ୍କା ମାଗି ନ ଥିଲେ। ଯାହାକି ଉଭୟ ପକ୍ଷଙ୍କୁ ସୁହାଇ ଥିଲା।

“ସେ କ୍ରିକେଟ ଖେଳିବାକୁ ଚାହାନ୍ତି। ସାଧାରଣତଃ ପେଶାଦାର କ୍ରିକେଟର ଟଙ୍କା ବାଛନ୍ତି। କିନ୍ତୁ ସେ ସେଭଳି କିଛି ଦାବି କରି ନ ଥିଲେ। ସେ କେଉଁ ଭଳି ପରିସ୍ଥିତିରେ ଆମ ପାଖକୁ ଆସିଥିଲେ ଆମକୁ ଜଣାଥିଲା। ଆମକୁ ତାଙ୍କ ଭଳି ଜଣେ ବ୍ୟାଟିଂ ଅଲରାଉଣ୍ଡରଙ୍କ ଆବଶ୍ୟକତା ଥିଲା, ଯିଏକି ସ୍ଥାନୀୟ ଯୁବ ଖେଳାଳିଙ୍କୁ ଗାଇଡ୍‌ କରିପାରିବ। ସେ ଭଲ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ଆମେ ଗର୍ବିତ” ବୋଲି ଆର୍‌ସିଏ ସମ୍ପାଦକ ମହେନ୍ଦ୍ର ଶର୍ମା କହିଛନ୍ତି।

ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟରଙ୍କ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ଥିଲେ। ୨୦୧୩ରେ ଇର୍ଫାନ ପଠାନ ବରୋଦା ଦଳର ମେଣ୍ଟର ଥିବା ବେଳେ କ୍ୟାରିୟର ଆରମ୍ଭ କରିଥିଲେ ଦୀପକ ହୁଡା।

“ଏହା ସତ କଥା। ଅନେକ ଦଳ ତାଙ୍କୁ ଚାହୁଁ ଥିଲେ। ସେ ଟଙ୍କାକୁ ଖାତିର କରନ୍ତି ନାହିଁ। ସେ କେବଳ ଖେଳିବାକୁ ଚାହାନ୍ତି। ତାଙ୍କ ନିଷ୍ପତ୍ତି ଆରସିଏର ଅଧିକାରୀଙ୍କୁ ଚକିତ କରି ଦେଇଥିଲା। ସେ ଟଙ୍କା କଥା ଉଠାଇ ନ ଥିଲେ” ବୋଲି ଇର୍ଫାନ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ନିଜର ଡେବ୍ୟୁ, ଶେଷ ଟେଷ୍ଟରେ ଶତକ ହାସଲ କରିଛନ୍ତି

ଟେଷ୍ଟ କ୍ରିକେଟର ଇତିହାସକୁ ଦେଖିଲେଏପର୍ଯ୍ୟନ୍ତ ଅନେକ ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ୧୪ ଭାରତୀୟ ଖେଳାଳି ଡେବ୍ୟୁ...

ରାଜ୍ୟଗୋଷ୍ଠୀ ଟିଟି:୧୫ରେ ପହଞ୍ଚିବ ଦଳ, ୧୬ରେ ଅଭ୍ୟାସ; ଜର୍ସି, ପାକିସ୍ତାନ ଯୋଗଦେବା ନେଇ ସନ୍ଦେହ

କଟକ ଅଫିସ,୧୦ା୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣ କ୍ରମେ ପାଖେଇ ଆସିଛି। ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହାରଲାଲ ନେହେରୁ ଇନଡୋର...

୧୩ ସୁଦ୍ଧା ଜବାବ ଦେବାକୁ କ୍ରୀଡ଼ା ମହାସଂଘଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ଅନୁରୋଧକ୍ରମେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଲାଗି ଉଦ୍ଦିଷ୍ଟ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ...

କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍‌ରା

ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍‌ରେ ସ୍ଥାନ...

ରିଚାର୍ଡସନଙ୍କ କାନ୍ଧରେ ଅସ୍ତ୍ରୋପଚାର

ସିଡ୍‌ନୀ,୮ା୫ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଝେ ରିଚାର୍ଡସନଙ୍କ ଡାହାଣ କାନ୍ଧରେ ଅସ୍ତ୍ରୋପଚାର ହୋଇଛି। ଗତବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ...

ମହିଳାଙ୍କୁ ହାତଯୋଡିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୪: ସାରା ବିଶ୍ୱ ଏବେ କରୋନା ସହ ଲଢେଇ କରୁଛି। ଦୀର୍ଘ ଦେଢ ବର୍ଷ ହେବ ଏହି ଭାଇରସ୍‌ ସାଧାରଣ ଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଏବେ...

ଭାରତ-ଏ ୨୭୩ ରନରେ ଅଗ୍ରଣୀ

ବେଙ୍ଗାଲୁରୁ, ୨।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ଶନିବାର...

ପୁଅ ବେଶରେ କ୍ରିକେଟ ଏକାଡେମୀରେ ପ୍ରବେଶ କରିଥିଲେ ଏହି ମହିଳା କ୍ରିକେଟର୍‌

ଚଳିତବର୍ଷ ଟି -୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଷ୍ଟାର ଶେଫାଳି ସଫଳତା ଅର୍ଜନ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ଏହି ଖେଳାଳି ଅଷ୍ଟ୍ରେଲିଆ,...

Advertisement
Archives

Model This Week